ଶବ ସହ ସେକ୍ସ କରି କଣ ପାଆନ୍ତି ଶ୍ମସାନରେ ରହୁଥିବା ଅଘୋରୀ ସାଧୁ?

This sadhus do sex with dead woman

ଓଡ଼ିଆ ଗସିପ୍ ବ୍ୟୁରୋ (Exclusive): ଦୁନିଆର ସବୁଠାରୁ ଭୟାନକ ଓ ସମ୍ମାନୀୟ ସାଧୁ ହେଉଛନ୍ତି ହିମାଳୟର ପାଦ ଦେଶରେ ରହୁଥିବା ଅଘୋରୀ ସାଧୁ । ଅସାଧାରଣ ଜୀବନ ଶୈଳୀ ପାଇଁ ସେମାନେ ସାଧାରଣ ମଣିଷଙ୍କ ଠାର ହିଁ ସଂପୂର୍ଣ୍ଣ ଭିନ୍ନ । ଯାହାକୁ ଭାବିଲେ ଡର ଲାଗୁଛି ଚିନ୍ତା କଲା ବେଳକୁ ଦେହ ଥରି ଯାଉଛି । ଏମିତି କି ଅଘୋରୀ ସାଧୁଙ୍କ କଥା ମନରେ ଭାବିଲେ ଆଖି ବନ୍ଦ କରିଥିଲେ ଖୋଲି ଦେବାକୁ ଓ ଖୋଲା ଥିଲେ ବନ୍ଦ କରିବାକୁ ଲୋକେ ବାଧ୍ୟ ହୁଅନ୍ତି ।

ତଥାପି ଅଘୋରୀ ସାଧୁଙ୍କ ସମ୍ମାନ ସାରା ବିଶ୍ୱରେ ସମସ୍ତଙ୍କ ଠାରୁ ଉର୍ଦ୍ଧ୍ୱରେ ରହିଛି । ତେବେ ଆଜି ଆମେ ସେମାନଙ୍କ କିଛି ଅଜବ ଗଜବ ନୀତି ନିୟମ ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ଜାହାକୁ ଜାଣିଲେ ଆପଣ ସିଂହରୀ ଉଠିବେ । ଭାବିବେ ଆମ ଦେଶରେ ଏମିତି ସାଧୁ ସନ୍ଥ ରହିଛନ୍ତି ସତରେ କଣ ସେମାନେ କଣ ଏମିତି କିଛି କରିପାରନ୍ତି ? ହଁ, ସେମିତି କିଛି ଅକୁହା କଥା ସମ୍ପର୍କରେ ଆଜି ଆମେ ଆଲୋଚନା କରିବା ।

ସବୁବେଳେ ଅଘୋରୀ ସାଧୁଙ୍କ ସମ୍ପର୍କରେ ଜଣା ଅଜଣା କଥା ଜାଣିବାକୁ ଆମ ମନରେ ଉତ୍କଣ୍ଠା ବଢ଼ିଥାଏ । ଆଉ ସେ ମଧ୍ୟରୁ ପ୍ରଥମ ହେଉଛି ଯେ, ଏହି ଅଘୋରୀ ସାଧୁ ମାନେ କେଉଁଠି ଓ କେମିତି ରୁହନ୍ତି ।

ଅଧିକ ପଢ଼ନ୍ତୁ: ପ୍ରତି ୧୨ ବର୍ଷକୁ ଥରେ ଅନ୍ଧାର କିଟି ମିଟି ହୋଇଯାଏ ଶ୍ରୀକ୍ଷେତ୍ର; ଶ୍ରୀମନ୍ଦିର ରତ୍ନ ସିଂହାସନରେ ଘଟେ ଅଲୌକିକ ଘଟଣା

କେଉଁଠି ରୁହନ୍ତି ଅଘୋରୀ ସାଧୁ ?

ସେମାନେ ଦେବ ଦେବ ମହାଦେବଙ୍କ ଭକ୍ତ । ମଶାଣୀରେ ରୁହନ୍ତି, ଶବ ଖାଆନ୍ତି ପୋଷାକ ନ ପିନ୍ଧି ଉଲଗ୍ନ ବିଚରଣ କରନ୍ତି । କଳା ଚେହେରା, କଳା ଲମ୍ବା କେଶ । ସେମାନଙ୍କ ଆଚର ବ୍ୟବହାର ଦେଖିଲେ ଆପଣ ତତକ୍ଷଣାତ ଜାଣିପାରିବେ ଯେ, ସେମାନେ ହେଉଛନ୍ତି ନାଗା ସାଧୁ । ସେମାନଙ୍କ ଆଖି ଦେଖିଲେ ଡରିଯିବେ, ପାଖକୁ ଗଲେ କମ୍ପିବେ । ଜନବସତିର ବହୁ ଦୂରରେ ମଶାଣୀରେ ରହୁନ୍ତି, ଶବ ଖାଆନ୍ତି । ବିଶେଷ କରି ଏମାନେ ହିମାଳୟର ବରଫ ଗୁମ୍ଫାରେ, ପଶ୍ଚିମ ବଙ୍ଗାଲର ଘଞ୍ଚ ଜଙ୍ଗଲ ଯେଉଁଠି ବାଘ ପ୍ରବଳ ରୁହନ୍ତି ସେଠାରେ ତପସ୍ୟା କରନ୍ତି । ଗୁଜରାଟର ମରୁଭୂମିରେ ବି ଏମାନେ ଦଳ ଦଳ ହୋଇ ଜୀବନ ଅତିବାହିତ କରନ୍ତି ।

ଅଘୋରୀଙ୍କ ଆସ୍ଥା ଓ ବିଶ୍ୱାସ:

ଆଗୋରୀମାନେ ଶିବ କିମ୍ବା ମହାକାଲଙ୍କୁ ପୂଜା କରନ୍ତି - ଯିଏ ବିନାଶକାରୀ, କିମ୍ବା ଏହାର ନାରୀ ପ୍ରକାଶ ଯଥା ଶକ୍ତି ବା କାଳୀଙ୍କୁ ପୂଜା କରନ୍ତି ଯାହାଙ୍କୁୂ ଆମେ ମୃତ୍ୟୁର ଦେବୀ ବୋଲି ଜାଣୁ । ଜଣେ ଫଟୋଗ୍ରାଫର ତଥା ଲେଖକ ଡାଭୋର ରୋଷ୍ଟହୁରଙ୍କ କହିବା କଥା, "ହିନ୍ଦୁ ଧର୍ମର ପ୍ରତ୍ୟେକ ଦେବତା ସମାନ ଭଗବାନଙ୍କର କେବଳ ଗୋଟିଏ ପ୍ରକାଶ ବା ରୂପ ।  କିନ୍ତୁ ଶିବ ଏବଂ କାଳୀ ସେମାନଙ୍କ ଅନୁଗାମୀମାନଙ୍କ ପାଇଁ ଭିନ୍ନ । ମହାକାଲୀ ମାଂସ, ନିଶା ଏବଂ କାମନାରେ ଚରିତାର୍ଥ ହୁଅନ୍ତି । ଏହି ତିନି ନୀତି କିନ୍ତୁ ଅନ୍ୟ ସାଧୁ ସନ୍ଥଙ୍କ ପାଇଁ ଗ୍ରହଣୀୟ ନୁହେଁ କିନ୍ତୁ ଏହି ତିନି ଜିନିଷକୁ ନେଇ ବେଶ୍ ସଚେତନ ଥାଆନ୍ତି ଅଘୋରୀ ।

ଅଧିକ ପଢ଼ନ୍ତୁ: ଏହି ରାଜ୍ୟର ରଜାପୁଅଙ୍କୁ ମହିଳା ନୁହେଁ ପ୍ରଥମ ପସନ୍ଦ ପୁଅ; ଗର୍ବରେ କୁହନ୍ତି ସେ ଗେ’

ସତରେ କଣ ଶବ ସହ ସେକ୍ସ କରନ୍ତି ଅଘୋରୀ ?

ଅଘୋରୀଙ୍କ ବିଶ୍ୱାସ ଯେ, ମହାକାଲୀ ସେକ୍ସ ଦ୍ୱାରା ଖୁସି ହୁଅନ୍ତି । ଅଘୋରୀ ସାଧୁମାନେ ଏମିତି କିଛି କାର୍ଯ୍ୟ କରନ୍ତି ଯେଉଁଥିରେ ସେମାନେ ସମ୍ଭୋଗ ଦ୍ୱାରା ନିଜର ଏହି ଇଚ୍ଛା ପୂରଣ କରିଥାନ୍ତି । ଯଦି ସେକ୍ସ କଲା ବେଳେ, ନର ମାଂସ ଭକ୍ଷଣ ବେଳେ ବି ଯଦି ଇଶ୍ୱରଙ୍କ ଆରାଧନା କରନ୍ତି ତେବେ ସେମାନେ ଠିକ୍ ରାସ୍ତାରେ ଚାଲୁଥିବା ମନେ କରନ୍ତି । ଆଉ ଏହା ଦ୍ୱାରା ହିଁ ନିର୍ବାଣ ପ୍ରାପ୍ତି ହୋଇଥାଏ ବୋଲି ମନେ କରନ୍ତି ।

ସେକ୍ସ ବେଳେ ଏହି ସବୁ ଗୁପ୍ତ କାମ କରିଥାନ୍ତି ଅଘୋରୀ ସାଧୁ:

ସେକ୍ସ ବେଳେ ଅଘୋରୀ ସାଧୁମାନେ ଅନେକ କିଛି ଗୁପ୍ତ କାମ କରିଥାନ୍ତି । ଯାହାକୁ ନା କେବେ କେହି ଦେଖିଛନ୍ତି ନା ସେ ସମ୍ପର୍କରେ ବିଶେଷ କିଛି ଜାଣିଛନ୍ତି । ଅଘୋରୀମାନେ ଯେବେ ଯୌନ ସମ୍ପର୍କ ରଖନ୍ତି ସେତେବେଳେ ସେମାନେ ଐଶରୀୟ ସତ୍ତା ଅନୁଭବ କରନ୍ତି ଏବଂ ପରମାତ୍ମାଙ୍କ ସହ ସେମାନଙ୍କ ମିଳନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଯୌନ ସମ୍ପର୍କ ସ୍ଥାପନ ବେଳେ ଢୋଲ ବାଜିଥାଏ ମନ୍ତ୍ର ଉଚ୍ଚାରଣ ହୋଇଥାଏ । ଏହି ସମ୍ଭୋଗ କ୍ରିୟା ବେଳେ ମହିଳାଙ୍କ ମୃତ ଶରୀରକୁ ଚିତାଭସ୍ମରେ ଲେପ ଦିଆଯାଇଥାଏ ।

ଅଧିକ ପଢ଼ନ୍ତୁ: ଶୁଙ୍ଗିବାର କ୍ଷମତା ଦୁର୍ବଳ ହେବା ଏହି ବଡ଼ ରୋଗର ଲକ୍ଷଣ; ଜମା କରନ୍ତୁନି ଅଣଦେଖା...

କେବଳ ଏତିକି ନୁହେଁ, ଏହା ମଧ୍ୟ କୁହାଯାଇଛି ଯେ ଅଘୋରୀ ବାବା ଅନ୍ୟ ସାଧୁ ସନ୍ଥମାନଙ୍କ ପରି ବ୍ରହ୍ନଚର୍ଯ୍ୟ ପାଳନ କରନ୍ତି ନାହିଁ, ବରଂ ଋତୁସ୍ରାବ ସମୟରେ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ଏହା ସେମାନଙ୍କର ଅଘୋରୀ ବିଦ୍ୟାକୁ ମଜବୁତ କରେ ଓ ସେମାନଙ୍କର ଶକ୍ତି ବୃଦ୍ଧି କରେ । ଏହା ବ୍ୟତୀତ ଆଉ ଏକ ଜିନିଷ ଅଛି ଯାହା ଅଘୋରୀ କୁକୁର ମାନଙ୍କୁ ବହୁତ ଭଲ ପାଆନ୍ତି, ସେମାନେ କୁକୁର ମାନଙ୍କୁ ସେମାନଙ୍କ ସହିତ ରଖିବାକୁ ପସନ୍ଦ କରନ୍ତି ।

Share this story