iPhone ପାଇଁ ଡେଲିଭରୀ ବୟକୁ ହତ୍ୟା କଲା, ୩ ଦିନ ଘରେ ଶବ ରଖିବା ପରେ ତାହାକୁ ଜାଳିଦେଲା ଯୁବକ

youth killed delivery boy for iphone

ଓଡ଼ିଆ ଗସିପ ବ୍ୟୁରୋ: ଆଜିକାଲି ଫୋନ୍ ନିଶା ଯୁବପିଢୀଙ୍କୁ ବାୟା କରିଛି । ଏଥିପାଇଁ ଅନେକ ଅପରାଧ ଘଟୁଥିବା ନଜିର ରହିଛି । ଏଭଳି ଆଉ ଏକ ଲୋମଟାଙ୍କୁରା ଘଟଣା ଘଟିଛି କର୍ଣ୍ଣାଟକରେ । ଆପଲ କମ୍ପାନୀର ଆଇଫୋନ୍ କ୍ରେଜ୍ ସାରା ଦୁନିଆଁରେ ଅଛି । ଏହାକୁ କିଣିବାକୁ କେହି କିଡନୀ ବିକିଲାଣି ତ ଆଉ କିଏ କାହାକୁ ଲୁଟିବାର ଖବର ମଧ୍ୟ ଶୁଣିବାକୁ ମିଳିଛି ।

ଏବେ ଆଉ ଏକ ଘଟଣା କ୍ରମେରେ ଏହି ଆପଲ ଆଇଫୋନ୍ ପାଇଁ ଜଣେ ଯୁବକ ଆଉ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଖବର ଆସିଛି । ଏପରି ଘଟିଛି କର୍ଣ୍ଣାଟକ ଆର୍ସିକେରେ ସହରରେ ।

ଆହୁରି ପଢ଼ନ୍ତୁ : ଆସିଲା ଛାତି ଥରା ଭିଡ଼ିଓ; ଝିଅ ବୟସର ନାବାଳିକାକୁ ବିବାହ କରିବାକୁ ଚାହୁଁଥିଲେ, ମନା କରିବାରୁ ରାସ୍ତାରେ ଏପରି ଅମାନୁଷିକ କାମ କଲେ ଏହି ବ୍ୟକ୍ତି...

ସୂଚନା ମୁତାବକ, ଫେବ୍ରୁଆରୀ ୧୧ ତାରିଖରେ ଆର୍ସିକେରେ ରେଲୱେ ଷ୍ଟେସନଠାରୁ କିଛି ମାତ୍ର ଦୂରରେ ଏକ ନିଛାଟିଅ ଜାଗାରେ ଏକ ଅର୍ଦ୍ଧଦଗ୍ଧ ଶରୀର ଦେଖିବାକୁ ମିଳିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାର ମୂଳରେ ପହଞ୍ଚିବାକୁ ସ୍ୱତନ୍ତ୍ର ଟିମ୍ ଗଠନ ହେଲା, ଛାନବିନ୍ ଆରମ୍ଭ ହେଲା । ଶେଷରେ ପୁଲିସ ଯାହା ସତ ଜାଣିଲା ସେଥିରେ ତା’ର ହୋସ୍ ଉଡିଯାଇଥିଲା ।

ପୁଲିସର କହିବା ମୁତାବକ, ଆର୍ସିକେର ସହରର ଲକ୍ଷ୍ମୀପୁରା ଲେଆଉଟ ପାଖରେ ରହୁଥିଲା ୨୦ ବର୍ଷିୟ ହେମନ୍ତ ଦତ୍ତା । ସେ ଅନଲାଇନରେ ଏକ ସେକେଣ୍ଡହ୍ୟାଣ୍ଡ ଆଇଫୋନ୍ ଅର୍ଡର କରିଥିଲା । ନିର୍ଦ୍ଧାରିତ ସମୟରେ ତା ପାଖରେ ଅନଲାଇନ୍ ଡେଲିଭରୀ ପହଞ୍ଚିଥିଲେ ୨୩ ବର୍ଷୀୟ ଡେଲିଭରୀ ବୟ ।

ଆହୁରି ପଢ଼ନ୍ତୁ : ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେବେ ସମ୍ବଲପୁର-ବଲାଙ୍ଗିର ଜିଲ୍ଲାପାଳ

ଫୋନ୍ ହେମନ୍ତ ହାତକୁ ବଢାଇ ତା’ର ଦାମ୍ ୪୬ ହଜାର ପେମେଣ୍ଟ କରିବାକୁ କହି ଗେଟ୍ ପାଖରେ ଅପେକ୍ଷା କରିଥିଲେ ଡେଲିଭରୀ ବୟ । କିଛି ସମୟ ପରେ ହେମନ୍ତ ଡେଲିଭରୀ ବୟକୁ ଘର ଭିରତକୁ ଡାକିଥିଲା । ଏବଂ ଘରକୁ ପଶିବା ମାତ୍ରେ ତାକୁ ଛୁରୀରେ ଆକ୍ରମଣ କରିଥିଲା ହେମନ୍ତ ।

ଫଳରେ ଘଟଣାସ୍ଥଳରେ ହିଁ ଡେଲିଭରୀ ବୟର ପ୍ରାଣବାୟୁ ଉଡିଯାଇଥିଲା । ଶବକୁ ୩ ଦିନ ଘରେ ରଖିବା ପରେ ଶୁନଶାନ୍ ରାତିରେ ଶବକୁ ନେଇ ଷ୍ଟେସନ ପାଖ ନିଛାଟିଆ ଜାଗାରେ ପୋତି ଦେଇଥିଲା ହେମନ୍ତ । ଘଟଣାର ସତ ଜଣାପଡିବା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Share this story

World Odia Language Conferene