ଭଗବାନ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ କରିବା ସହିତ ଶୁଭଫଳ ପ୍ରାପ୍ତି ପାଇଁ ଜନ୍ମାଷ୍ଟମୀ ଦିନ ଘରକୁ ଆଣନ୍ତୁ ଏହି ଜିନିଷ
ଓଡ଼ିଆ ଗସିପ୍ ବ୍ୟୁରୋ: ହିନ୍ଦୁ ସଂସ୍କୃତିରେ ଜନ୍ମାଷ୍ଟମୀର ବେଶ୍ ମହତ୍ତ୍ୱ ରହିଛି। ତେଣୁ ଏହି ଶୁଭ ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ କରିବା ସହିତ ଶୁଭଫଳ ଲାଭ କରିବା ପାଇଁ କିଛି ଜିନିଷ ଘରକୁ ଆଣିବା ଉଚିତ।
ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍
-ଜନ୍ମାଷ୍ଟମୀ ଦିନ କାମଧେନୁଙ୍କ ଫଟୋ କିମ୍ବା ମୂର୍ତ୍ତି ଘରକୁ ଆଣିବା ଦ୍ବାରା ବ୍ୟବସାୟରେ ଉନ୍ନତି ଆସିଥାଏ। କାମଧେନୁଙ୍କ ମୂର୍ତ୍ତି ଟଙ୍କା ଆଲମାରୀ ପାଖରେ ରଖିପାରିବେ।
-ଶ୍ରୀକୃଷ୍ଣଙ୍କ ପ୍ରିୟ ବଇଁଶୀ ମଧ୍ୟ ଏହିଦିନ ଘରକୁ ଆଣିପାରିବେ। ଯେଉଁ ଘରେ ବଇଁଶୀ ଥାଏ, ସେଠାରେ କେବେ ବି ଧନ ଓ ସ୍ନେହଶ୍ରଦ୍ଧାର ଅଭାବ ଦେଖାଯାଏ ନାହିଁ ବୋଲି କୁହାଯାଏ। ବଇଁଶୀ ରଖିବା ଦ୍ବାରା ଗୃହରେ ଲାଗି ରହିଥିବା କ୍ଳେଶ ଦୂର ହୁଏ।
ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ
-ନିଃସନ୍ତାନ ଦମ୍ପତିମାନେ ଜନ୍ମାଷ୍ଟମୀରେ ବାଳଗୋପାଳଙ୍କ ଫଟୋ ଆଣି କାନ୍ଥରେ ଲଗାନ୍ତୁ। ଏହାଦ୍ବାରା ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।
-ଜନ୍ମାଷ୍ଟମୀ ଦିନ ଘରକୁ ଗଙ୍ଗାଜଳ ଆଣିବା ଶୁଭ ବୋଲି କୁହାଯାଏ। ଗଙ୍ଗାଜଳ ଦ୍ବାରା ଘରର ନକାରାତ୍ମକ ଶକ୍ତି ହ୍ରାସ ହୁଏ ଏବଂ ସୁଖସମୃଦ୍ଧି ବୃଦ୍ଧି ହୁଏ।
ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି
-ଜନ୍ମାଷ୍ଟମୀ ଦିନ ଘରକୁ ଚନ୍ଦନକାଠ ଆଣିବା ବା ଚନ୍ଦନ ତିଳକ କରିବା ଶୁଭ ହୋଇଥାଏ।
-ଜନ୍ମାଷ୍ଟମୀ ଦିନ ଘରକୁ ମହୁ ଆଣନ୍ତୁ। ଏହାଦ୍ବାରା ଅନେକ ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଦେବବେଦୀଙ୍କୁ ମହୁରେ ପଞ୍ଚାମୃତ ପ୍ରସ୍ତୁତ କରି ଭୋଗ ଲଗାଇବା ଉତ୍ତମ ହୋଇଥାଏ।