ବାପାକୁ ମାରି ସାବତ ମା’କୁ ଦୁଷ୍କର୍ମ କଲା ପୁଅ, କିଛି ଏମିତି ଥିଲା ପୁରା ଘଟଣା...

son raped step mother by killing father

ଓଡ଼ିଆ ଗସିପ ବ୍ୟୁରୋ : ଜଣେ ଯୁବକ ତା’ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସାବତ ମା’କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗାଁରେ ଘଟିଛି ଏହି ଘଟଣା ।

ଗତକାଲି ରାତିରେ ଚମ୍ପାଝର ଗାଁରେ ଭୋଜି ହୋଇଥିଲା । ସାଧାଇ ହେମ୍ରମ, ତାଙ୍କ ପତ୍ନୀ ଓ ପୁଅ ଲୁଗୁ ହେମ୍ରମ ଭୋଜି ଖାଇବାକୁ ଯାଇଥିଲେ । ଭୋଜି ଖାଇ ସାଧାଇ ଓ ତାଙ୍କ ପତ୍ନୀ ପ୍ରଥମେ ଘରକୁ ଫେରିଥିଲେ । ସେମାନେ ଘରକୁ ଫେରି ଗପସପ ହେଉଥିବା ବେଳେ ପୁଅ ଲୁଗୁ ହେମ୍ରମ ନିଶାସକ୍ତ ଅବସ୍ଥାରେ ପହଞ୍ଚିଥିଲେ ।

ଜମିବାଡ଼ି ବିକ୍ରିକୁ ନେଇ ସେ ବାପା ସାଧାଇଙ୍କୁ ପ୍ରଶ୍ନ କରିଥିଲେ । ଏହାକୁ ନେଇ ବାପ-ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ବେଳେ ଲୁଗୁ ହେମ୍ରମ ଏକ ଟାଙ୍ଗିଆରେ ସାଧାଇଙ୍କୁ ଆକ୍ରମଣ କରିଥିଲେ । ସାଧାଇଙ୍କ ମୁଣ୍ଡରେ ଚୋଟ ପଡ଼ିଥିଲା ।

ଆହୁରି ପଢ଼ନ୍ତୁ : ମର୍ଡର ନୁହେଁ, ପାଣିରେ ବୁଡ଼ି ମାରିଛନ୍ତି ଇଞ୍ଜିନିଅରିଂ ଛାତ୍ରୀ ଚିନ୍ମୟୀ! ବିଶ୍ୱାସ କରିପାରୁ ନାହାନ୍ତି ପରିବାର ଲୋକ...

ସେ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଲୁଗୁଙ୍କ ଠାରୁ ଟାଙ୍ଗିଆ ଛଡ଼ାଇବାକୁ ଦୌଡ଼ି ଯାଇଥିଲେ ସାବତ ମା’ । ହେଲେ ନୃଶଂସ ଲୁଗୁ ତାଙ୍କୁ ଦୁଷ୍କର୍ମ କରିଥିଲେ । ପାଟି କଲେ ତାଙ୍କୁ ବି ମାରି ଦେବ ବୋଲି କହିଥିଲେ । ପରେ ପୀଡ଼ିତା (ସାଧାଇଙ୍କ ପତ୍ନୀ ତଥା ଲୁଗୁର ସାବତ ମା’) ଘରୁ ଖସି ଯାଇ ଗାଁ ଲୋକଙ୍କୁ ଡାକିଥିଲେ । ସେମାନେ ଆସି ଲୁଗୁକୁ କାବୁ କରିଥିଲେ ।

ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୁଗୁ ଓ ତାଙ୍କ ସାବତ ମା’ଙ୍କର ଡାକ୍ତରୀମାଇନା କରାଯାଇଛି । ଟମକା ପୁଲିସ୍ ଉଭୟଙ୍କୁ ପଚରାଉଚରା କରିବା ସହିତ ଘଟଣାର ତତନ୍ତ ଜାରି ରଖିଛି । ନିଶାସକ୍ତ ଅବସ୍ଥାରେ ଏହି କାଣ୍ଡ ଭିଆଇଥିବା ନିଜେ ସ୍ୱୀକାର କରିଛି ଲୁଗୁ ହେମ୍ରମ । ସେ ଏନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ମଧ୍ୟ ଦେଇଛି ।

Share this story

World Odia Language Conferene