ସ୍ତ୍ରୀର ଶେଷ ଇଚ୍ଛା ‘ମରିବା ପୂର୍ବରୁ ଏକ୍ସ ବୟଫ୍ରେଣ୍ଡ ସହ ଶୋଇବାକୁ ଚାହୁଁଛି’, ସ୍ୱାମୀ ଯାହା କଲେ ଚମକି ପଡ଼ିବେ

wife demanded this surprise wish from husband before death

ଓଡ଼ିଆ ଗସିପ୍ ବ୍ୟୁରୋ: ହଁ, ଚମକି ପଡ଼ନ୍ତୁ ନାହିଁ ସତରେ ଏମିତି ହିଁ କିଛି ଘଟିଛି । ମରିବା ଆଗରୁ ଦେହର ସୁଖ ନେବାକୁ ଚାହାନ୍ତି କର୍କଟ ପୀଡ଼ିତା ମହିଳା । ସ୍ତ୍ରୀର ଦେହ ଖରାପ... ସେ ଆଉ କିଛି ଦିନ ରହିବ... ମୋ ସ୍ତ୍ରୀକୁ ମୁଁ ଜୀବନ ଠୁ ଅଧିକ ଭଲ ପାଏ... ତାର ସବୁ ଇଚ୍ଛା ପୁରଣ କରିବି...ମୋ ସ୍ତ୍ରୀର ଇଚ୍ଛା ତା ପୂର୍ବ ପ୍ରେମିକ ସହ ଗୋଟେ ରାତି ରହିବ...ଏମିତି କିଛି କହିଛି ସ୍ତ୍ରୀ, ଯାହାକୁ ପୋଷ୍ଟ କରିଛି ସ୍ୱାମୀ । ଆଉ ଏବେ ଏହି ଖବରକୁ ନେଇ ଚାରିଆଡ଼େ ଚର୍ଚ୍ଚା ।

ହଁ, ଯେତେବେଳେ ବି କୌଣସି ବ୍ୟକ୍ତିର ଶେଷ ସମୟ ଆସିଥାଏ, ଯେଉଁମାନେ ତାଙ୍କୁ ଜାଣନ୍ତି ସେମାନେ ତାଙ୍କର ଶେଷ ଇଚ୍ଛା ଜାଣିବାକୁ ଚାହାଁନ୍ତି । ବେଳେ ବେଳେ ଏହି ଇଚ୍ଛା ଏପରି ହୋଇଥାଏ ଯେ ଏହା ସହଜରେ ପୂରଣ ହୋଇପାରିବ, କିନ୍ତୁ କିଛି ଲୋକ ଏତେ ଜଟିଳ ହୋଇଥାନ୍ତି ଯେ ସେମାନଙ୍କ ଇଚ୍ଛା ଜାଣି ସାମ୍ନାରେ ଥିବା ବ୍ୟକ୍ତିଙ୍କ ହୃଦ୍ ସ୍ପନ୍ଦନ ବଢ଼ିଯାଇଥାଏ ।

ଅଧିକ ପଢ଼ନ୍ତୁ: ଶବ ସହ ସେକ୍ସ କରି କଣ ପାଆନ୍ତି ଶ୍ମସାନରେ ରହୁଥିବା ଅଘୋରୀ ସାଧୁ?

ଏପରି କିଛି ଘଟଣା ଜଣେ ପତିଙ୍କ କ୍ଷେତ୍ରରେ ଘଟିଥିଲା, ଯିଏ ମୃତ୍ୟୁବରଣ କରୁଥିବା ପତ୍ନୀଙ୍କ ଶେଷ ଇଚ୍ଛା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମହିଳା ଜଣକ ଡାକ୍ତରଙ୍କୁ କହିଥିଲେ ଯେ, ସେ ବହୁତ ଗୁରୁତର ରୋଗରେ ପୀଡିତ ଅଛନ୍ତି । ବଞ୍ଚିବାକୁ ମାତ୍ର କିଛି ମାସ ବାକି ଅଛି ।

ଏଭଳି ପରିସ୍ଥିତିରେ ଯେତେବେଳେ ତାଙ୍କ ପତି ମୃତ୍ୟୁବରଣ କରୁଥିବା ପତ୍ନୀଙ୍କ ଶେଷ ଇଚ୍ଛା ଜାଣିବାକୁ ଚାହିଁଲେ, ସେତେବେଳେ ସେ ତାଙ୍କ ପତିଙ୍କ ଆଗରେ ଏପରି ଇଚ୍ଛା ପ୍ରକାଶ କଲେ ଯେ ସେ କିଛି କହିପାରିଲେ ନାହିଁ ।

ପତି ନିଜ ପୋଷ୍ଟରେ କହିଛନ୍ତି ଯେ, ତାଙ୍କ ପତ୍ନୀଙ୍କର ‘ଟର୍ମିନାଲ ରୋଗ’ ଅଛି ଓ ବର୍ତ୍ତମାନ ସେ ଏହି ଦୁନିଆରେ କେବଳ ୯ ମାସର ଅତିଥି ଅଟନ୍ତି । ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ନିଜ ପତ୍ନୀଙ୍କ ଶେଷ ଦିନକୁ ଖୁସିରେ ଭରିବାକୁ ଚାହାଁନ୍ତି, କିନ୍ତୁ ସେ ତାଙ୍କର ଶେଷ ଇଚ୍ଛା କହି ତାଙ୍କୁ ଅସୁବିଧାରେ ପକାଇଛନ୍ତି ।

ଅଧିକ ପଢ଼ନ୍ତୁ: ପ୍ରତି ୧୨ ବର୍ଷକୁ ଥରେ ଅନ୍ଧାର କିଟି ମିଟି ହୋଇଯାଏ ଶ୍ରୀକ୍ଷେତ୍ର; ଶ୍ରୀମନ୍ଦିର ରତ୍ନ ସିଂହାସନରେ ଘଟେ ଅଲୌକିକ ଘଟଣା

ପ୍ରକୃତରେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ କହିଛନ୍ତି ଯେ ସେ ମୃତ୍ୟୁ ପୂର୍ବରୁ ତାଙ୍କ ପୂର୍ବ ପ୍ରେମିକ ସହିତ ଗୋଟିଏ ରାତି ବିତାଇବାକୁ ଚାହୁଁଛନ୍ତି । ତାଙ୍କ ପତି ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ, ନିଜ ଦୁଃଖ ପ୍ରକାଶ କରି ପତି କହିଛନ୍ତି ଯେ, ସେମାନେ ୧୦ ବର୍ଷ ହେବ ବିବାହ କରିଛନ୍ତି । ତାଙ୍କର ସର୍ବଦା ଧାରଣା ଥିଲା ଯେ ପତ୍ନୀ ତାଙ୍କ ପୂର୍ବ ପ୍ରେମିକ ସହିତ ଜଡିତ ଥିଲେ ।

Share this story