World Odia Language Conferene

Brain Tumor ବା ବ୍ରେନ୍‌ ଟ୍ୟୁମର କାହିଁକି ହୁଏ ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ନିରାକରଣ ? ଏହି ସବୁ ଉପଦେଶ ଦେଲେ Dr. Shibila K

know what are the symptoms and causes of brain tumor

ଓଡ଼ିଆ ଗସିପ ବ୍ୟୁରୋ : ମସ୍ତିସ୍କ ମାନେ ବ୍ରେନ ଏମିତି ଏକ ଜିନିଷ ଯାହା ମଣିଷ ଶରୀରର ମୁଖ୍ୟ ଅଙ୍ଗ ବୋଲି କୁହାଯାଏ l ବ୍ରେନ ଦେହର ସବୁ ଅଙ୍ଗକୁ କଣ୍ଟ୍ରୋଲ କରିଥାଏ l ଦେହର ପ୍ରେତେକ ଟି ଶିରାପ୍ରଶିରା ବ୍ରେନ ସହ ଯୋଡି ହୋଇଥାଏ l ତେବେ ବ୍ରେନ ଟ୍ୟୁମର କାହାକୁ କୁହାଯାଏ ?

ଆମ ମୁଣ୍ଡ ଭିତରେ ଅନେକ ଅଂଶ ରହୁଛି କିନ୍ତୁ ଯେତେବେଳେ ମସ୍ତିଷ୍କ ଭିତରେ ଥିବା ସେଲ ବା ଯେଉଁଠା ପ୍ରପର ମସ୍ତିଷ୍କ ସେଥିରେ କିଛି ଇମବେଲେନ୍ସ ବା ଏବନର୍ମାଲ ଦେଖାଯାଏ ସେତେବେଳେ ତାହାକୁ ବ୍ରେନ ଟ୍ୟୁମର କୁହାଯାଏ ।

ଆଉ ଏହି ବ୍ରେନ ଟ୍ୟୁମର ସାଧାରଣତଃ ଦୁଇ ପ୍ରକାରର ହେଇଥାଏ ଗୋଟିଏ ହେଉଛି ବିନାଇନ ବା ସାଧା ଟ୍ୟୁମର ହେଇଥାଏ ଆଉ ମେଳିଗନେଟ ଏହା ଟ୍ୟୁମର ର କ୍ୟାନ୍ସର ଷ୍ଟେଜ ଅଟେ ।ତେବେ ମେଟେଷ୍ଟେଟିକ ଆଉ ଗୋଟିଏ ପ୍ରକାର ବ୍ରେନ ଟ୍ୟୁମର ଏଥିରେ ଶରୀରର ଗୋଟିଏ ଜାଗାର ଟ୍ୟୁମର ବ୍ରେନ କୁ ମାଡି ଯାଇଥାଏ ।

ବ୍ରେନ ଟ୍ୟୁମରର ଲକ୍ଷଣ :

- ମୁଣ୍ଡ ବିନ୍ଧିବା ହରୁଛି ବ୍ରେନ ଟ୍ୟୁମର ର ପ୍ରଥମ ଲକ୍ଷଣ ତେବେ ଏହି ମୁଣ୍ଡ ବିନ୍ଧାରେ ପୁରା ମୁଣ୍ଡ ବିନ୍ଧିଥାଏ ଓ ତା ସହିତ ବାନ୍ତି ବି ହେଇଥାଏ । ସକାଳୁ ସକାଳୁ ନିଦରୁ ଉଠିଲା ପରେ ଓ ରାତି 3 ଟାରେ ହଠାତ ମୁଣ୍ଡ ବହୁତ ଜୋରରେ ବିନ୍ଧିବା ଏଥିରେ ଦେଖାଯାଏ ।

- ସିଜର,ତେବେ ଆଗପଟ ମୁଣ୍ଡ ଆମର ବ୍ୟବହାର କୁ ନିୟନ୍ତ୍ରଣ କରିଥାଏ, ଆମେ କାହାକୁ କେମିତି କଣ କହିବା ସେସବୁ ଗାଇଡ଼ କରିଥାଏ ।ଆଉ ଯେତେବେଳେ ଆମ ବ୍ୟବହାର ରେ ହଠାତ କିଛି ପରିବର୍ତ୍ତନ ଦେଖାଯାଏ ତେବେ ଏହା ବି ବ୍ରେନ ଟ୍ୟୁମର ର ଲକ୍ଷଣ ଅଟେ ।

- ଗୋଡ଼ ହାତ ବା ଆଙ୍ଗୁଳି ଧୀରେଧୀରେ କରି ହଠାତ ପାରାଲିସିସ ହେଇଯିବା ବ୍ରେନ ଟ୍ୟୁମର ର ଲକ୍ଷଣ ଅଟେ ।

- ବାମ ପାଖ ମୁଣ୍ଡା ଆମର କଥା କହିବାକୁ,କ୍ରୋଧ,ହସ ଆଦିକୁ ନିୟନ୍ତ୍ରଣ କରିଥାଏ ଯେପରି ଆମେ ବହୁତ ସମୟରେ ହସିବାକୁ ଇଚ୍ଛା ଯହିଲେ ବି ଚୁପ ରହୁ ସେହି କାର୍ଯ୍ୟ କରିଥାଏ । କିନ୍ତୁ ଯେତେବେଳେ ଦେଖିବେ ପାଟ ଖନୀ ମାରିବା ଆରମ୍ଭ କରିବ ବହୁତ ସମୟରେ ଅଚାନକ ରାଗି ଯାଉଥିବେ ତେବେ ତାହା ବ୍ରେନ ଟ୍ୟୁମର ର ଲକ୍ଷଣ ଅଟେ ।

- ଆଖି ପାଖ ପିଟ୍ୟୁଟାରୀରେ ବା ବ୍ରେନ ପଛରେ ଟ୍ୟୁମର ଥିଲେ ଆଖିରେ ଆପଣ ଦୁଇ ପାଖକୁ ଦେଖି ପାରିବେ ନାହିଁ ଏହା ବି ର୍କ ବ୍ରେନ ଟ୍ୟୁମରର ଲକ୍ଷଣ ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : କମ୍ ବୟସରୁ ଚନ୍ଦାପଣର ଶିକାର ହେଉଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ, ଜମାରୁ ଅଣଦେଖା କରନ୍ତୁନି ନହେଲେ ଲଣ୍ଡା ହୋଇଯିବେ...

କାହିଁକି ବ୍ରେନ ଟ୍ୟୁମର ହୁଏ :

- ତେବେ ବହୁତ ସମୟରେ ହର୍ମୋନାଲ ଇମବେଲେନ୍ସ ପାଇଁ ଜିନରେ ମ୍ୟୁଟେସନ ହୁଏ ଏଥିପାଇଁ ବ୍ରେନ ଟ୍ୟୁମର ହେଇଥାଏ ।

- ଆଉ କିଛି କେସରେ ଏହା ଜେନେଟିକ ଭାବରେ ହେଇଥାଏ ଯେପରି ମାକୁ ବ୍ରେଷ୍ଟ ଟ୍ୟୁମର ଥିଲେ ପିଲାକୁ ବ୍ରେନ ଟ୍ୟୁମର ହୁଏ ।

- କେମିକାଲ ରିଆକ୍ସନ ପାଇଁ ବି ବ୍ରେନ ଟ୍ୟୁମର ହୁଏ ।

- ପୋଷ୍ଟ ପ୍ରେଗନେନ୍ସି ରେ ହର୍ମୋନାଲ ଚେଞ୍ଜସ ରୁ ବ୍ରେନ ଟ୍ୟୁମର ହେଇଥାଏ ।

ବ୍ରେନ ଟ୍ୟୁମରର ପରୀକ୍ଷା ଓ ଚିକିତ୍ସା :

- ତେବେ ଯେତେବେଳେ ଆପଣଂକୁ ମୁଣ୍ଡ ବିନ୍ଧିବା ପରି ସମସ୍ୟା ଦେଖା ଯାଉଚି ଆଉ ଯେତେ ମେଡ଼ିସିନ ଖାଇବାପରେ ବି ମାସ ମାସ ଧରି ମୁଣ୍ଡ ବିନ୍ଧା କମି ନଥାଏ ଆଉ ଆଖିରେ ସକାଳୁ ଉଠିଲା ପରେ ଧୁଆଳିଆ ଦେଖାଯାଉଛି ସେତେବେଳେ ଯାଇ ଡାକ୍ତରଙ୍କୁ ଦେଖାଇବା ଦରକାର ।

- ଚିକିତ୍ସା ପାଇଁ ଏଥିରେ ସିଟିସ୍କାନ, ଏମା ଆର ଆଇ କରିବାକୁ ପଡିଥାଏ ।

- ବିନାଇନ ଟ୍ରିଟମେଣ୍ଟ ,ରୁବିନା ଏଣ୍ଡୋସ୍କପି, ଷ୍ଟେରିଅଟାଟିକ ସର୍ଜରି ଆଦି ଉନ୍ନତ ଚିକିତ୍ସା ଦ୍ୱାରା ବ୍ରେନ ଟ୍ୟୁମରର ଚିକିତ୍ସା କରାଯାଉଛି ।

Share this story