ବାସ୍ତୁ ଅନୁସାରେ ବାଛନ୍ତୁ ରଙ୍ଗ; ଭାଗ୍ୟରେ ଉନ୍ନତି ଆସିବା ସହ ନକାରାତ୍ମକ ଶକ୍ତି ହେବ ଦୂର...

Choose your accurate color in Holi according to Vastu

ଓଡ଼ିଆ ଗସିପ ବ୍ୟୁରୋ : ରଙ୍ଗର ପର୍ବ ହୋଲିରେ ବିଭିନ୍ନ ପ୍ରକାରର ରଙ୍ଗର ମହତ୍ତ୍ବ ଭିନ୍ନ ଭିନ୍ନ ହୋଇଥାଏ । ହୋଲି ଖେଳିବା ସମୟରେ ବାସ୍ତୁ ଅନୁସାରେ, ସଠିକ୍‌ ରଙ୍ଗକୁ ଚୟନ କରିବା ଦ୍ବାରା ଭାଗ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ନକାରାତ୍ମକ ଶକ୍ତି ଦୂର କରିଥାଏ ।

ଲାଲ୍: ଉତ୍ସାହ ଓ ଉନ୍ମାଦନାକୁ ବୃଦ୍ଧି କରିବା ପାଇଁ ହୋଲିରେ ଲାଲ୍ ରଙ୍ଗର ବ୍ୟବହାର କରାଯାଏ । ଲାଲ୍ ରଙ୍ଗରେ ହୋଲି ଖେଳିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିବା ସହ ମାନ ଏବଂ ସମ୍ମାନ ବୃଦ୍ଧି ପାଉଥିବାର ବିଶ୍ବାସ ରହିଛି ।

ଆହୁରି ପଢ଼ନ୍ତୁ : ବାପାକୁ ମାରି ସାବତ ମା’କୁ ଦୁଷ୍କର୍ମ କଲା ପୁଅ, କିଛି ଏମିତି ଥିଲା ପୁରା ଘଟଣା...

ହଳଦିଆ: ବାସ୍ତୁ ଅନୁସାରେ, ଏହି ରଙ୍ଗରେ ହୋଲି ଖେଳିବା ଦ୍ବାରା ସ୍ନାୟୁଜନିତ ସମସ୍ୟାରୁ ମୁକ୍ତି ମିଳିବା ସହ ଏହା ମସ୍ତିଷ୍କକୁ ସକ୍ରିୟ କରିଥାଏ । ସୁନା ଏବଂ ରୁପା ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ହଳଦିଆ ରଙ୍ଗରେ ହୋଲି ଖେଳିବା ଅତ୍ୟନ୍ତ ଲାଭକାରୀ ।

କମଳା: କମଳା ରଙ୍ଗ ହେଉଛି ଜ୍ଞାନ, ଶକ୍ତି, ପ୍ରେମ ଏବଂ ସୁଖର ପ୍ରତୀକ । ଜୀବନରେ ନିରାଶ ଅନୁଭବ କରିବା ସହ ଉଦାସୀନତାର ଶିକାର ହୋଇଥିବା ବ୍ୟକ୍ତିମାନେ ଏହି ରଙ୍ଗକୁ ହୋଲିରେ ବ୍ୟବହାର କରନ୍ତୁ ।

ନୀଳ: ନୀଳ ରଙ୍ଗ ସ୍ୱଚ୍ଛ, ନିଷ୍ପାପ, କରୁଣାମୟ ଏବଂ ଉଚ୍ଚ ଚିନ୍ତାଧାରାକୁ ସୂଚାଇଥାଏ । ବାସ୍ତୁ ଅନୁସାରେ, ଏହି ରଙ୍ଗ ଆକାଶ ଏବଂ ଜଳକୁ ପ୍ରତିନିଧିତ୍ବ କରେ । ଏହି ରଙ୍ଗ ଶାରୀରିକ ଅସୁସ୍ଥତାକୁ ଦୂରେଇ ଯନ୍ତ୍ରଣା ହ୍ରାସ କରିଥାଏ ।

ଆହୁରି ପଢ଼ନ୍ତୁ : ମୃତ୍ୟୁ ପର୍ଯ୍ୟନ୍ତ ବି ନିଜ ପ୍ରଥମ ପ୍ରେମିକାକୁ ଝୁରୁଥିଲେ ପିଣ୍ଟୁ ନନ୍ଦ, ପିଣ୍ଟୁଙ୍କ ପ୍ରଥମ ପ୍ରେମ କାହାଣୀ ଥିଲା କିଛି ଏମିତି...

ଗୋଲାପି: ଗୋଲାପି ରଙ୍ଗରେ ହୋଲି ଖେଳୁଥିବା ବ୍ୟକ୍ତିଙ୍କ ମନ ଦୃଢ଼ ହୋଇଥାଏ । ଏହି ରଙ୍ଗରେ ହୋଲି ଖେଳୁଥିବା ବ୍ୟକ୍ତିମାନେ ଅସୁବିଧା ସମୟରେ ମଧ୍ୟ ହାର ମାନନ୍ତି ନାହିଁ । ଜୀବନରେ ପ୍ରେମ ଚାହୁଁଥିବା ବ୍ୟକ୍ତି ଏହି ରଙ୍ଗରେ ହୋଲି ଖେଳିବା ଉତ୍ତମ ।

Share this story

World Odia Language Conferene