ହୋଲି ପରଦିନରୁ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ସେହି ରାଶି ଗୁଡିକ ବିଷୟରେ...
 

Budh Gochar 2024 The fortunes of these 3 zodiac signs will change after holi
ହୋଲି ପରଦିନରୁ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କାଲି ଦେଶର ଅଧିକାଂଶ ସ୍ଥାନରେ ହୋଲି ପର୍ବ ପାଳନ କରାଯାଉଛି ଏବଂ ଚନ୍ଦ୍ରଗ୍ରହଣ ମଧ୍ୟ ରହିଛି । କିନ୍ତୁ ହୋଲି ପରଦିନ ଅର୍ଥାତ ମାର୍ଚ୍ଚ ୨୬ରେ ବୁଧ ରାଶି ପରିବର୍ତ୍ତନ କରିବେ । 

ବୁଧ ବୃହସ୍ପତିର ରାଶି ମୀନ ଛାଡି ମେଷ ରାଶିରେ ଚଳନ କରିବେ । ମୀନ ରାଶିରେ ବୁଧଙ୍କ ପ୍ରବେଶ କାରଣରୁ ବିଶେଷ କରି ୩ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭ ଫଳାଫଳ ମିଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ଆଧିକ ପଢନ୍ତୁ : ଶାରିରୀକ ଅସୁସ୍ଥତା ଯୋଗୁଁ ମନ ଅଶାନ୍ତ ରହିବା ସହ ଆୟ ତୁଳନାରେ ବ୍ୟୟ ଅଧିକ ହେବ! ପଢନ୍ତୁ ଆଜିର ରାଶିଫଳ 

ମେଷ ରାଶି :- ବୁଧ ଗ୍ରହ ରାଶି ପରିବର୍ତ୍ତନର ପ୍ରଭାବରୁ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଉଜ୍ୱଳ ହେବ । ଯେଉଁବ୍ୟକ୍ତିମାନେ ଜୀବନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ସମସ୍ତ ସମସ୍ୟାର ସମାଧାନ ହେବ । ବିଶେଷ କରି ଚାକିରି ଏବଂ ବ୍ୟବସାୟରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ବୁଧଙ୍କ ଚଳନ ସହିତ ଆପଣଙ୍କ ବ୍ୟକ୍ତିତ୍ୱର ମଧ୍ୟ ଉନ୍ନତି ହେବ ।

ଆଧିକ ପଢନ୍ତୁ: ଦ୍ବିତୀୟ ସନ୍ତାନ ପାଇଁ କରୁଛନ୍ତି କି ପ୍ଲାନ? ଜାଣନ୍ତୁ ସଠିକ୍ ସମୟ ବ୍ୟବଧାନ କେତେ ରହିବା ଉଚିତ୍

ସିଂହ ରାଶି :- ବୁଧଙ୍କ ଗତିବିଧିରେ ପରିବର୍ତ୍ତନ କାରଣରୁ ଆପଣଙ୍କ ଜୀବନରେ ଅନେକ ଭଲ ଘଟଣା ଘଟିବାକୁ ଯାଉଛି । ମାର୍ଚ୍ଚ ୨୬ ପରେ ବିଦ୍ୟାର୍ଥୀଙ୍କ କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖାଯିବ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣଙ୍କୁ ସଫଳତା ମିଳିବ । ଆପଣ ନିଜ କ୍ୟାରିଅରରେ ନୂଆ ସୁଯୋଗ ପାଇବେ । ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ ।

ତୁଳା ରାଶି :- ଆପଣଙ୍କ ପାଇଁ ବୁଧଙ୍କ ରାଶି ପରିବର୍ତ୍ତନ ଅତ୍ୟନ୍ତ ଖାସ୍ । ରାଜନୈତିକ କ୍ଷେତ୍ରରେ ଶାସକ ଦଳର ସମର୍ଥନ ମିଳିବ । ପରିବାର ସଦସ୍ୟଙ୍କ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ବରିଷ୍ଠମାନେ ସାହାଯ୍ୟ କରିବେ । କୌଣସି କାମରେ ଦୂରଯାତ୍ରା କରିପାରନ୍ତି ।

ଆଧିକ ପଢନ୍ତୁ: ସିଜରିଆନ୍ ଜନ୍ମର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ? ଜାଣି ନାହାନ୍ତି ଯଦି ନିହାତି ଜାଣନ୍ତୁ 

Share this story