କନ୍ୟାରାଶିର ବ୍ୟକ୍ତିମାନଙ୍କର ଲୁଚି ରହିଥିବା କେତେକ ଗୁପ୍ତ ରହସ୍ୟ, ଜାଣନ୍ତୁ କିଛି ଅଜଣା କଥା...

Rasifala all about Kanya Rasi

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ ।

ଜ୍ୟୋତିଷବିତ୍ ଙ୍କ ଗଣନା ଅନୁସାରେ କନ୍ୟାରାଶି କୁ ସାଧାରଣତଃ ୩ ଭାଗରେ ବିଭକ୍ତ କରାଯାଇଛି । ଯଥା ୧୨/ ୬ ଉତ୍ତର ଫାଲ୍ଗୁନି ନକ୍ଷତ୍ର କନ୍ୟାରାଶି , ଏମାନେ ହେଉଛନ୍ତି ମାନବଗଣ ଏମାନେ ପ୍ରକୃତି ପ୍ରିୟ ଅଟନ୍ତି । ୧୩/ ୬ ହସ୍ତା ନକ୍ଷତ୍ର କନ୍ୟାରାଶି ଏମାନେ ହେଉଛନ୍ତି ଦେବଗଣ, ନ୍ୟାୟ ଧର୍ମ ଉପରେ ଏମାନେ ବିଶ୍ୱାସ କରିଥାନ୍ତି । ୧୪/ ୬ ଚିତ୍ରା ନକ୍ଷତ୍ର କନ୍ୟାରାଶି ଏମାନେ ହେଉଛନ୍ତି ଦେବଗଣ, ଏମାନଙ୍କର ନାନାଦି ଦେବାଦେବୀରେ ଭକ୍ତି ରହିଥାଏ ।

ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ଜନହିତକାର କାର୍ଯ୍ୟ କରିଥାନ୍ତି କିନ୍ତୁ ପ୍ରଶଂସା ବଦଳରେ ନିନ୍ଦା ହିଁ ପାଇଥାନ୍ତି । କନ୍ୟାରାଶିଙ୍କର ଅଧିପତି ହେଉଛନ୍ତି ବୁଧ ତେଣୁ ଦାନପୂନ୍ୟ , ଦେବପୂଜା ଏବଂ ନିତିନୀୟମରେ ଦିନଟି କଟିଥାଏ ।

କନ୍ୟାରାଶିର ମନ୍ଦଗୁଣ :

ଏମାନେ ପରସ୍ତ୍ରୀ ପ୍ରିୟ, ଚତୁରବାଦୀ ଇତ୍ୟାଦି ହୋଇଥାନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ମଧୁମେହ (Diabetes) ରୋଗୀଙ୍କ ପାଇଁ ବରଦାନ ହେଉଛି ଡ଼ାଲଚିନି, ଜାଣନ୍ତୁ କେତେ ଚାମଚ ନେଲେ ଏହା ଇନସୁଲିନ୍ ସ୍ତରକୁ ବାଲାନ୍ସ ରଖେ...

ରୋଗ :

କନ୍ୟାରାଶିର ବ୍ୟକ୍ତିଙ୍କୁ ଜୀବନରେ ଏପରି କିଛି ରୋଗର ସାମ୍ନା କରିବାକୁ ପଡିଥାଏ , ଯଥା – ଛାଡା , ସ୍ନାୟବିକ ଦୁର୍ବଳତା , ଚକ୍ଷୁରୋଗ , ଅଣ୍ଟାରୋଗ , ଲିଭର ଜନିତ ରୋଗ , ଚର୍ମରୋଗ , ନାକରୋଗ ଏବଂ ମେରୁଦଣ୍ଡ ରୋଗ ଇତ୍ୟାଦି ହୋଇଥାଏ । ଏହି ରାଶିର ଲୋକମାନେ ନିଜର ଗ୍ରହଶାନ୍ତି ପାଇଁ ସୁନାର କୌଣସି ବସ୍ତୁ କୁ ବୁଧବାର ଦିନ ପୂଜା କରି ଧାରଣ କଲେ ଗ୍ରହ ଶାନ୍ତ ହୋଇଥାଏ । ଏମାନଙ୍କ ପାଇଁ ଶୁଭ ରଙ୍ଗ ହେଉଛି ସବୁଜ , ଘିଅ ଏବଂ ଧଳା । ଅଶୁଭ ରଙ୍ଗ ହେଉଛି ଲାଲ , ଅନ୍ୟକୁ ଭଲ ପାଇବା ଏବଂ ନିଜେ ଭଲ ପିନ୍ଦିବାରେ ମଜଲିସ୍ ହୋଇ ରହିଥାନ୍ତି ।

ବିବାହ ଯୋଗ :

୧୮ ରୁ ୨୬ ବର୍ଷ ମଧ୍ୟରେ ବିବାହ ଯୋଗ ରହିଥାଏ, ଏହି ରାଶି ର ବ୍ୟକ୍ତିଙ୍କ ପାଇଁ ଶୁଭ ବାର ହେଉଛି ବୁଧବାର । ଘାତବାର ହେଉଛି ଶନିବାର, ଏହି ରାଶିର ବ୍ୟକ୍ତି ବୃଷ, ସିଂହ, ତୁଳା ରାଶିର ବ୍ୟକ୍ତିଙ୍କ ସହିତ ମିତ୍ରତା କଲେ ଲାଭବାନ ହେବେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଯୋନିରେ ଜ୍ବଳନ ଏବଂ କୁଣ୍ଡାଇ ହେବାର ଘରୋଇ ଉପଚାର...

ମୃତ୍ୟୁଯୋଗ :

ପ୍ରଥମେ ପିତାଙ୍କର ମୃତ୍ୟୁ ହୁଏ ତା ପରେ ମାତାଙ୍କର ମୃତ୍ୟୁ ହୋଇଥାଏ, ତା ସହିତ ଅଚାନକ ଧନପ୍ରାପ୍ତି ମଧ୍ୟ ଏମାନଙ୍କୁ ହୋଇଥାଏ । ଏମାନଙ୍କ ପାଇଁ ଅଶୁଭ ମାସ ହେଉଛି ପ୍ରତି ମାସର ମାର୍ଚ୍ଚ ମାସ ଏବଂ ପ୍ରତି ମାସର ୮, ୧୦ , ୨୩ ଏବଂ ୩୦ ତାରିଖ ଟି ଅଶୁଭ ଅଟେ । ତା ସହିତ ଶନିବାର ଦିନ ଟି ଅଶୁଭ ଅଟେ , ଏମାନଙ୍କ ପାଇଁ ଅଶୁଭ ରାଶି ହେଉଛନ୍ତି ମେଷ , ବିଛା , ସିଂହ ଏବଂ ଧନୁ ରାଶି ।

ପରମାୟୁ :

୧୨/୬ ଉତ୍ତର ଫାଲଗୁନି ନକ୍ଷତ୍ର କନ୍ୟାରାଶି ପରମାୟୁ ୭୭ ବର୍ଷ ଏବଂ ୧୩ /୬ ହସ୍ତା ନକ୍ଷତ୍ର କନ୍ୟାରାଶି ପରମାୟୁ ୯୫ ବର୍ଷ । ୧୪ /୬ ଚିତ୍ରା ନକ୍ଷତ୍ର କନ୍ୟାରାଶି ପରମାୟୁ ୯୩ ବର୍ଷ ପର୍ଯ୍ୟନ୍ତ ।

Share this story

World Odia Language Conferene