ଆସନ୍ତାକାଲିର ରାଶିଫଳ:ଏହି ରାଶି ପାଇଁ ଶୁଭ ନୁହେଁ ରବିବାର

ରବିବାର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତିଙ୍କର ଆର୍ଥିକ କ୍ଷେତ୍ରରେ ଉନ୍ନତି ସହ ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ

ଓଡ଼ିଆ ଗସିପ୍ ବ୍ୟୁରୋ: ମେଷ: ଦିନଟି ଆପଣଙ୍କ ପାଇଁ ସକାରାତ୍ମକ ରହିବ। ଅଫିସରେ ସହକର୍ମୀଙ୍କ ସହିତ ଭଲ ତାଳମେଳ ରହିବ। କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ହେବେ। ଆପଣଙ୍କର ଦରମା ବଢ଼ିପାରେ।

ଅଧିକ ପଢନ୍ତୁଦେଶର ବିଭିନ୍ନ ସ୍ଥାନରେ ୯୦ ଟଙ୍କାରେ ଟମାଟୋ ବିକ୍ରି ଆରମ୍ଭ କଲେ କେନ୍ଦ୍ର ସରକାର

ବୃଷ: ପୁରୁଣା ଜମିବାଡ଼ିରୁ ଆପଣଙ୍କୁ ଭଲ ଲାଭ ମିଳିବ। କୌଣସି ବଡ଼ ସଫଳତା ହାସଲ କରିବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।

ମିଥୁନ: ଦିନଟି ଆନନ୍ଦ ଓ ଉତ୍ସାହରେ ପରିପୂର୍ଣ୍ଣ ରହିବ। ବନ୍ଧୁଙ୍କ ସହଯୋଗ ପାଇବେ। ଆଶାରୁ ଅଧିକ ଲାଭର ସମ୍ଭାବନା ଅଛି। ସକାରାତ୍ମକ ମାନସିକତା ଚାକିରିରେ ଉନ୍ନତି ଆଣିବ।

କର୍କଟ: କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟ ସମ୍ମିଳନୀରେ ଯୋଗ ଦେବାକୁ ଯିବେ। ଦାମ୍ପତ୍ୟ ଜୀବନ ମଧୁର ହେବ। ସ୍ବାସ୍ଥ୍ୟ ନେଇ ସତର୍କ ରହନ୍ତୁ।

ଅଧିକ ପଢନ୍ତୁଟମାଟୋ ରାନ୍ଧିଥିବାରୁ ସ୍ବାମୀଙ୍କୁ ଛାଡ଼ି ଚାଲିଗଲେ ସ୍ତ୍ରୀ; ଥାନାରେ ଅଭିଯୋଗ କଲେ ସ୍ବାମୀ

ସିଂହ: ଶିକ୍ଷା କ୍ଷେତ୍ରରେ ଆପଣଙ୍କର ମନୋକାମନା ପୂରଣ ହେବ। ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷାର ଫର୍ମ ଭରିବା ପାଇଁ ମନ ହେବ।

କନ୍ୟା: ବ୍ୟବସାୟ ପାଇଁ ପ୍ରସ୍ତୁତ କରିଥିବା ଯୋଜନା ଫଳପ୍ରଦ ସାବ୍ୟସ୍ତ ହେବ। କଳାତ୍ମକ ଜିନିଷ ପ୍ରତି ଆଗ୍ରହ ସୃଷ୍ଟି ହେବ। କୌଣସି କଥାର ତୁରନ୍ତ ପ୍ରତିକ୍ରିୟା ଦିଅନ୍ତୁ ନାହିଁ।

ତୁଳା: ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିବାର ଯୋଗ ଅଛି। ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ନୂତନତ୍ବ ଆସିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ବିଛା: ଭଲ ଉଦ୍ୟୋଗରେ ଚାକିରି ପାଇଁ ପ୍ରସ୍ତାବ ମିଳିବ। ଜୀବନସାଥୀଙ୍କ ସହିତ ସୁଖଦ ସମୟ ବିତାଇବେ। ଛୋଟ ଛୋଟ କଥାରେ ରାଗନ୍ତୁ ନାହିଁ। କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବେ।

ଧନୁ: ଆପଣଙ୍କ ଲାଗି ଦିନଟି ଶୁଭ ରହିବ। ଅଧ୍ୟାପନା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ। ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ବିଶେଷଙ୍କୁ ନୂଆ ଅବସର ପ୍ରାପ୍ତ ହେବ।

ଅଧିକ ପଡ଼ନ୍ତୁ:  ସଂଯୁକ୍ତା ମହଲା ସହ ଲିଭ୍ ଇନରେ ଥିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ: ବ୍ରେକ୍ ଅପ୍ ପରେ ଦୁହେଁ ଭାଙ୍ଗି ପଡ଼ିଛନ୍ତି

ମକର: ଚାକିରିରେ ଆୟ ବୃଦ୍ଧି ହେବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୈବାହିକ ଜୀବନରେ ଭଲ ତାଳମେଳ ରହିବ। ଦିନଟି ଖୁସିରେ କଟିବ। ଛାତ୍ର ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।

କୁମ୍ଭ: ଆପଣଙ୍କ ମନ ପ୍ରସନ୍ନ ରହିବ। ଅଫିସ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଉନ୍ନତି ପାଇଁ ମଉକା ମିଳିବ। ପଇସା ଦିଆନିଆ ବେଳେ ସତର୍କ ରହନ୍ତୁ।

ମୀନ: ଆପଣ ଅଭିଜ୍ଞ ଲୋକମାନଙ୍କ ସହ ମିଶିବେ। ବେପାରରେ ଉନ୍ନତି ହେବ। ଆର୍ଥିକ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

 

Share this story