ମଧୁମେହ (Diabetes) ରୋଗୀଙ୍କ ପାଇଁ ବରଦାନ ହେଉଛି ଡ଼ାଲଚିନି, ଜାଣନ୍ତୁ କେତେ ଚାମଚ ନେଲେ ଏହା ଇନସୁଲିନ୍ ସ୍ତରକୁ ବାଲାନ୍ସ ରଖେ...

know how much spoon of Dalchini say no to Diabetes

ଓଡ଼ିଆ ଗସିପ ବ୍ୟୁରୋ: ସାଧାରଣତ ପ୍ରତ୍ୟେକ ଘରର ରୋଷେଇ ଘରେ ସୁଗନ୍ଧିତ ମସଲା ଡ଼ାଲଚିନି ଥାଏ । ଏହା ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହୃତ ହୁଏ । ଏହି ମସଲାର ବିଶେଷ କଥା ହେଉଛି ଏହା କେବଳ ରୋଷେଇ ଘରେ ବ୍ୟବହୃତ ହୁଏ ନାହିଁ, ଡ଼ାଲଚିନି ଅନେକ ଔଷଧ ଏବଂ ରୋଗର ଚିକିତ୍ସାରେ ମଧ୍ୟ ବ୍ୟବହାର ହୁଏ । ଅନେକ ବର୍ଷ ଧରି ଆୟୁର୍ବେଦିକ ଏବଂ ପାରମ୍ପାରିକ ଚାଇନିଜ୍ ଔଷଧରେ ଡ଼ାଲଚିନି ବ୍ୟବହାର ହୋଇଆସୁଛି ।

ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ଡ଼ାଲଚିନି ଏକ ବରଦାନ ସଦୃଶ୍ୟ ଅଟେ । ଏହା ଟାଇପ୍-୨ ମଧୁମେହ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ଏବଂ ମଧୁମେହ ରୋଗୀଙ୍କୁ ସୁସ୍ଥ ଏବଂ ସରଳ ଜୀବନଯାପନ କରିବାରେ ସାହାଯ୍ୟ କରେ । ଏହା ଶରୀରରେ ଇନସୁଲିନ୍ ପ୍ରତି ପ୍ରତିକ୍ରିୟା ବଢ଼ାଇ ରକ୍ତରେ ଶର୍କରା ସ୍ତରକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରେ ।

ନିୟମିତ ଭାବରେ ପ୍ରତିଦିନ ୩ରୁ ୬ ଗ୍ରାମ ଡ଼ାଲଚିନି ସେବନ କଲେ ଟାଇପ-୨ ମଧୁମେହ ରୋଗୀମାନଙ୍କ ରକ୍ତରେ ଶର୍କରା ସ୍ତର କମ୍ ହେଉଥିବା ଜଣାପଡିଛି । ଗୋଟିଏ ଚାମଚ ଡ଼ାଲଚିନି ପ୍ରାୟ ୭.୯୧ ଗ୍ରାମ ହୋଇଥାଏ, ତେଣୁ ଆପଣ ଗୋଟିଏ ଚାମଚରୁ କମ କିମ୍ବା ଅଧ ଚାମଚ ସେବନ କରିବା ନିରାପଦ ଅଟେ, ଅଧିକ ମାତ୍ରା ଖାଇବା ଶରୀର ପାଇଁ କ୍ଷତିକାରକ ଅଟେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : Brain Tumor ବା ବ୍ରେନ୍‌ ଟ୍ୟୁମର କାହିଁକି ହୁଏ ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ନିରାକରଣ ? ଏହି ସବୁ ଉପଦେଶ ଦେଲେ Dr. Shibila K

ଏହା ସେବନ କରିବା ପାଇଁ ନିଜର ଦୈନନ୍ଦିନ ଖାଦ୍ୟରେ ଡ଼ାଲଚିନି ଚୂନା ବା ଗୁଣ୍ଡା (ପାଉଡର) ମିଶାନ୍ତୁ । ଏହାର ବ୍ୟବହାର ବହୁତ ସରଳ ଅଟେ । ଆପଣ ଯେକୌଣସି ଖାଦ୍ୟରେ ଡ଼ାଲଚିନି ଛିଞ୍ଚି କିମ୍ବା ଏହାକୁ ଗରମ ପାଣିରେ ଫୁଟାଇ ପିଇପାରିବେ ।

ଡ଼ାଲଚିନି ଉପରେ କରାଯାଇଥିବା ଏକ ଅନୁସନ୍ଧାନରେ, ପ୍ରାୟ ୪୦ ଦିନ କିଛି ଜଣଙ୍କୁ ୧ ରୁ ୬ ଗ୍ରାମ ଡ଼ାଲଚିନି ଖାଇବାକୁ ଦିଆଯାଇଥିଲା । ଏହା ପରେ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଡ଼ାଲଚିନି କୋଲେଷ୍ଟ୍ରୋଲକୁ ପ୍ରାୟ ୧୮% ଏବଂ ରକ୍ତରେ ଶର୍କରା ସ୍ତର ୨୪% ହ୍ରାସ କରିଥାଏ ।

ଆଜିକାଲି ଲୋକମାନେ ବହୁତ ଚର୍ବିଯୁକ୍ତ ଖାଦ୍ୟ ଖାଉଛନ୍ତି ଯାହା କୋଲେଷ୍ଟ୍ରଲ ଏବଂ ଚର୍ବିରେ ପରିପୂର୍ଣ୍ଣ ହୋଇଥାଏ । ଏହି ସମସ୍ତ ଖାଦ୍ୟ ଦ୍ୱାରା ଉତ୍ପାଦିତ ବିଷାକ୍ତ ପଦାର୍ଥ ଯୋଗୁଁ ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ । ଏଥିପାଇଁ ଡ଼ାଲଚିନି ନିୟମିତ ସେବନ କରନ୍ତୁ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : କମ୍ ବୟସରୁ ଚନ୍ଦାପଣର ଶିକାର ହେଉଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ, ଜମାରୁ ଅଣଦେଖା କରନ୍ତୁନି ନହେଲେ ଲଣ୍ଡା ହୋଇଯିବେ...

ଏହାର ବିଭିନ୍ନ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ହେତୁ ଏହା ହୃଦୟ ଏବଂ ଏହାର ଆଖପାଖ ଧମନୀକୁ କ୍ଷତି ଏବଂ ସଂକ୍ରମଣରୁ ରକ୍ଷା କରିଥାଏ । ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଆଭ୍ୟନ୍ତରୀଣ ଟିସୁରେ ପ୍ରଦାହକୁ ଭଲ କରିବାରେ ସାହାଯ୍ୟ କରିଥାଏ ଏବଂ ହୃଦଘାତ ଭଳି ଅନ୍ୟ ରୋଗର ଆଶଙ୍କା ହ୍ରାସ କରିଥାଏ ।

ସ୍ତନ୍ୟପାନ କରାଉଥିବା ମା ଏବଂ ଗର୍ଭବତୀ ମହିଳାମାନେ ଏବଂ ଯକୃତ (ଲିଭର) ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଏହା ସେବନ କରିବା ଅନୁଚିତ । ଅଧିକ ମାତ୍ରାରେ ଡ଼ାଲଚିନି ସେବନ ଆପଣଙ୍କ ଯକୃତ ନଷ୍ଟ କରିପାରେ ।

Share this story

World Odia Language Conferene