‘୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ଭଳି ରାସ୍ତା ହେବ’, ଏମିତି କଥା ଦେଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ

Odisha will very soon have America like roads

ଓଡ଼ିଆ ଗସିପ ବ୍ୟୁରୋ: ୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ । ଜାତୀୟ ରାଜପଥ ପ୍ରକଳ୍ପ ଅଧିନସ୍ଥ ସବୁ ରାସ୍ତା ଆମେରିକା ମାନର ହେବ । ଓଟିଭି ଫୋରସାଇଟ୍‌-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି ।

ଭିଡିଓ ବାର୍ତ୍ତା ଜରିଆରେ ଓଟିଭିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଯୋଡ଼ି ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଓଡ଼ିଶାରେ ଜାତୀୟ ରାଜପଥରେ ଅନେକ ଭିତ୍ତିଭୂମି କାମ ଚାଲିଛି ।

ଆହୁରି ପଢ଼ନ୍ତୁ : ୪୦ ଲକ୍ଷ ଟଙ୍କା ଲାଞ୍ଚନେବା ବେଳେ ଧରାପଡିଲେ ବିଜେପି ବିଧାୟକଙ୍କ ପୁଅ, ଘର ଓ ଅଫିସରୁ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ

କଥା ଦେଉଛି, ୨୪ ଶେଷ ସୁଦ୍ଧା ରାସ୍ତା ମାନ ଆମେରିକା ଭଳି ହେବ।ଜାତୀୟ ରାଜପଥ ଭିତ୍ତିଭୂମି ଆମେରିକା ରାସ୍ତା ଭଳି ହେବ । ଉଚ୍ଚ ମାନର ରାସ୍ତା ଓଡ଼ିଶାର ବିକାଶ ଓ ଉନ୍ନତିକୁ ନୂଆ ସୋପାନକୁ ନେବ । ଓଡ଼ିଶା ଭଳି ସାରା ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ କାମ ଚାଲୁ ରହିଛି ।’

ଓଟିଭିର ଚିନ୍ତନ ସମାବେଶ ଫୋରସାଇଟ- ୨୦୨୩ର ତ୍ରୟୋଦଶ ସଂସ୍କରଣରେ ସାମିଲ ହୋଇ ବିଶିଷ୍ଟ ବ୍ୟକ୍ତି ସେମାନଙ୍କର ମତ ରଖିଛନ୍ତି । 

Share this story

World Odia Language Conferene