ନିଜେ ନିଜ ମୁହଁରେ ମାନିଲେ ଗୋପାଳ ଦାସ, ନବ ଦାସଙ୍କୁ କରିଛନ୍ତି ମର୍ଡର, ଆଉ କାରଣ ହେଲା...

What may be the big reason behind killing health minister Naba Das

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ନବ ଦାସଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସ ହିଁ ଗୁଳି କରି ହତ୍ୟା କରିଛନ୍ତି । ତେବେ, ଗୋପାଳକୁ ପୋଲିସ ଅଟକ ରଖି ପଚରାଉଚରା କରିବା ପରେ ସେ ହତ୍ୟା କରିଥିବା ନେଇ ସ୍ୱୀକାର କରିଛନ୍ତି ।

ତେବେ, ଗୋପାଳ କଣ ପାଇଁ ନବ ଦାସଙ୍କୁ ହତ୍ୟା କରିଛି ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଙ୍କୁ କେଉଁ ପ୍ରଭାବଶାଳୀ ଲୋକ ଉସକାଇଛନ୍ତି କି ? କାହା କଥାରେ ପଡି ସେ ଏହି କାମ କରିଛନ୍ତି କି ? ସେନେଇ ପୋଲିସ ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ : ମାଲିକ ନବ ଦାସଙ୍କ ଉପରେ ବିପଦ (ଗୁଳି ମାଡ) ଥିବା ଆଗୁଆ ବାରି ପାରିଥିଲା ତାଙ୍କ ପୋଷା କୁକୁର ’ରିଓ’

ଅନ୍ୟପକ୍ଷରେ ଏଥିନେଇ ଗୋପାଳ କୃଷ୍ଣଙ୍କ ସ୍ତ୍ରୀ, ପୁଅ ଏବଂ ପରିବାରକୁ ମଧ୍ୟ ପୋଲିସ ଜେରା କରିଛି । ବିଗତ ୫ ମାସ ଧରି ବାପାଙ୍କୁ ଛୁଟି ମିଳୁନଥିଲା ତେଣୁ ସେ ଅବସାଦଗ୍ରସ୍ତ ରହିଥିଲେ ବୋଲି ଗୋପାଳଙ୍କ ପୁଅ କହିଛନ୍ତି ।

ସେପଟେ ଗୁଳି ମାରିବା ଘଟଣାର ଦିନକ ପୂର୍ବରୁ ଗୋପାଳଙ୍କୁ ଦିଆଯାଇଥିଲା ରିଭଲଭର । ଏଠାରେ ପ୍ରଶ୍ନ ଉଠୁଛି ଯେ ସତରେ ଯଦି ଗୋପାଳ ମାନସିକ ବିକାରଗ୍ରସ୍ତ ଥିଲେ ତେବେ ସେ କେବଳ ମନ୍ତ୍ରୀଙ୍କ ଉପରେ କାହିଁକି ଗୁଳି ଚଳାଇଲେ ? ମାନସିକ ଅବସ୍ଥା ଠିକ୍ ନଥିଲା ତଥାପି ତାଙ୍କୁ ବନ୍ଧୁକ କିପରି ଇସ୍ୟୁ କରାଯାଇଥିଲା ? ପୋଲିସର ତଦନ୍ତ ସହିତ ଏଭଳି ଅନେକ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିପାରେ ।

ଅଧିକ ପଢ଼ନ୍ତୁ : ଦିନକ ପୂର୍ବରୁ ଗୋପାଳଙ୍କୁ ଦିଆଯାଇଥିଲା ରିଭଲଭର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ASI? କାରଣ କହିଲା ନିଜେ ଗୋପାଳ ଦାସ

ଅଭିଯୁକ୍ତ ପୁଲିସ ଅଫିସର ଗୋପାଳ କୃଷ୍ଣ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ପଚରାଉଚୁରା କରିବାକୁ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା ତଦନ୍ତକାରୀ ଟିମ୍ । ରିମାଣ୍ଡ ଅବଧିରେ ହିଁ ସବୁକିଛି ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

ତେବେ, ମାନସିକ ଅବସ୍ଥା ଠିକ ନଥିବାରୁ ସେ ଏଭଳି କାଣ୍ଡ ଘଟାଇଥିବା ଗୋପାଳ କୃଷ୍ଣ କହିଛନ୍ତି । ତେବେ, ଦୀର୍ଘବର୍ଷର ପୋଲିସ କ୍ୟାରିୟରରେ ଅନେକ ମେଡାଲ ଜିତିଥିବା ଗୋପାଳ କିପରି ଭାବରେ ଜଣେ ମାନସିକ ରୋଗୀ ହୋଇପାରିବେ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Share this story