ରାତିରେ ଡାକୁଛନ୍ତି ଏଠାକାର ଜିଲ୍ଲା ଜଜ୍‌, ସହି ନପାରି ଇଛା ମୃତ୍ୟୁ ମାଗିଲେ ଅସହାୟ ମହିଳା ବିଚାରପତି
 

UP judicial officer seeks SC nod for euthanasia over sexual abuse
ଇଛା ମୃତ୍ୟୁ ମାଗିଲେ ଅସହାୟ ମହିଳା ବିଚାରପତି
 

ଓଡ଼ିଆ ଗସିପ୍ ବ୍ୟୁରୋ: ନିଜ କାର୍ଯ୍ୟକାଳ ମଧ୍ୟରେ ଅତ୍ୟନ୍ତ ଘୃଣ୍ୟ ମନ୍ତବ୍ୟ, ଅଶ୍ଳୀଳ ଗାଳି ଏବଂ ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ମହିଳା ବିଚାରପତି ନିଜ ଜୀବନ ହାରିବାକୁ ପ୍ରଧାନବିଚାରପତି(ସିଜେଆଇ)ଙ୍କ ଅନୁମତି ଲୋଡ଼ି ଚିଠି ଲେଖିବା ଘଟଣା ଏବେ ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ଚାକିରି ଜୀବନରେ ସେ ବିଭିନ୍ନ ସ୍ଥାନରେ ଯେଭଳି ନିର୍ଯାତନାର ଶିକାର ହୋଇଛନ୍ତି ତଦ୍ବାରା ସେ ନିଜ ଜୀବନକୁ ଘୃଣା କରିବା ସହିତ ମୃତ୍ୟୁକୁ ପସନ୍ଦ କରୁଛନ୍ତି ବୋଲି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। 

ଅଧିକ ପଢନ୍ତୁ :କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବା ସହ ଆର୍ଥିକ ଚାପ ପାଇଁ ଚିନ୍ତିତ ରହିବେ ଏହି ରାଶିର ଲୋକ, ପଢନ୍ତୁ ସପ୍ତାହିକ ରାଶିଫଳ

ସିଜେଆଇଙ୍କୁ ଚିଠି ଲେଖିଥିବା ଏହି ମହିଳା ବିଚାରପତି ଜଣଙ୍କ ହେଲେ ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲା କୋର୍ଟର ଜଣେ ବିଚାରପତି। ସେ ନିଜ ପାଠ ପଢା ଶେଷ କରିବା ପରେ ନ୍ୟାୟିକ ସେବାରେ ଯୋଗ ଦେଇ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ଅତ୍ୟନ୍ତ ଉତ୍ସାହର ସହିତ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯାହା କିଛି ଦେଖିଲେ ଏବଂ ଅନୁଭବ କଲେ ତାହାକୁ ସେ କଦାଚିତ କଳ୍ପନା କରି ନଥିଲେ ବୋଲି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଅଧିକ ପଢନ୍ତୁ :ବିଛା ରାଶିକୁ ଶୁକ୍ର ଗୋଚର, ଶୁଭଫଳ ମିଳିବା ସହ ଏହି ୩ ରାଶି ଉପରେ ହେବ ଧନ ବର୍ଷା! 

ସେ କହିଛନ୍ତି ଯେ, ଚାକିରି ଜୀବନର ପ୍ରାରମ୍ଭରୁ ସେ ବିଭିନ୍ନ ସ୍ଥାନରେ ଲୋକଙ୍କ ଠାରୁ ଗାଳି ଶୁଣିବା ସହିତ ଅତ୍ୟନ୍ତ କଠୋର ଏବଂ ଅଶ୍ଲୀଳ ଭାଷାର ଶିକାର ହୋଇଛନ୍ତି। ଏପରିକି ସାଧାରଣ ମଞ୍ଚରେ ମଧ୍ୟ ଲୋକମାନେ ତାଙ୍କୁ ଯେଭଳି ଗାଳି ଗୁଲଜ କରି ନିର୍ଯାତନା ଦେଇଛନ୍ତି ତାହା ମଧ୍ୟ ଅବର୍ଣ୍ଣନୀୟ। କେବଳ ସେତିକିେର ବି କଥା ସରିନାହିଁ। ତାଙ୍କୁ ଅନେକ ସ୍ଥାନରେ ମଧ୍ୟ ଯୌନ ନିର୍ଯାତନା ଦିଆଯାଇଛି ବୋଲି ବିଚାରପତି ଜଣଙ୍କ ସିଜେଆଇଙ୍କୁ ଲେଖିଥିବା ତାଙ୍କ ଚିଠିରେ ଦର୍ଶାଇଛନ୍ତି। 

ତାଙ୍କ ସବୁସ୍ଥାନରେ ଅଳିଆଗଦା ଭଳି ବ୍ୟବହାର କରାଯାଇଥିଲା ବେଳେ ଅତ୍ୟନ୍ତ ଅମଣିଷ ଭଳି ବ୍ୟବହାର କରାଯାଇଛି। ଜଣେ ବିଚାରପତିଙ୍କ ପ୍ରତି ଯଦି ସମାଜରେ ଏଭଳି ସମସ୍ୟା ରହିଛି ତେବେ ଦେଶରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାଙ୍କ ସ୍ଥିତି କିଭଳି ରହିଥିବା ତାହା ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ଅଧିକ ପଢନ୍ତୁ :ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ସହିତ ଆୟୁର୍ବେଦରେ ‘ବେଲପତ୍ର’ର ମହତ୍ତ୍ବ କ’ଣ ? ଜାଣନ୍ତୁ ସଂକ୍ଷେପରେ...

ଦୀର୍ଘ ଦିନ ସେ ନିର୍ଯାତନାର ଶିକାର ହୋଇ ଆସୁଥିଲା ବେଳେ ଏଥିପାଇଁ ସେ ବିଭିନ୍ନ ମଞ୍ଚରେ ଅଭିଯୋଗ କରିଛନ୍ତି। କିନ୍ତୁ ତାଙ୍କ ଅଭିଯୋଗ ପ୍ରତି କେହି ବି ଗୁରୁତ୍ବ ଦେଇ ନାହାନ୍ତି। ତେଣୁ ଜଣେ ସାଧାରଣ ମହିଳାଙ୍କ ଅବସ୍ଥା କ’ଣ ହେଉଥିବ ତାହା ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଏପରିକି ତାଙ୍କୁ ରାତିରେ ଦେଖା କରିବାକୁ ଏଠାକାର ଜିଲ୍ଲା ଜଜ୍‌ ତାଙ୍କୁ ବହୁବାର କହିଛନ୍ତି। ଏହାକୁ ବିରୋଧ କରି ସେ ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଜଣାଇଛନ୍ତି। 

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

କିନ୍ତୁ ତାଙ୍କ ଠାରୁ ମଧ୍ୟ କୌଣସି ଉତ୍ତର ପାଇନାହାନ୍ତି। ପରେ ପରେ ଆଡମିନିଷ୍ଟ୍ରେଟିଭ୍‌ ଜଜ୍‌ ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ମଧ୍ୟ ଲେଖି ଜଣାଇଛନ୍ତି। କିନ୍ତୁ ସବୁଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଦେଶରେ ମହିଳାଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ପାଇଁ ମହିଳା ଯୌନ ସୁରକ୍ଷା ଆଇନ(୨୦୧୩) ପ୍ରଣୟନ କରାଯାଇଛି। କିନ୍ତୁ ଏହାର କୌଣସି ଯଥାର୍ଥତା ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ମହିଳା ବିଚାରପତି ଜଣକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !

Share this story