ଆଜି ଜାତୀୟ ପ୍ରେମିକା ଦିବସ; ସଂଧ୍ୟାରେ ଧୁମ୍ ଧାମରେ ସେଲିବ୍ରେସନ କରିବେ କପୁଲ
 

Why National Girlfriends Day celebrated every year on August 1
Why National Girlfriends Day celebrated every year on August 1

ଓଡ଼ିଆ ଗସିପ୍ ବ୍ୟୁରୋ: ବନ୍ଧୁତ୍ୱ ଦିବସ ବ୍ୟତୀତ ଆଉ ଗୋଟିଏ ଦିନ ଅଛି, ଯାହା ଅଗଷ୍ଟ ମାସକୁ ସ୍ୱତନ୍ତ୍ର କରିଥାଏ । ଏହି ଦିବସକୁ ପ୍ରତ୍ୟେକ ଯୁବପିଢ଼ି ଅପେକ୍ଷା କରିଥାଆନ୍ତି । ତାହା ହେଉଛି ଗର୍ଲଫ୍ରେଣ୍ଡ ଡେ। ଅଗଷ୍ଟ ମାସ ମଧ୍ୟ ଏହି ଦିନରୁ ଆରମ୍ଭ ହୋଇଥାଏ । ଜୀବନର ଚଲାବାଟରେ ସାଥିଟିଏ ନିହାତି ଆବଶ୍ୟକ । ସାଥିଟିଏ ସାଙ୍ଗରେ ଥିଲେ କଣ୍ଟକିତ ପଥ ମଧ୍ୟ ଗୋଲାପ ହୋଇଯାଇଥା ଏ । ସାଥି ପାଇଁ କେବଳ ଉତ୍ସର୍ଗ ହିଁ ପ୍ରେମ । ବେଳେ ବେଳେ ପ୍ରେମ ଅଦିନିଆ ମେଘ ଭଳି ଏମିତି ଭିଜାଇ ଦେଇଯାଏ ଯେ ଦେହ-ମନ ପବିତ୍ର ହୋଇଯାଏ । 

ସମ୍ପର୍କର ସ୍ଥାୟିତ୍ୱ ଲାଗି ପ୍ରେମୀ ଯୁଗଳ ପରସ୍ପରକୁ ପ୍ରତିଶୃତି ପ୍ରଦାନ କରିଥାଆନ୍ତି । ଏହି ଦିନରେ ଉଭୟ ପରସ୍ପରକୁ ପ୍ରତିଶୃତି ଦେଇ ଜୀବନ ସାରା ବାଟ ଚାଲିବାକୁ ଶପଥ ନେଇଥାନ୍ତି ।ଆଜିର ଯୁଗରେ ଗର୍ଲଫ୍ରେଣ୍ଡ ରହିବା ଏକ ସାଧାରଣ କଥା । ପ୍ରତ୍ୟେକ ଝିଅ ଆଜିର ଦିନକୁ ଅପେକ୍ଷା କରିଥା ଆନ୍ତି । କାରଣ ଆଜିର ଦିନ କେବଳ ଗର୍ଲଫ୍ରେଣ୍ଡମାନଙ୍କ ପାଇଁ ହୋଇଥାଏ। ଯଦି ଆପଣ ମଧ୍ୟ ନିଜର ଗର୍ଲଫ୍ରେଣ୍ଡକୁ ଖୁସି କରିବାକୁ ଚାହାନ୍ତି ତେବେ ହୃଦୟସ୍ପର୍ଶି ମେସେଜ କରି ଖୁସି କରାନ୍ତୁ। 

ଅଗଷ୍ଟ ପ୍ରଥମ ତାରିଖ ପ୍ରେମୀ ଯୁଗଳଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ପ୍ରତିବର୍ଷ ଏହି ଦିନରେ ଜାତୀୟ ଗର୍ଲଫ୍ରେଣ୍ଡ ଦିବସ ପାଳନ କରାଯାଏ। ପ୍ରତିବର୍ଷ ବହୁ ସଂଖ୍ୟକ ଲୋକ ବିଶେଷ କରି ଯୁବକମାନେ ଅନେକ ଉତ୍ସବ ପାଳନ କରନ୍ତି। ଏହି ବିଶେଷ ଦିନରେ ଗର୍ଲଫ୍ରେଣ୍ଡକୁ ହୃଦୟ କଥା କହିବାର ସୁଯୋଗ ରହିଥାଏ।

ଅଧିକ ପଢନ୍ତୁ :- କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ଇଚ୍ଛା ଦୁଇ ଗୁଣିତ କରିଥାଏ ଏବଂ ମହିଳାଙ୍କ ଏହି ଅଙ୍ଗ କୁ ଉନ୍ନତ କରିଥାଏ, ଜାଣନ୍ତୁ କିପରି...

ଜାତୀ ୟ ଗର୍ଲଫ୍ରେଣ୍ଡ ଦିବସର ଇତିହାସ: 

ଆଜିର ଦିବସକୁ ପାଳନ କରିବା ପଛରେ ଅନେକ କାହାଣୀ ରହିଛି । କିନ୍ତୁ କୌଣସି କାହାଣୀ ର ଲିଖିତ ତଥ୍ୟ ନାହିଁ । ଅର୍ଥାତ ଏହାର କୌଣସି ଇତିହାସ ନାହିଁ । ଅବଶ୍ୟ, ଏହି ବିଶେଷ ଦିନ ବିଷୟରେ ସବୁଠା ରୁ ଲୋ କପ୍ରିୟ କାହା ଣୀ ହେ ଉଛି, ବା ସ୍ତବରେ 2002 ମସିହା ରେ , 'ଗର୍ଲଫ୍ରେଣ୍ଡ ଗେଟ୍ୱେ ' ନା ମକ ଏକ ପୁସ୍ତକ ପ୍ରକାଶିତ ହୋଇଥିଲା ।

ଅଧିକ ପଢନ୍ତୁ :- କେବଳ ୧୮ ବର୍ଷର ଯୁବକ ପଢ଼ନ୍ତୁ; କେମିତି ରଖିବେ ଲିଙ୍ଗର ଯତ୍ନ 

ଏଭଳି ପରିସ୍ଥିତିରେ ଏହାକୁ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ କରିବା ପାଇଁ ଏକ ବିଶେଷ ଦିନ ସ୍ଥିର କରାଯାଇଥିଲା । ସେହି ଦିନ 2002 ମସିହା ଅଗଷ୍ଟ 1 ତାରିଖ ରହିଥିଲା । ସେହି ଦିନଠାରୁ ପ୍ରତିବର୍ଷ ଅଗଷ୍ଟ 1 ତାରିଖକୁ ଗର୍ଲଫ୍ରେ ଣ୍ଡ ଡେ ' ଭାବରେ ପାଳନ କରାଯାଉଛି।

Share this story