କମ୍ ବୟସରୁ ଚନ୍ଦାପଣର ଶିକାର ହେଉଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ, ଜମାରୁ ଅଣଦେଖା କରନ୍ତୁନି ନହେଲେ ଲଣ୍ଡା ହୋଇଯିବେ...
ଓଡ଼ିଆ ଗସିପ ବ୍ୟୁରୋ: ଆମେ ସବୁବେଳେ ଲୋକଙ୍କ ସାଥିରେ ଅଛୁ ଆଉ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ ରହିଛି ଏବଂ ରହିବୁ । ଆଜି ଆମେ କହିବାକୁ ଯାଉଛୁ କେମିତି ଆପଣ ମାନେ ମୁଣ୍ଡର ଛୁଟି ଝାଡିବାରେ ନିଜକୁ ରକ୍ଷା କରିପାରିବେ । ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଯାଏ । ଶରୀରରେ ମେଟାବଲିଜମର ମାତ୍ରା ବଢିଥାଏ ।
ଭାରତରେ ପ୍ରତି ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ମଧ୍ୟରେ ଚନ୍ଦାପଣର ସମସ୍ୟା ଦେଖାଯାଏ । ଅକାଳରେ ଚୁଟି ଝଡିପଡ଼େ ଏବଂ ଚନ୍ଦାପଣର ଶିକାର ହେବାକୁ ପଡେ । କିନ୍ତୁ କମ୍ ବୟସରେ ଚନ୍ଦାପଣ ଗ୍ରାସ କରିବା ଏକ ବଡ଼ ସମସ୍ୟା । ତେବେ କିଛି ଟିପ୍ସ ଆପଣାଇ ଆପଣ ନିଜ ଚୁଟିର ଧ୍ୟାନ ରଖିପାରିବେ ।
ଏବେ ପ୍ରଶ୍ନ ଉଠୁଛି କାହିଁକି ଅଧିକ ଲୋକ ଏହି ଚନ୍ଦାପଣର ଶିକାର ହୁଅନ୍ତି? ହର୍ମୋନାଲରେ ପରିବର୍ତ୍ତନ , ଶରୀରରେ ପୋଷକ ତତ୍ତ୍ୱର ଅଭାବ , କେମୋଥେରାପି କିମ୍ବା ଅତ୍ୟଧିକ ଔଷଧ ସେବନ ,ଚାପଗ୍ରସ୍ତ ,ଶୀଘ୍ର ଓଜନରେ ହ୍ରାସ,ଗମ୍ଭୀର ରୋଗ ଇତ୍ୟାଦି । ଏହା ଦ୍ୱାରା ଶରୀରରେ ମେଟାବଲିଜମର ମାତ୍ରା ବଢେ ଏବଂ ଚନ୍ଦାପଣର ସମସ୍ୟା ଦେଖାଯାଏ ।
ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଚର୍ମ ପାଇଁ ବିଷାକ୍ତ ହୋଇପାରେ ଏସବୁ ଖାଦ୍ୟ: ଆଜି ହିଁ ଏସବୁକୁ ପ୍ରତି ଧ୍ୟାନ ଦିଅନ୍ତୁ ନହେଲେ ଭୋଗିବେ ଗମ୍ଭୀର ଦଶା...
ଡ଼ାଇଟରେ ନିଅନ୍ତୁ ପ୍ରୋଟିନ୍ : ହେୟାର୍ ଗ୍ରୋଥ୍ ପାଇଁ ପ୍ରୋଟିନ୍ ନିହାତି ଜରୁରୀ । ଅଣ୍ଡା,ମାଛ , କମ୍ ଚର୍ବି ଥିବା ମାଂସରେ ପ୍ରୋଟିନର ମାତ୍ରା ଅଧିକ ଥାଏ । ଯାହା ଚୁଟି ବଢାଇବା ପାଇଁ ଲାଭଦାୟକ ହୋଇଥାଏ । ଖାଦ୍ୟରେ ଜରୁରୀ ଭିଟାମିନ୍ ସାମିଲ୍ କରନ୍ତୁ । ଭିଟାମିନ୍ ଏ ଚୁଟିମୂଳରେ ପ୍ରାକୃତିକ ତେଲ ବିକାଶ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଭିଟାମିନ୍ ଇ ରକ୍ତ ସଞ୍ଚାଳନକୁ ବଢାଇଥାଏ । ବେଳେବେଳେ ଘରୋଇ ଉପଚାର ମଧ୍ୟ ଚୁଟି ବଢାଇବାରେ ସହାୟକ ହୋଇଥାଏ ।
ରସୁଣ ଏଥିପାଇଁ ଭଲ ମସାଜର୍ ହୋଇପାରେ । ରସୁଣ,ପିଆଜ,ଅଦାର ରସକୁ ଆପଣ ମୁଣ୍ଡରେ ମାଲିସ୍ କରିପାରିବେ । ରାତିରେ ମାଲିସ୍ କରି ସକାଳେ ଧୋଇପାରିବେ । ଆୟୁର୍ବେଦିକ ଡ଼ାକ୍ତରଙ୍କ କହିବାନୁସାରେ,ଏହା କରିବା ଦ୍ୱାରା ଆପଣଙ୍କ ଚୁଟି ପୁନର୍ବାର ବଢିଯିବ । ଆମେ ପ୍ରତିଦିନ ଖାଦ୍ୟ ଖାଇଲା ଭଳି ଚୁଟିକୁ ମଧ୍ୟ ଖାଦ୍ୟ ଦରକାର ଏବଂ ପ୍ରତିଦିନ କିଛି ଡ୍ରପ୍ ତେଲ ନେଇ ହାଲକା ହାଲକା ମସାଜ୍ କଲେ ରକ୍ତ ସଞ୍ଚାଳନ ହେବା ସହ ଚୁଟିର ଗ୍ରୋଥ୍ ମଧ୍ୟ ବଢିଥାଏ ।
ବଜାରରେ ଅନେକ ପ୍ରକାରର କ୍ୟାମିକାଲଯୁକ୍ତ ସାମ୍ପୁ ବିକ୍ରି ହେଉଛି । ବିଜ୍ଞାପନ ଆଳରେ ଯଦି ଏସବୁ ଆପଣ ଚୁଟିରେ ବ୍ୟବହାର କରୁଛନ୍ତି ତାହେଲେ ଚୁଟି ଝଡ଼ିବା ଭଳି ସମସ୍ୟା ହିଁ ଦେଖାଯିବ । ତେଣୁ ସାମ୍ପୁ କିଣିବା ପୂର୍ବରୁ ପ୍ରଥମେ ସାମ୍ପୁରେ ବ୍ୟବହୃତ ସାମଗ୍ରୀ ଉପରେ ନଜର ପକାନ୍ତୁ । ଜୋଜୋବା, ନଡ଼ିଆ ତେଲ, ଅଲିଭ୍ ଅଏଲ୍, ପ୍ରୋଟିନ୍, ଆଲୋବେରା, କେଫିନ୍ ଭଳି ସାମଗ୍ରୀ ଥିଲେ ହିଁ ସାମ୍ପୁ କିଣନ୍ତୁ ।
ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : କେଉଁମାନଙ୍କୁ ବ୍ରେନ୍ ଷ୍ଟ୍ରୋକ ଅଧିକ ହେବାର ଆଶଙ୍କା ରହିଥାଏ, ଏହାର ଲକ୍ଷଣ, ଚିକିତ୍ସା ଓ କିପରି କରିବେ ପ୍ରତିକାର
୮ ରୁ ୯ ଘଣ୍ଟା ଶୁଅନ୍ତୁ : ନିସ୍ତେଜ ବା ଶୋଇବା ସମୟରେ ଆମ ଶରୀରର ମରାମତି କାମ କରିଥାଏ । ଗ୍ରୋଥ୍ ହର୍ମୋନ୍ , ସେଲ୍ ପ୍ରଡ଼କ୍ସନ୍ କରିବାରେ ସାହାଯ୍ୟ କରେ ଯାହାଦ୍ୱାରା ହେୟାର୍ ଗ୍ରୋଥ୍ ଶୀଘ୍ର ହୋଇଥାଏ ।