ମୃତ୍ୟୁ ପର୍ଯ୍ୟନ୍ତ ବି ନିଜ ପ୍ରଥମ ପ୍ରେମିକାକୁ ଝୁରୁଥିଲେ ପିଣ୍ଟୁ ନନ୍ଦ, ପିଣ୍ଟୁଙ୍କ ପ୍ରଥମ ପ୍ରେମ କାହାଣୀ ଥିଲା କିଛି ଏମିତି...

pintu nanda used to love heartly to his first lover

ଓଡ଼ିଆ ଗସିପ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଆ ସିନେମାର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଫ୍ୟାନ୍ସଙ୍କଠୁ ନେଇ କଳାକାରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।

ଏହି ଦୁଃଖଦ ସମୟରେ ଆସନ୍ତୁ ଜାଣିବା ପିଣ୍ଟୁଙ୍କର ପ୍ରଥମ ପ୍ରେମ କାହାଣୀ ବିଷୟରେ । ସେ ପିଲାବେଳେ ପ୍ରଥମେ କାହାକୁ ଦେଇଥିଲେ ନିଜର ମନ ଓ ହୃଦୟ ଏହି ବିଷୟରେ ସେ ନିଜେ ଖୁଲାସା କରିଥିଲେ । ନିଜର ଏକ ପୁରୁଣା ସାକ୍ଷାତକାରରେ ମନ ଖୋଲି କହିଥିଲେ ସେ ନିଜ ପ୍ରେମ କାହାଣୀ କଥା ।

ଏହି ସାକ୍ଷାତକାରରେ ସେ କହିଥିଲେ, ‘‘ମୁଁ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲି, ଆମର ସାହିତ୍ୟ ଦିଦି ଥିଲେ । ଏବେ ସେ ଦୁନିଆରେ ଅଛନ୍ତି କି ନାହାଁନ୍ତି ମୁଁ ଜାଣିନି, ଭଗବାନ କରନ୍ତୁ ସେ ବଞ୍ଚିଥାଆନ୍ତୁ ଓ ସୁଖରେ ଥାଆନ୍ତି । ମୁଁ ଦିଦିଙ୍କ ପାଇଁ ସ୍କୁଲ ଯାଉଥିଲି। ତାଙ୍କୁ ନଦେଖିଲେ ମୋ ଛାତିରେ କଷ୍ଟ ଅନୁଭବ ହୋଇଥିଲା ।"

ଆହୁରି ପଢ଼ନ୍ତୁ : ଭାଇ ବୋହୂ ସହ ସମ୍ପର୍କ ନଥିଲା ହେଲେ ପ୍ରମାଣ ପାଇଁ ଯୁବକ ଦେଲେ ଅଗ୍ନିପରୀକ୍ଷା

"ମୋର ପ୍ରଥମ ଭଲ ପାଇବା ସେହି ମ୍ୟାଡମ୍ ଥିଲେ । ଆଉ ଯେତେବେଳେ ମ୍ୟାଡମଙ୍କର ହାଠତ ଟ୍ରାନ୍ସଫର ହୋଇଗଲା ମୁଁ ଚାରି ଦିନ ଘରେ ଖାଇନଥିଲି । ମୁଁ ବହୁତ କଷ୍ଟ ଅନୁଭବ କରିଥିଲି । ଏହା ପରେ ଭାବିଥିଲି ଜୀବନରେ କେବେ କାହାକୁ ଭଲ ପାଇବି ନାହିଁ । ଆଉ ଯାହାକୁ ବି ଭଲ ପାଇବି ତାଙ୍କ ସାଥିରେ ରହିବି ।"

"ମ୍ୟାଡମଙ୍କ ଭଲ ପାଇବା ମାତୃତୁଲ୍ୟ ଥିଲା । ହେଲେ ମୋର ପ୍ରଥମ ପ୍ରେମ ସେ ହି ଥିଲେ । ଏହା କୌଣସି ବୟଫ୍ରେଣ୍ଡ କିମ୍ବା ଗର୍ଲଫ୍ରେଣ୍ଡଙ୍କ ପ୍ରେମ ପରି ନଥିଲା । ମୋର ଆଦର୍ଶ ରୂପେ ମୁଁ ତାଙ୍କୁ ଭଲ ପାଉଥିଲି ।’’

ମ୍ୟାଡମଙ୍କ ସହ ନିଜ ପତ୍ନୀଙ୍କ ବିଷୟରେ ମଧ୍ୟ ଏହି ସାକ୍ଷାତକାରରେ ସେ ଅନେକ କଥା କହିଥିଲେ । ପତ୍ନୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ତାଙ୍କ ଜୀବନରେ ଆସିଥିବାରୁ ।

ପ୍ରକାଶ ଥାଉକି ପିଣ୍ଟୁ ନନ୍ଦ ମାତ୍ର ୧୭ ବର୍ଷ ବୟସରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏକାଧିକ ଆଲବମରେ ଅଭିନୟ କରି ସେ ସଫଳତା ସାଉଁଟିଥିଲେ । ସେଥିମଧ୍ୟରୁ ‘ଏ ଗଉରI’ ଆଲବମ ଗୀତ ବେଶ ଲୋକପ୍ରିୟ ହୋଇଥିଲା । ଏହା ବାଦ ସେ ‘କୋଇଲି’ ଫିଲ୍ମରେପ୍ରଥମେ ନଣ୍ଡା ଚରିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।

ଆହୁରି ପଢ଼ନ୍ତୁ : ଅଧାରେ ରହିଗଲା ଚଉଠି ରାତି, ଚତୁର୍ଥୀ ଦିନ ଉଠିଲା କୋକେଇ; ଏମିତି ଆସିଥିଲା ବରର ମୃତ୍ୟୁ...

ତାଙ୍କର ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି, ‘୨୦୨୨ରେ ଆସିଥିବା ‘ରଙ୍ଗ ନମ୍ବର’, ୨୦୦୬ରେ ଆସିଥିବା ‘ପ୍ରେମ ଋତୁ ଆସିଲାରେ’, ୨୦୧୧ରେ ଆସିଥିବା ‘ଦୋସ୍ତି’, ୨୦୧୧ ହାତ ଧରି ଚାଲୁଥା’ ଓ ୨୦୧୩ରେ ଆସିଥିବା ରୁମ୍‌କୁ ଝୁମା ।

ସେହିପରି ‘ବ୍ୟାଚଲର’, ‘ଧର୍ମ’, ‘ଡାହI ବାଳୁଙ୍ଗା’, ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସେ । ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି ।

Share this story

World Odia Language Conferene