ଅଧାରେ ରହିଗଲା ଚଉଠି ରାତି, ଚତୁର୍ଥୀ ଦିନ ଉଠିଲା କୋକେଇ; ଏମିତି ଆସିଥିଲା ବରର ମୃତ୍ୟୁ...
ଓଡ଼ିଆ ଗସିପ ବ୍ୟୁରୋ: କାନ୍ଦରେ ଫାଟିପଡୁଛି ଗାଁ ଦାଣ୍ଡ, ପୁଅର ମଲା ମୁହଁକୁ ଦେଖି ଘର ଲୋକ ବି ପାଗଳ ଭଳି ହେଉଛନ୍ତି । ଯେଉଁଠି ଆଜି ଭୋଜିଭାତ ହେଇ ଭିଡ ଜମିବା କଥା, ସେଠି ଆଜି ଉଠିଛି ବଢିଲା ପୁଅର କୋକେଇ । ଯାହାକୁ ନାଁ ଶବ୍ଦରେ ବର୍ଣ୍ଣନା କରିହେବ, ନା ଏ ଦୁଃଖକୁ ଦୂରେଇ ହେବ ।
ହାତରୁ ମେହେନ୍ଦି ଲିଭିନି, କିନ୍ତୁ ଲିଭି ଯାଇଛି ଜୀବନ ଦୀପ । ଅକାଳରେ ବରର ମୃତ୍ୟୁ ହେବା ପରେ ଘରକୁ ଘୋଟି ଆସିଛି ଅମା ଅନ୍ଧାର । ଆଉ ଅଗଣାରେ ଅଶୁଭ ଖବର ଦେଖି କାନ୍ଥରୁ ଲିଭା ଚାଲିଛି ଶୁଭ ସଙ୍କେତ । ଏ ପଟେ ବାହୁନି କାନ୍ଦୁଛି ନୂଆ ବୋହୂ, ସେପଟେ ତା ସିନ୍ଦୂର ପାଇଁ ସଜଡା ଚାଲିଛି କୋକେଇ ।
ଦୁଇ ଦିନ ତଳେ ଯେଉଁ ହାତରୁ ସିନ୍ଦୂର ପିନ୍ଧି ଜୀବନ ସାର୍ଥକ ହୋଇଥିଲା, ନୂଆ ଜୀବନକୁ ଉପଭୋଗ କରିବାର ଆଦ୍ୟପର୍ବ ଆରମ୍ଭ ହୋଇଥିଲା । ଦୁଇ ଦିନ ପରେ ସେ ଜୀବନ ଯନ୍ତ୍ରଣାମୟ ହୋଇଗଲା ।
ଆହୁରି ପଢ଼ନ୍ତୁ : ୪୦ ଲକ୍ଷ ଟଙ୍କା ଲାଞ୍ଚନେବା ବେଳେ ଧରାପଡିଲେ ବିଜେପି ବିଧାୟକଙ୍କ ପୁଅ, ଘର ଓ ଅଫିସରୁ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ
ହୋମ ନିଆଁକୁ ସାକ୍ଷୀ ରଖି ଯିଏ ସାତ ଜନମ ଚାଲିବାର ଶପଥ ନେଇଥିଲା, ଠିକ୍ ଦୁଇ ଦିନ ପରେ ସିଏ ଠକି ଦେଇ ଚାଲିଗଲା । ଆଉ ଇଏ ହେଉଛି ହୃଦୟଥରା ଘଟଣାର, ସେହି ଛାତି ବତୁରା ଛବି ।
ବାଲେଶ୍ୱର ଖନ୍ତାପଡା ଥାନା ଖଡିପାହି ଗାଁର ଯୁବକ ଅଜୟଙ୍କର ଗତ ୧ ତାରିଖ ଦିନ ବୈଦିକ ରୀତିନୀତି ଅନୁସାରେ ବିବାହ ହୋଇଥିଲା । ବିବାହ ପାଇଁ ପରିବାର ଲୋକ, ଆତ୍ମୀୟସ୍ୱଜନ ବେଶ ଖୁସି ଥିବା ବେଳେ ଶୁକ୍ରବାର ଥିଲା ସେମାନଙ୍କର ରିସେପ୍ସନ ।
ଭୋଜି ପାଇଁ ସମସ୍ତେ ବ୍ୟସ୍ତ ଥିବା ବେଳେ ଚଳଚଞ୍ଚଳ ଥିଲା ଘର । ହେଲେ ହଠାତ୍ ଖୁସିର ପର୍ବ ଫିକା ପଡିଥିଲା । ଅଜୟ ପାଣିରେ ବୁଡି ପ୍ରାଣ ହରାଇଥିବା ଖବର ଆସିଲା । ଯାହାକୁ ବିଶ୍ୱାସ କରି ହେଉନଥିଲେ ବି ଏହାହିଁ ଥିଲା ସତ୍ୟ ।
ଆହୁରି ପଢ଼ନ୍ତୁ : ‘୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ଭଳି ରାସ୍ତା ହେବ’, ଏମିତି କଥା ଦେଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ
ଘର ପାଖରେ ଥିବା ଏକ ପୋଖରୀରେ ବୁଡି ଅଜୟଙ୍କ ମୃତ୍ୟୁ ହୋଇଥିବା ବେଳେ, ଶୌଚ ପାଇଁ ଯାଇ ଏପରି ଅଘଟଣର ଶିକାର ହୋଇଥିବା ଅନୁମାନ କରାଯାଉଛି । ହେଲେ ତାଙ୍କ ମୃତ୍ୟୁ ହେଲା କେମିତି, ସେ କେମିତି ହଠାତ୍ ପାଣିରେ ବୁଡିଗଲେ, ତା ଏବେ ବି ଏକ ପ୍ରଶ୍ନ ଚିହ୍ନ ।
ତେବେ ଅଜୟ ମୃତ୍ୟୁ ଖାଲି ଗୋଟେ ପରିବାରକୁ ଦୁଃଖ ଦେଇନି, ବରଂ ଗୋଟେ ନବବଧୂ ମଥାରୁ ସିନ୍ଦୂର ଛଡେଇ ନେଇଛି । ଗୋଟେ ବୁଢୀ ମାଆର ପୂରିଲା କୋଳକୁ ଖାଲି କରିଦେଇଛି । ସଂସାର ଗଢିବା ଆଗରୁ, ମେହେନ୍ଦୀ ଲିଭିବା ଆଗରୁ, ନିଜ ସ୍ୱାମୀକୁ ହରେଇଛନ୍ତି ଏ ନବବଧୁ ।