ବଜେଟ୍ ୨୦୨୩-୨୪: ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ହେଲା ମହଙ୍ଗା ?

Union Budget 2023-2024 what is cheaper and what is costlier

ଓଡ଼ିଆ ଗସିପ୍ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର ଶେଷ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହା ନିର୍ବାଚନ ବର୍ଷ ହୋଇଥିବାରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବାକୁ ମୋଦୀ ସରକାର ଭରପୂର ଚେଷ୍ଟା କରିଛନ୍ତି ।

ଚଳିତ ବଜେଟରେ ସମସ୍ତ ବର୍ଗକୁ ଖୁସି କରିବା ଭଳି ଘୋଷଣାମାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆୟକର ଟିକସ ସ୍ଲାବରେ ହ୍ରାସ କରାଯିବା ସହ ଅନେକ ନୂଆ ଯୋଜନା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି ।

ତେବେ ଏସବୁ ଭିତରେ ସାଧାରଣ ଲୋକମାନେ ବଜେଟକୁ ନେଇ ଏକ ପ୍ରଶ୍ନ ଉଠାନ୍ତି ଯେ କଣ ଶସ୍ତା ହେଲା ଆଉ କଣ ମହାଙ୍ଗା ହେଲା । ବଜେଟରେ କଣ ଶସ୍ତା ହେଲା ଓ କଣ ମହଙ୍ଗା ହେଲା? ଏହାରି ଉପରେ ଜନସାଧାରଣଙ୍କ ନଜର ରହିଥାଏ । କାରଣ ଏହା ସିଧାସଳଖ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଏ । ଆଜିର ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଷ୍ଟମ ଡ୍ୟୁଟି, ସେସ୍ ଓ ସରଚାର୍ଜରେ ପରିବର୍ତ୍ତନ କରିଛନ୍ତି ।

ଅଧିକ ପଢ଼ନ୍ତୁ : ନିଜେ ନିଜ ମୁହଁରେ ମାନିଲେ ଗୋପାଳ ଦାସ, ନବ ଦାସଙ୍କୁ କରିଛନ୍ତି ମର୍ଡର, ଆଉ କାରଣ ହେଲା...

ମୋବାଇଲ, କ୍ୟାମେରା ଲେନ୍ସ, ଖେଳଣା ଓ ବିଦ୍ୟୁତ ଚାଳିତ ଯାନ ଶସ୍ତା ହୋଇଛି । ସେହିପରି ରୋଷେଇ ଚିମିନି, ସିଗାରେଟ, ସୁନା, ରୂପା ଓ ହୀରା ମହଙ୍ଗା ହୋଇଛି ।

ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା ଏପ୍ରିଲ ପହିଲାରୁ ଲାଗୁ ହେବ । ଆଉ ଏହା ଲାଗୁ ହେଲେ ଆପଣଙ୍କ ଖର୍ଚ୍ଚ ତାଲିକାରେ ଅନେକ ପରିବର୍ତ୍ତନ ହେବ । ତେବେ ଏପ୍ରିଲରୁ କଣ ଶସ୍ତା ହେବ ଆଉ କଣ ମହଙ୍ଗା ହେବ ସେ ନେଇ ଲୋକଙ୍କ ମଧ୍ୟରେ ଉକ୍ରଣ୍ଠା ପ୍ରକାଶ ପାଇଛି ।

ବଜେଟ ଭାଷଣ ବେଳେ କେନ୍ଦ୍ରମନ୍ତ୍ରୀ କଷ୍ଟମ ଡ୍ୟୁଟି , ସେସ ଓ ସରଚାର୍ଜରେ ପରିବର୍ତ୍ତନ କରିଛନ୍ତି । ଖେଳନା ଉପରେ ସୀମା ଶୁଳ୍କକୁ କମାଯାଇ ୧୩ ପ୍ରତିଶତ କରାଯାଇଛି ।

ଅଧିକ ପଢ଼ନ୍ତୁ : ମାଲିକ ନବ ଦାସଙ୍କ ଉପରେ ବିପଦ (ଗୁଳି ମାଡ) ଥିବା ଆଗୁଆ ବାରି ପାରିଥିଲା ତାଙ୍କ ପୋଷା କୁକୁର ’ରିଓ’

କଣ ହେବ ଶସ୍ତା?

- ଖେଳନା
- ମୋବାଇଲ ଫୋନ
- ସାଇକେଲ
- ମୋବାଇଲ କ୍ୟାମେରା ଲେନ୍ସ
- ଅଟୋମୋବାଇଲ
- ବିଦ୍ୟୁତଚାଳିତ ଯାନ
- ଲିଥିୟମ ବ୍ୟାଟେରୀ
- ଏଲଇଡି ଟିଭି
- ବାୟୋଗ୍ୟାସ ସହ ଜଡିତ ସାମଗ୍ରୀ
- ରବର

ବଜେଟରେ ସିଗାରେଟ ଉପରେ ଲାଗୁଥିବା ଶୁଳ୍କକୁ ୧୬ ପ୍ରତିଶତ କରାଯାଇଛି । ରୂପା ଉପରେ କଷ୍ଟମସ ଡ୍ୟୁଟି ବଢାଇଛନ୍ତି ସରକାର ।

ଅଧିକ ପଢ଼ନ୍ତୁ : ଦିନକ ପୂର୍ବରୁ ଗୋପାଳଙ୍କୁ ଦିଆଯାଇଥିଲା ରିଭଲଭର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ASI? କାରଣ କହିଲା ନିଜେ ଗୋପାଳ ଦାସ

କଣ ହେବ ମହଙ୍ଗା?

- ସିଗାରେଟ୍
- ସୁନା, ପ୍ଲାଟିନମ
- ରୂପା, ହୀରା
- ପିତ୍ତଳ
- ବିଦେଶୀ ଖେଳନା
- ରୋଷେଇ ଚିମିନି
- ଏକ୍ସରେ ମେସିନ
- କପଡା

Share this story