କେଉଁମାନଙ୍କୁ ବ୍ରେନ୍‌ ଷ୍ଟ୍ରୋକ ଅଧିକ ହେବାର ଆଶଙ୍କା ରହିଥାଏ, ଏହାର ଲକ୍ଷଣ, ଚିକିତ୍ସା ଓ କିପରି କରିବେ ପ୍ରତିକାର 

health tips on brain stroke

ଓଡ଼ିଆ ଗସିପ ବ୍ୟୁରୋ: ଆପଣ ଜୀବନରେ ବେଶୀ ଟେନସନ ନାଉଛନ୍ତି କି ? କାମ ପ୍ରେସର ହେତୁ ବେଶୀ ଷ୍ଟ୍ରେସ ନାଉଛନ୍ତି କି ? କୌଣସି କଥା କୁ ନେଇ ବେଶୀ ଚିନ୍ତିତ ରହୁଛନ୍ତି । କେତେବେଳେ ବି ମୁଣ୍ଡରେ ଷ୍ଟ୍ରୋକ ଆସିପାରେ । ସାବଧାନ !

କାରଣ ଶରୀରର ସବୁ ଅଙ୍ଗପ୍ରତ୍ୟଙ୍ଗ ମସ୍ତିଷ୍କ ଦ୍ବାରା ନିୟନ୍ତ୍ରିତ ହେଉଥିବାରୁ ବ୍ରେନ୍‌କୁ ଶରୀରର କଣ୍ଟ୍ରୋଲ୍‌ ରୁମ୍‌ ବୋଲି କୁହାଯାଏ । ବ୍ରେନ୍‌ରେ ଥିବା ନ୍ୟୁରୋ କୋଷିକାଗୁଡ଼ିକ ଅହରହ ଅମ୍ଳଜାନ, ଗ୍ଲୁକୋଜ୍ ଓ ଅନ୍ୟ ପୋଷକତତ୍ତ୍ବଉପରେ ନିର୍ଭର କରେ । ଯେତେବେଳେ ବ୍ରେନ୍‌ କାର୍ଯ୍ୟକ୍ଷମ ପାଇଁ ଅର୍ଟି ବା ଧମନୀ ଆବଶ୍ୟକୀୟ ରକ୍ତ ଓ ଅମ୍ଳଜାନ ନ ପହଞ୍ଚେ, ସେତେେବଳେ ମସ୍ତିଷ୍କକୁ ମଧ୍ୟ ଅମ୍ଳଜାନ ଓ ରକ୍ତ ପହଞ୍ଚି ପାରେନାହିଁ, ଯାହାକୁ ବ୍ରେନ୍‌ ଷ୍ଟ୍ରୋକ୍‌ କୁହାଯାଏ । ରକ୍ତର ଅଭାବରେ ମସ୍ତିଷ୍କ ଭିତରେ ପ୍ରତି ମିନିଟ୍‌କୁ ୨ ଲକ୍ଷରୁ ଅଧିକ କୋଷ ମରିବାକୁ ଲାଗେ, ଯାହାକି ରୋଗ ପ୍ରତି ବିପଦ ସୃଷ୍ଟି କରେ ।

ଏକ ସର୍ଭେ ଅନୁଯାୟୀ, ଭାରତରେ ମୃତ୍ୟୁର ଦ୍ବିତୀୟ କାରଣ ହେଉଛି ବ୍ରେନ୍‌ ଷ୍ଟ୍ରୋକ୍‌ । ପୃଥିବୀରେ ୧୫ ମିଲିୟନ୍ ଲୋକ ପ୍ରତିବର୍ଷ ଷ୍ଟ୍ରୋକ୍‌ର ଶିକାର ହୁଅନ୍ତି । ସେଥିରୁ ୬ ମିଲିୟନ୍ ରୋଗୀ ମୃତ୍ୟୁମୁଖରେ ପଡ଼ନ୍ତି ଏବଂ ୫ ମିଲିୟନ୍ ରୋଗୀ ଜୀବନସାରା ଅକ୍ରମଣ୍ୟ ହୋଇଯାଆନ୍ତି । ପ୍ରତି ୬ ସେକେଣ୍ଡରେ ପୃଥିବୀରେ ଜଣେ ଲୋକ ଷ୍ଟ୍ରୋକ୍‌ ଦ୍ବାରା ଆକ୍ରାନ୍ତ ହୋଇଥାନ୍ତି ।

ତୁରନ୍ତ ଏହାର ଚିକିତ୍ସା କରା ନ ଗଲେ ରୋଗୀ ପକ୍ଷାଘାତର ଶିକାର ହୋଇଥାନ୍ତି । ଷ୍ଟ୍ରୋକ୍‌କୁ ଦୁଇ ଭାଗରେ ବିଭକ୍ତ, ଇସ୍‌କେମିକ୍‌ ଷ୍ଟ୍ରୋକ୍‌ ଓ ହେମୋରେଜିକ୍‌ ଷ୍ଟ୍ରୋକ୍‌ । ବ୍ରେନ୍‌କୁ ରକ୍ତ ପ୍ରବାହ କମ୍ ହୋଇଗଲେ, ତାହାକୁ ଇସ୍‌କେମିକ୍‌ ଷ୍ଟ୍ରୋକ୍‌ କୁହାଯାଏ । ବ୍ରେନ୍ ଭିତରେ ଥିବା ଧମନୀଗୁଡ଼ିକ ଫାଟିଯାଇ ରକ୍ତ ଜମିବା ଫଳରେ ହେଉଥିବା ଷ୍ଟ୍ରୋକ୍‌କୁ ହେମୋରେଜିକ୍‌ ଷ୍ଟ୍ରୋକ୍‌ କୁହାଯାଏ ।

କେଉଁମାନଙ୍କୁ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ:

ଯେଉଁମାନେ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ୍‌ ସମସ୍ୟାରେ ପୀଡ଼ିତ ଏବଂ ଏଥିପାଇଁ ଆବଶ୍ୟକୀୟ ଔଷଧ ଖାଆନ୍ତି ନାହିଁ, ସେମାନଙ୍କୁ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ଥାଏ । ବୟସ୍କ ବ୍ୟକ୍ତି, ମେଦବହୁଳତା, ଧୂମପାନ, ମଦ୍ୟପାନ, ଅଧିକ ତେଲମସଲାଯୁକ୍ତ ଖାଦ୍ୟ ଖାଇବା, ଶାରୀରିକ ପରିଶ୍ରମ ନ କରିବା ଆଦି କ୍ଷେତ୍ରରେ ମଧ୍ୟ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ରହିଥାଏ । ଏହା ବ୍ୟତୀତ ବଂଶାନୁଗତ କାରଣ, ଜନ୍ମଗତ ତ୍ରୁଟି, ବ୍ରେନ୍‌ର ସ୍ନାୟୁଗୁଡ଼ିକରେ କୌଣସି ସମସ୍ୟା କିମ୍ବା ସଂକ୍ରମଣ ହେଲେ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇପାରେ ।

ଲକ୍ଷଣ:

ବିଶ୍ବ ଷ୍ଟ୍ରୋକ୍‌ ଅର୍ଗାନାଇଜେସନ୍‌ ଷ୍ଟ୍ରୋକ୍‌ର ଲକ୍ଷଣଗୁଡ଼ିକୁ ସହଜରେ ମନେ ରଖÒବା ପାଇଁ ଏକ ମିନୋମିକ୍ସ ଦେଇଛନ୍ତି ‘FAST’ ।
ଏଫ୍ – ଫେସ୍‌ (ମୁହଁଟି ବଙ୍କା ବା ବଧିରା ହୋଇଯିବା) ।
ଏ – ଆର୍ମ (ହାତ ଦୁର୍ବଳ ବା ବଧିରା ହୋଇଯିବା) ।
ଏସ୍‌ – ସ୍ପିଚ୍‌ (କହିବା ବେଳେ ଖନି ମାରିବା ବା କଥା ଅସ୍ପଷ୍ଟ ହେବା) ।
ଟି – ଟାଇମ୍‌ (ଶୀଘ୍ର ଡାକ୍ତରଙ୍କ ପରାମର୍ଶ କରନ୍ତୁ) ।
ଏହା ବ୍ୟତୀତ ଅନ୍ୟ ଲକ୍ଷଣଗୁଡ଼ିକ ହେଉଛି – ମୁଣ୍ଡ ବିନ୍ଧା, ହଠାତ୍‌ ମୁଣ୍ଡ ବୁଲାଇବା, ଆଖÒ ଅନ୍ଧାର ଲାଗିବା, ଧୀେର ଧୀେର ସ୍ମରଣଶକ୍ତି କମିଯିବା, ବାତ ମାରିବା ଇତ୍ୟାଦି ।

ଚିକିତ୍ସା:

ସିଟି ସ୍କାନ୍‌, ଏମ୍‌ଆର୍‌ଆଇ ସ୍କାନ୍‌, କିଡ୍‌ନି ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା, ଲିଭର୍‌ ପରୀକ୍ଷା ଓ ହାର୍ଟର ପରୀକ୍ଷା ଇତ୍ୟାଦି କରିବାକୁ ହୁଏ । ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ପ୍ରଥମ ୪-୫ ଘଣ୍ଟା ଖୁବ୍ ଗୁରୁତ୍ବପୂର୍ଣ୍ଣ । ଏହି ସମୟ ମଧ୍ୟରେ ଚିକିତ୍ସା ଆରମ୍ଭ କଲେ, ସଫଳତା ମିଳିଥାଏ । ଏହି ସମୟ ମଧ୍ୟରେ ଇସ୍‌କେମିକ୍‌ ଷ୍ଟ୍ରୋକ୍‌ ପାଇଁ ଥ୍ରାମ୍ବାଲାୟସିସ୍‌ ସାହାଯ୍ୟରେ ଚିକିତ୍ସା ଆରମ୍ଭ କରାଯାଏ । ଏଥÒରେ ବ୍ରେନ୍‌ ଭିତରେ ରକ୍ତ ପ୍ରବାହରେ କୌଣସି ବାଧା ସୃଷ୍ଟି ହୋଇଥିଲେ, ଇଞ୍ଜେକ୍‌ସନ୍‌ ସାହାଯ୍ୟରେ ବ୍ଲକେଜ୍‌କୁ ପରିଷ୍କାର କରାଯାଇଥାଏ । କିନ୍ତୁ ହେମୋରେଜିକ୍‌ ଷ୍ଟ୍ରୋକ୍‌ ହୋଇଥିଲେ, ସ୍ନାୟୁଶଲ୍ୟ ବିଭାଗର ପକ୍ଷରୁ ଚିକିତ୍ସା କରାଯାଏ । ଚିକିତ୍ସା ପରେ ଦୁର୍ବଳ ଅଙ୍ଗପ୍ରତ୍ୟଙ୍ଗ ପାଇଁ ଫିଜିଓଥେରାପି ଅତ୍ୟାବଶ୍ୟକ ହୋଇଥାଏ ।

ପ୍ରତିକାର:

ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ କୋଲେଷ୍ଟଲ୍‌ର ନିୟମିତ ପରୀକ୍ଷା, ଔଷଧ ସେବନ, ବ୍ୟାୟାମ, ବାଲାନ୍ସ ଡାଏଟ୍‌ ଏବଂ ଅଧିକ ସବୁଜ ପନିପରିବା ଓ ଫଳ ଖାଇବା, ତେଲ, ମସଲାଯୁକ୍ତ ଖାଦ୍ୟ ଓ ଫାଷ୍ଟଫୁଡ୍ ନ ଖାଇବା, ତମାଖୁ, ଧୂମପାନ, ମଦ୍ୟପାନରୁ ବିରତ ରହିବା, ଓଜନ କମାଇବା, ମାନସିକ ଚାପଠାରୁ ଦୂରେଇ ରହିବା ଏବଂ ୬ରୁ ୮ଘଣ୍ଟା ଶୋଇବା ଇତ୍ୟାଦି ।

Share this story