ଆଜି ଏହି ରାଶିର ବ୍ୟକ୍ତିମାନେ ଟଙ୍କାଟିଏ ବି ଧାର ଦିଅନ୍ତୁନି; ସାଙ୍ଗ ନେଲେ ବି ଦେବେନି
ପ୍ରତିକାର- ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ
ଦ୍ୱିଜା- ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ବିଶେଷ ଖଟଣିଜନିତ ମନ ଭଲ ରହିବ ନାହିଁ। ଭଲ ପଡୁନଥିବା କୌଣସି ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ।
କୃତିକା- ଅର୍ଥ ସଂକଟ ଦୂରେଇବାରେ ଜଣେ ବିଶିଷ୍ଟ ବ୍ୟକ୍ତି ସହାୟତା କରିବେ। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯
ଅଧିକ ପଢ଼ନ୍ତୁ: ସତ କହିଲା ଗୋପାଳ: ନବ ଦାସଙ୍କୁ ହତ୍ୟା କରିବାକୁ ସାଜିଥିଲା ଗୁଣ୍ଡା
ବୃଷ:କୃତିକା- ସାମାନ୍ୟ କୌଶଳ ପ୍ରୟୋଗ କରି କାମ କଲେ, ଯାହା ଚାହୁଁଛନ୍ତି ତାହା ପାଇପାରିବେ। ଫାଇଦା ହାସଲ କରିବା ଲାଗି ମନ ବଳାଇପାରନ୍ତି। ଅସଂଯତ କାର୍ୟ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ।
ରୋହିଣୀ- ସାମାଜିକ ସ୍ତରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ସକାଳୁ କୌଣସି ବିଶେଷ କାମରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ଆଜି ଘର କାମ ସାଙ୍ଗକୁ ଅଫିସ୍ କାମର ଜଞ୍ଜାଳ ବଳିଯିବ।
ମୃଗଶିରା- ଯାହା ଚାହୁଁଥିଲେ ତାହା ହାସଲ କରିବାରୁ ମନ ଖୁସି ହୋଇଯିବ। ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ।
ପ୍ରତିକାର – ମାଆ କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬
ମିଥୁନ: ମୃଗଶିରା- ସ୍ବାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଖରାପ ନ ହେଲେ ମଧ୍ୟ ବିଶେଷ ଭଲ ରହିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ନୀତିଗତ କାମରୁ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରଖି ଚଳିବା ନିତାନ୍ତ ଜରୁରୀ ହୋଇପଡ଼ିବ।
ଆଦ୍ରା- କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ଅନ୍ୟ ମାନଙ୍କୁ ବୁଝାଇବା ଭଳି କଥାକହି ଲକ୍ଷ୍ୟ ହାସଲ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ।
ପୁନର୍ବସୁ- ଧନାଦିରେ ଅଭିବୃଦ୍ଧି ଘଟିପାରେ । ଶିକ୍ଷାକ୍ଷେତ୍ରରେ ବିଶୃଖଂଳା ଉପୁଜିପାରେ । କୋର୍ଟର ନିଷ୍ପତି ବଦଳି ଯାଇପାରେ । ମହିଳା ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ ।
ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫
କର୍କଟ: ପୁନର୍ବସୁ- ପାରିବାରିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ହେବାରୁ ଆଶ୍ୱସ୍ତି ଲଭିବେ। ମନ ବୁଝିଲା ଭଳି କଥା କହିବା କାରଣରୁ ବନ୍ଧୁଙ୍କ ସହଯୋଗ ପାଇବାରେ ଅସୁବିଧା ରହିବ ନାହିଁ। ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ କାମ ହାସଲ କଷ୍ଟକର ହେବ।
ପୁଷ୍ୟା- ବିବାହ ଆଶାୟୀ ଯୁବକ ଯୁବତୀ ମାନେ ବିବାହ ବଦ୍ଧନରେ ଆବଦ୍ଧ ହୋଇପାରନ୍ତି । ଆୟର ଉତ୍ସ ବୃଦ୍ଧି ପାଇବା ସହ ସମ୍ପତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । କଠିନ ପରିଶ୍ରମ କରୁଥିବା ଛାତ୍ରମାନଙ୍କ ଆଶା ଶେଷରେ ପୂରଣ ହେବ
ଅଶ୍ଳେଷା- ପଛ କଥା ନଭାବି ବର୍ତମାନ ପରିସ୍ଥିତିକୁ ସାମ୍ନା କରିବେ । ମହିଳା ମାନଙ୍କର ମିଷ୍ଠାନ ଲାଭରୁ ମନ ଖୁସିରହିବ । ଆଧାତ୍ମିକ ଜୀବନ ବିତାଇ ପାରନ୍ତି
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬
ଅଧିକ ପଢ଼ନ୍ତୁ: କାର୍ ଭିତରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ପୋଲିସ୍ ବାବୁ
ସିଂହ: ମଘା- ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷାରେ ସମର୍ଥ ହେବେ। ବନ୍ଧୁଙ୍କୁ ମନରେ ଭାବୁଥିବା କଥାଟି ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ । ବ୍ୟବସାୟରେ ଲାଭ ମିଳିବ, ମାତ୍ର ଅବହେଳାରୁ ବ୍ୟୟ ହୋଇଯିବ।
ପୂ- ଫାଲ୍ଗୁନୀ- କର୍ମକ୍ଷେତ୍ରସ୍ଥ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ନୂତନ ଯୋଜନାଟିକୁ ଆରମ୍ଭ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।
ଉ- ଫାଲ୍ଗୁନୀ- ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ରୁକ୍ଷ ବ୍ୟବହାର ମନରେ ଆଘାତ ଦେବ। ପ୍ରତ୍ୟେକ ପରିସ୍ଥିତିକୁ ଜଟିଳ ମନେକରିବେ ବାସ୍ତବରେ ସେପରି କିଛି ହେବନି। ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡ଼ିପାରେ।
ପ୍ରତିକାର – ଶ୍ରୀ ରାମଙ୍କର ପୂଜାପାଠ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧
କନ୍ୟା: ଉ- ଫାଲ୍ଗୁନୀ- ପାରିବାରିକ ସ୍ତରରେ ଭଉଣୀ କିମ୍ବା ସ୍ତ୍ରୀଙ୍କ ତରଫରୁ ପ୍ରତିରୋଧ ଆସିପାରେ। ଆନୁଷ୍ଠାନିକ କାମ ସକାଶେ ତତ୍ପର ହେବେ। ମନ ଚାହୁଁ ନ ଥିବା କେତେକ କାମ ପରିସ୍ଥିତିରେ ପଡି କରିବାକୁ ବାଧ୍ୟ ହେବେ।
ହସ୍ତା- ବନ୍ଧୁଙ୍କ ସମ୍ମୁଖରେ ପାରିବାରିକ ଜୀବନର ଅକୁହା କଥାକୁ ଲୁଚାଇ ରଖି ହସି ହସି କଥା କହିବେ। ସନ୍ଧ୍ୟା ସୁଦ୍ଧା ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।
ଚିତ୍ରା- ଅଫିସରେ ମିଠା କଥା କହି ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ।
ପ୍ରତିକାର - ସର୍ବକାର୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫
ଅଧିକ ପଢ଼ନ୍ତୁ: ବନ୍ଦ ହୋଇଯିବ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ: ଶସ୍ତାରେ ମିଳିବନି ଡ୍ରେସ, ଚଟପଟା ଖାଇବାର ମଜା
ତୁଳା: ଚିତ୍ରା- ଆମୋଦ, ପ୍ରମୋଦରେ ଦିନ କଟିବ । ଧର୍ମ ଭାବନାରୁ ଶାନ୍ତି ମିଳିବ । କର୍ମକ୍ଷେତ୍ର, ବାଣିଜ୍ୟ, ପ୍ରଶାସନ, ସାମ୍ବାଦିକତା ତଥା ସଭାସମିତିରେ ପ୍ରଶଂସିତ ହେବେ।
ସ୍ୱାତୀ- କେତେକ କ୍ଷେତ୍ରରେ ଅନ୍ୟକୁ ଖୁସି କରିବାକୁ ଯାଇ ନିଜର ସ୍ବାର୍ଥକୁ ବଳି ଦେଇପାରନ୍ତି । ଘରୋଇ କଥା ମନରେ ବାରମ୍ବାର ଆଲୋଡ଼ନ ସୃଷ୍ଟି କରି ଚିନ୍ତାଧାରାକୁ ବିକ୍ଷିପ୍ତ କରିଦେବ।
ବିଶାଖା- ପ୍ରକାଶନ, ପାରିବାରିକ, ପ୍ରଶାସନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସାହିତ୍ୟ, ଗବେଷଣା ତଥା ରଚନାତ୍ମକ କାର୍ୟ୍ୟରେ ଅଗ୍ରଗତି ଘଟିବ।
ପ୍ରତିକାର – ମା ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬
ବିଛା: ବିଶାଖା- କାମଗୁଡିକରେ କୌଣସି ପ୍ରତିବନ୍ଧକ ନ ରହିଲେ ମଧ୍ୟ ସେତେଟା ପ୍ରୀତିପ୍ରଦ ରହିବ ନାହିଁ । ନିକଟରେ ରହୁଥିବା ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ଦୁଃଖ ଭୁଲି ଯିବାରେ ସାହାଯ୍ୟ କରିବ।
ଅନୁରାଧା- କାର୍ୟ୍ୟ ହାସଲ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ରେ କୌଣସି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ର ସକାଶେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପାରିବାରିକ କଳହକୁ ନେଇ ମାନସିକ ଶାନ୍ତି ବ୍ୟାହତ ହେବ।
ଜ୍ୟୋଷ୍ଠା- ସାଙ୍ଗଠନିକ କାର୍ୟ୍ୟରେ କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପିଲାମାନଙ୍କ ଉଚ୍ଚ ଶିକ୍ଷା ସକାଶେ ପାରିବାରିକ ଆଲୋଚନାକୁ ପ୍ରାଧାନ୍ୟ ଦେଇପାରନ୍ତି। ଆକସ୍ମିକ ଭାବରେ ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ।
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯
ଧନୁ: ମୂଳା- ଅଭାବ ନ ଥିଲେ ମଧ୍ୟ ନିଜର ପ୍ରିୟବ୍ୟକ୍ତିଙ୍କଠାରୁ ବହୁ ଦୂରେ ରହି ଚିନ୍ତିତ ରହିବେ। ସମ୍ପର୍କୀୟଙ୍କ ବେଖାତିର ମନୋଭାବ ଯାହାକି କାହାକୁ କହି ପାରିବେ ନାହିଁ କିନ୍ତୁ ମନେ ମନେ ଅସନ୍ତୁଷ୍ଟ ରହିବେ।
ପୂ, ଷାଢା- ସନ୍ତାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଏକ ପ୍ରକାର ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଈର୍ଷାପରାୟଣ ବ୍ୟକ୍ତିମାନେ ଉପର ମନରେ ଭଲ କଥା କହି ପଛରେ ବହୁତ ସମାଲୋଚନା କରିବେ।
ଉ, ଷାଢା- ଭାଙ୍ଗିପଡିଥିବା ସମ୍ପର୍କକୁ ପୁଣି ଯୋଡିବାକୁ ଚେଷ୍ଟା କରି ଅସଫଳ ହୋଇପାରନ୍ତି। ନିଜ ପରିସରର ବ୍ୟକ୍ତିମାନେ ଅଯଥା ଦୋଷାରୋପ କରି ମାନସିକ ସ୍ଥିତିକୁ କଳୁଷିତ କରିପାରନ୍ତି।
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩
ଅଧିକ ପଢ଼ନ୍ତୁ: ଟମାଟୋ ରାନ୍ଧିଥିବାରୁ ସ୍ବାମୀଙ୍କୁ ଛାଡ଼ି ଚାଲିଗଲେ ସ୍ତ୍ରୀ; ଥାନାରେ ଅଭିଯୋଗ କଲେ ସ୍ବାମୀ
ମକର: ଉ, ଷାଢା- ଅନାବଶ୍ୟକ କଥା ମନରୁ ପରିହାର କରି ବାସ୍ତବତାକୁ ଗୁରୁତ୍ୱ ଦେଇ କାମ କରିବା ଭଲ ହେବ। ବିଭିନ୍ନ ପ୍ରକାରର ସ୍ଥଗିତ କାମକୁ ନେଇ ପାରିବାରିିକ ଜଞ୍ଜାଳ ବୃଦ୍ଧି ପାଇପାରେ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ଶ୍ରବଣା- ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ। ପାରିବାରିକ ଜୀବନରେ ତିକ୍ତତା ଦେଖାଦେଇପାରେ। ପ୍ରଶାସନିକ ସ୍ତରରେ କିମ୍ବା ପ୍ରକାଶନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ଧନିଷ୍ଠା- ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ କିନ୍ତୁ ସେପରି କିଛି ବିଶେଷ ଅସୁବିଧା ହେବ ନାହିଁ । ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ । ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ । ମନୋରଞନ କାର୍ୟ୍ୟରେ ଅଶାନ୍ତି ଉପୁଜିବ
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮
କୁମ୍ଭ : ଧନିଷ୍ଠା- ବନ୍ଧୁଙ୍କ ସହଯୋଗରେ ଆର୍ଥିକ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। କଳା, ସାହିତ୍ୟ, ସାମ୍ବାଦିକତାରୁ ସୁଫଳ ମିଳିବ।
ଶତଭିଷା- ସମସ୍ୟା ଲାଗି ରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ
ପୂ, ଭାଦ୍ରପଦ- ଆପଣ ସର୍ବଦା ନିଜର ଭବିଷ୍ୟତକୁ ଧ୍ୟାନରେ ରଖି କାର୍ୟ୍ୟ କରିବା ଉଚିତ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।
ପ୍ରତିକାର – ମା କାଳିଙ୍କ ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮
ମୀନ: ପୂ, ଭାଦ୍ରପଦ- ଉପରିସ୍ଥଙ୍କ ସାହାଯ୍ୟରୁ ଅଫିସିଆଲି ଟେନ୍ସନ କମିଯିବ ଏବଂ ସହଯୋଗଭିତ୍ତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭ ହୋଇପାରେ।
ଉ, ଭାଦ୍ରପଦ- ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ପିଲାମାନଙ୍କ ଶୃଙ୍ଖଳା ଓ ଶିକ୍ଷା ବିଷୟ ନେଇ ଚିନ୍ତା ପ୍ରକଟ କରିବେ । ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତା କରି ବ୍ୟସ୍ତ ରହିବେ।
ରେବତୀ- ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବାରୁ ମନ ଭଲ ରହିବ ନାହିଁ । ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ଧର୍ୟ୍ୟର ସହିତ ସବୁ କାର୍ୟ୍ୟକୁ ସମାଧାନ କରିପାରିବେ ।
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩