'ସ୍ୱାମୀଙ୍କ ପାଖରୁ ଛଡେଇ ଆଣି ମୋତେ ଦିଆଯାଉ...', ପ୍ରେମିକାଙ୍କ ପାଇଁ କୋର୍ଟରେ ଯୁବକଙ୍କ ଅଜବ ଦାବି...

Youths bizarre demand Separate lover from her husband

ଓଡ଼ିଆ ଗସିପ୍ ବ୍ୟୁରୋ: ମୋ ପ୍ରେମିକାକୁ ମୋତେ ହସ୍ତାନ୍ତର କରାଯାଉ । ସ୍ୱାମୀଙ୍କ ପାଖରୁ ଛଡେଇ ଆଣି ମୋତେ ଦିଆଯାଉ ବୋଲି ଗୁଜୁରାଟ ହାଇ କୋର୍ଟରେ ଅଜବ ଅପିଲ କରିଛନ୍ତି ଜଣେ ଯୁବକ ।

ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯେ ଗର୍ଲଫ୍ରେଣ୍ଡକୁ ତାଙ୍କ ସ୍ୱାମୀଙ୍କଠାରୁ ମୁକ୍ତ କରି ତାଙ୍କ ହେପାଜତକୁ ହସ୍ତାନ୍ତର କରନ୍ତୁ । ଏହି ଅଜବ ଦାବି କରୁଥିବା ବ୍ୟକ୍ତିଙ୍କ ଉପରେ କୋର୍ଟ ୫୦୦୦ ଟଙ୍କା ଜରିମାନା କରିଛନ୍ତି । ଯୁବକମାନଙ୍କୁ ରାଜ୍ୟ ଆଇନ ସେବା ପ୍ରାଧିକରଣକୁ ଜରିମାନା ଦେବାକୁ ପଡିବ ।

ଆହୁରି ପଢ଼ନ୍ତୁ : ସାଇକେଲ ଉପରେ ଚଢ଼ିଗଲା ଟ୍ରକ୍, ଥାନାକୁ ଯାଉଥିବା ପୋଲିସ କନେଷ୍ଟବଳଙ୍କ ଅକାଳରେ ଚାଲିଗଲା ଜୀବନ

ଆବେଦନକାରୀ ହାଇ କୋର୍ଟରେ ଏକ ପିଟିସନ ଦାଖଲ କରି କହିଛନ୍ତି ଯେ ଉକ୍ତ ମହିଳାଙ୍କ ସହ ତାଙ୍କର ସହ ସମ୍ପର୍କ ଅଛି । ସେ ତାଙ୍କ ଇଚ୍ଛା ବିରୁଦ୍ଧରେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ । ମହିଳା ଜଣକ ତାଙ୍କ ସ୍ୱାମୀ ଓ ଶାଶୁଙ୍କୁ ଛାଡି ଯୁବକଙ୍କ ସହ ରହିବାକୁ ଆସିଥିଲେ । ସେମାନେ ଏକାଠି ଲିଭ ଇନ୍ ରହୁଥିଲେ ।

କିଛି ଦିନ ପରେ ମହିଳାଙ୍କ ପରିବାର ସଦସ୍ୟ ଓ ଶାଶୁମାନେ ଆସି ସ୍ୱାମୀଙ୍କ ନିକଟକୁ ନେଇଗଲେ । ଉକ୍ତ ବ୍ୟକ୍ତି ଜଣକ ତାଙ୍କ ପ୍ରେମିକାଙ୍କ ପାଇଁ ହାବିଆ କର୍ପସ ଆବେଦନ କରି ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ । ମହିଳା ଜଣଙ୍କୁ ତାଙ୍କ ସ୍ୱାମୀ ସଜୋର ଜବରଦସ୍ତ ରଖିଛନ୍ତି ।

ଆହୁରି ପଢ଼ନ୍ତୁ : ଘରେ ଅଛି କି ଚାଉଳ? ଏମିତି କରନ୍ତୁ ପ୍ରତି ମାସ ଆପଣଙ୍କୁ ମିଳିବ ୫୦ହଜାର ଟଙ୍କା

ଉକ୍ତ ମହିଳାଙ୍କୁ ମୁକ୍ତ କରି ତାଙ୍କୁକୁ ହସ୍ତାନ୍ତର କରିବାକୁ ଯୁବକ ଜଣଙ୍କ ହାଇକୋର୍ଟଙ୍କୁ ଦାବି କରିଛନ୍ତି । ରାଜ୍ୟ ସରକାର ଏହି ପିଟିସନକୁ ବିରୋଧ କରି ଯୁକ୍ତି ଦର୍ଶାଇଥିଲେ ଯେ ଏହି ବ୍ୟକ୍ତିଙ୍କର ଏପରି ପିଟିସନ ଦାଖଲ କରିବାର ଅଧିକାର ନାହିଁ । ଯଦି ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଅଛନ୍ତି, ତେବେ ତାହାକୁ ବେଆଇନ ହେପାଜତରେ ଅଛନ୍ତି ବୋଲି କୁହାଯାଇପାରିବ ନାହିଁ ।

ଏହି ମାମଲାର ଶୁଣାଣି କରିବା ପରେ ଜଷ୍ଟିସ ଭିଏମ ପାନକୋଲି ଏବଂ ଜଷ୍ଟିସ ଏଚଏମ ପ୍ରାକଙ୍କ ଏକ ବେଞ୍ଚ କହିଛନ୍ତି ଯେ ଆବେଦନକାରୀଙ୍କ ମହିଳା ଏପର୍ଯ୍ୟନ୍ତ ଅବିବାହିତ ନୁହଁନ୍ତି ଓ ସେ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ମଧ୍ୟ ପାଇ ନାହାଁନ୍ତି । ରାଜ୍ୟ ଆଇନ ସେବା ପ୍ରାଧିକରଣରେ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିବା ଆବେଦନକାରୀଙ୍କ ଉପରେ କୋର୍ଟ ୫୦୦୦ ଟଙ୍କା ଜରିମାନା କରିଛନ୍ତି ।

Share this story

World Odia Language Conferene