World Odia Language Conferene

ଏହି ସଂକ୍ରାମକ ରୋଗ ଦିନକୁ ନୋଉଛି ୩,୫୦୦ ଜଣଙ୍କ ଜୀବନ, ଭାରତ ପାଇଁ ରହିଛି ବିପଦ
 

WHO sounds alarm on viral hepatitis infections claiming 3500 lives each day
ଭାଇରାଲ ହେପାଟାଇଟିସ୍‌କୁ ନେଇ ‘ହୁ’ ର ଚେତାବନୀ,
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭାଇରାଲ ହେପାଟାଇଟିସ୍‌ ରୋଗ ଦିନକୁ ଦିନ ଘାତକ ହେବାରେ ଲାଗିଛି। ଏହି ରୋଗୀସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତଦନୁସାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏବେ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଚେତାବନୀ ଜାରି କରିଛି। ଏହି ସଂକ୍ରାମକ ରୋଗ ବିଶ୍ବରେ ଦିନକୁ ୩, ୫୦୦ ଲୋକଙ୍କ ଜୀବନ ନେଉଛି। ବର୍ଷକୁ ପ୍ରାୟ ୧୩ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। 

‘ଡବ୍ଲ୍ୟୁଏଚ୍‌ଓ ୨୦୨୪ ଗ୍ଲୋବାଲ ହେପାଟାଇଟିସ ରିପୋର୍ଟ’ରେ କୁହାଯାଇଛି ଯେ ୨୦୧୯ରେ ଏହି ରୋଗରେ ୧୧ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ସଂଖ୍ୟା ୨୦୨୨ରେ ୧୩ ଲକ୍ଷରେ ପହଞ୍ଚି ଯାଇଛି। ୧୮୭ ଦେଶକୁ ନେଇ ହୋଇଥିବା ସର୍ଭେରୁ ଏହି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ୮୩ ପ୍ରତିଶତଙ୍କ ମୃତ୍ୟୁ ‘ହେପାଟାଇଟିସ୍‌ ବି’ ଏବଂ ୧୭ ପ୍ରତିଶତ ‘ହେପାଟାଇଟିସ ସି’ ଯୋଗୁଁ ହୋଇଛି।

ବିଶ୍ବ ହେପାଟାଇଟିସ ଶିଖର ସମ୍ମିଳନୀରେ ଜାରି ରିପୋର୍ଟରେ କୁହାଯାଇଛି ଯେ ହେପାଟାଇଟିସ ବି ଏବଂ ସି ସଂକ୍ରମଣ ଯୋଗୁଁ ବିଶ୍ବରେ ଦିନକୁ ୩,୫୦୦ ଲୋକଙ୍କ ମୃତ୍ୟୁ ହେଉଛି। ଏହି ସଂକ୍ରମଣର ଦୁଇ ତୃତୀୟାଂଶ ମାମଲା ବାଂଲାଦେଶ, ଚୀନ୍‌, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ନାଇଜେରିଆ, ପାକିସ୍ତାନ, ଫିଲିପିନ୍ସ, ରୁଷ୍‌ ଏବଂ ଭିଏତନାମରୁ ଆସୁଛି।

ଆଧିକ ପଢନ୍ତୁ : ଧକ୍ ଧକ୍ ସହ ମୁଣ୍ଡର ଗୋଟିଏ ପଖାରେ ହେଉଛି କି ମୁଣ୍ଡବଥା? ଜାଣନ୍ତୁ ଏହାର କାରଣ ଓ ଉପଚାର...

ଚିନ୍ତା ପ୍ରକଟ କଲା ‘ହୁ’ ମୁଖ୍ୟ 

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି ଯେ, ୨୦୨୫ ସୁଦ୍ଧା ଉପରୋକ୍ତ ୧୦ ଦେଶରୁ ସଂକ୍ରମଣକୁ ନିୟନ୍ତ୍ରଣ, ନିଦାନ ଏବଂ ଉପଚାର ଲାଗି ସାର୍ବଜନୀନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପଡିବ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ମୁକାବିଲା ବ୍ୟବସ୍ଥାକୁ ସାକାର ଭାବେ କାର୍ଯ୍ୟକାରୀ କରିବାକୁ ହେବ। 

‘ହୁ’ର ମହାନିର୍ଦ୍ଦେଶ ଡ.ଟେଡ୍ରୋସ ଅଧନୋମ ଘେବ୍ରିୟସସ ମଧ୍ୟ ହେପାଟଇଟିସ ମାମଲା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହାର ମୁକାବିଲା କରିବାକୁ ନେଇ ସେ ଦେଶମାନଙ୍କୁ ଆଶ୍ବାସନା ଦେଇଛନ୍ତି। ଏଥିପାଇଁ ‘ହୁ’ ପ୍ରତିବଦ୍ଧ ବୋଲି କହିଛନ୍ତି।

ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !

ଭାଇରାଲ ହେପାଟାଇଟିସ୍‌ କ’ଣ

ଆମେରିକାର ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି) ଅନୁଯାୟୀ ଯକୃତରେ ପ୍ରଦାହକୁ ହେପାଟାଇଟିସ କୁହାଯାଇଥାଏ। ଯକୃତରେ ପ୍ରଦାହ କିମ୍ବା କ୍ଷତି ହେଲେ ଏହାର କାର୍ଯ୍ୟ ପ୍ରଭାବିତ ହୋଇପାରେ। ମଦ, ବିଷାକ୍ତ ଖାଦ୍ୟ କିମ୍ବା କିଛି ଔଷଧ କାରଣରୁ ହେପାଟାଇଟିସ ହୋଇପାରେ। ତେବେ ସାଧାରଣତଃ ଭୂତାଣୁ ଯୋଗୁଁ ଏହି ରୋଗ ହୋଇଥାଏ। 

ହେପାଟାଇଟିସରେ ସଂକ୍ରମିତ ଅନେକ ଲୋକଙ୍କଠାରେ ଏହାର ଲକ୍ଷଣ ଦେଖାଯାଇ ନ ଥାଏ। ଏଥିଯୋଗୁଁ ଏହି ରୋଗକୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ଲକ୍ଷଣ ଦେଖା ଦେଉଥିବା ରୋଗୀଙ୍କଠାରେ ଜ୍ବର, ଥକାପଣ, ଭୋକ ନ ଲାଗିବା, ବାନ୍ତି, ପେଟ ଦରଜ, ଗାଢ଼ ରଙ୍ଗର ପରିସ୍ରା, ବୃକକରେ ଦରଜ ଏବଂ ଜଣ୍ଡିସ ଆଦି ହୋଇଥାଏ।

ଆଧିକ ପଢନ୍ତୁ : ସକାଳୁ ସକାଳୁ ପେଟ ସଫା ହେଉନି କି ? କରନ୍ତୁ ଏହି କାମ, ଥରକେ ହେବ ସଫା...
 

Share this story