ସାଇକେଲ ଉପରେ ଚଢ଼ିଗଲା ଟ୍ରକ୍, ଥାନାକୁ ଯାଉଥିବା ପୋଲିସ କନେଷ୍ଟବଳଙ୍କ ଅକାଳରେ ଚାଲିଗଲା ଜୀବନ

police constable dies in road accident

ଓଡ଼ିଆ ଗସିପ୍ ବ୍ୟୁରୋ: କିଏ ଜାଣିଥିଲା ଅକାଳରେ ଏମିତି ମୃତ୍ୟୁ ଆସିଯିବ ବୋଲି । ସବୁ ଦିନ ପରି ଏହି ପୋଲିସ ବାବୁ ଜଣକ ନିଜ ସାଇକେଲ ଧରି କାର୍ଯ୍ୟରେ ବାହାରି ଯାନ୍ତି । ହେଲେ ଏଥର ତାଙ୍କୁ ବାଟରେ ଯମ ଅପେକ୍ଷା କରିଥିବ ବୋଲି କିଏ ଜାଣିଥିଲା । ଆଉ କେହି କିଛି ନ ଜାଣିବା ପୂର୍ବରୁ ତାଙ୍କ ଜୀବନ ଦ୍ବୀପ ସବୁ ଦିନ ପାଇଁ ଲିଭିଯାଇଛି ।

କାହିଁକି ନା ଆଜି ସାଇକେଲକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା ପୋଲିସ କନେଷ୍ଟବଳଙ୍କ ଜୀବନ । ଟ୍ରକ ଧକ୍କାରେ ତୁରୁମୁଙ୍ଗା ଥାନାର ଜଣେ ପୋଲିସ କନେଷ୍ଟବଳଙ୍କର ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ : ୨୦୨୪ ରେ ବଡ଼ ପରିବର୍ତ୍ତନ : ଧର୍ମେନ୍ଦ୍ରଙ୍କ ଷଡଯନ୍ତ୍ରର ଶିକାର ହେବେ ଅପରାଜିତା, ଲେଖାଶ୍ରୀ ପାଇବେ ଏମପି ଟିକେଟ! ଦେଖନ୍ତୁ ଭିଡିଓ...

କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଥାନାରେ କାର୍ଯ୍ୟରତ କନେଷ୍ଟବଳ ରଘୁନାଥ ମୁର୍ମୁ ସାଇକେଲ ଯୋଗେ ଥାନାକୁ ଯାଉଥିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ୪୯ ନମ୍ବର ଜାତୀୟ ରାଜପଥ ଝାରବେଡା ନିକଟରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

Share this story

World Odia Language Conferene