ନୃଶଂସ ସ୍ୱାମୀର ଛାତିଥରା କାଣ୍ଡ, ପତ୍ନୀକୁ ହତ୍ୟା କରିବା ପରେ ୨୦୦ ଖଣ୍ଡ କଲା ପତି, ଆଉ ତା ପରେ...
 

UK Man Grinds Wifes Hamsters In Mixer Then Cuts Her Into 200 Pieces
ପତ୍ନୀକୁ ହତ୍ୟା କରିବା ପରେ ୨୦୦ ଖଣ୍ଡ କଲା ପତି

ଓଡ଼ିଆ ଗସିପ୍ ବ୍ୟୁରୋ: ସଇତାନ ସ୍ୱାମୀର ନାରକୀୟ କାଣ୍ଡ। ହାତଧରି ବିବାହ କରିଥିବା ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା ପରେ କଲା ୨୦୦ ଖଣ୍ଡ। ଆଉ ଇଂଟରନେଟରେ ସର୍ଚ୍ଚ କଲା ସ୍ତ୍ରୀର ମୃତ୍ୟୁ ପରେ କଣ ଫାଇଦା ମିଳେ, ମୃତ୍ୟୁ ପରେ ଡରାଇଥାଏ କି ପତ୍ନୀ। 

ଏଭଳି ଘରୋଇ ହିଂସାର ଛାତିଥରା ଖବର ଆସିଛି ବ୍ରିଟେନରୁ । ଘରୋଇ କଳହକୁ କେନ୍ଦ୍ରକରି ନିଜ ସ୍ତ୍ରୀକୁ ହତ୍ୟା ପରେ ୨୦୦ ଖଣ୍ଡ କରିଥିଲା ସ୍ୱାମୀ। ଆଉ ହତ୍ୟାର ୧ବର୍ଷ ପରେ କୋର୍ଟରେ ଦୋଷ ସ୍ୱିକାର କରିବା ସହ ବଖାଣିଥିଲା ହତ୍ୟାକାଣ୍ଡର ପୂରା କାହାଣୀ।

ଆଧିକ ପଢନ୍ତୁ : ହାର୍ଟଆଟାକ୍ ଆସିବା ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ, ଅଣଦେଖା କଲେ ଚାଲିଯିବ ଜୀବନ

୨୦୨୩ ମାର୍ଚ୍ଚ ମାସରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଗତ ଏପ୍ରିଲ ୫ତାରିଖରେ କୋର୍ଟରେ ନିଜର ଦୋଷ ସ୍ୱିକାର କରିଛି ଅଭିଯୁକ୍ତ। ବ୍ରିଟିସ୍‌ ମିଡିଆ ମେଟ୍ରୋରେ ପ୍ରକାଶିତ ଖବର ମୁତାବକ, ୨୮ ବର୍ଷିୟ ନିକୋଲସ ମେଟସନ ନିଜ ପତ୍ନୀ ୨୬ ବର୍ଷିୟା ହୋଲି ବ୍ରେମିଲଙ୍କୁ ହତ୍ୟା ପରେ ତାର ମୃତଦେହକୁ କିଛିଦିନ ଘରେ ଲୁଚାଇ ରଖିଥିଲା। 

ମିଡିଆ ରିପୋର୍ଟ ଅନୁଯାୟୀ ହୋଲିଙ୍କୁ ହତ୍ୟା ପୂର୍ବରୁ ନିଜ ପୋଷା କୁକୁରକୁ ମାରି ମାକ୍ରୋୱେରେ ରୋଷ୍ଟ କରିଥିଲା ନିକୋଲସ୍‌। ପରେ ଇଂଟରନେଟରେ ସର୍ଚ୍ଚ କରିଥିଲା ଯଦି ସ୍ତ୍ରୀ ମରିଯାଏ କଣ ଫାଇଦା ମିଳିବ, ଆଉ ମଲା ପରେ ପତ୍ନୀଙ୍କ ଆତ୍ମା ଡରାଇବ କି ନାଇ ? 

ଆଧିକ ପଢନ୍ତୁ : ଏହି ୫ଟି ଅଭ୍ୟାସ ବ୍ରେନ୍ ଷ୍ଟ୍ରୋ୍‌କ ହେବାର ଆଶଙ୍କାକୁ ବୃଦ୍ଧି କରି ଥାଏ, ଜାଣନ୍ତୁ ସେହି ଅଭ୍ୟାସ ବିଷୟରେ 

ହୋଲିଙ୍କୁ ହତ୍ୟା କରିବାର ୮ଦିନ ପରେ ୨୫ ମାର୍ଚ ୨୦୨୩ରେ ହୋଲିଙ୍କ ଶବକୁ ୨୦୦ ଖଣ୍ଡ କରି ଏକ ପଲିଥିନ ବ୍ୟାଗରେ ଭର୍ତି କରି ବସିଂଧମ, ଲିକନଶାୟର ନିକଟରେ ଥିବା ବିଥମ୍‌ ନଦୀକୁ ଫୋପାଡି ଦେଇଥିଲା ଅଭିଯୁକ୍ତ ନିକୋଲସ୍‌। ଏଥିପାଇଁ ସେ ନିଜ ସାଙ୍ଗଙ୍କୁ ପ୍ରାୟ ୫୦୦୦ ଟଙ୍କା ଦେଇଥିବା ପୁଲିସ କହିଛି। 

ଏହି ମାମଲାରେ ପୁଲିସ ଶୁକ୍ରବାର ମେଟସନ୍‌ ଓ ତାଙ୍କ ସାଙ୍ଗ ଜେଶୁଆ ହ୍ୟାନକକ୍‌କୁ ଗିରଫ କରିଛି। ତେବେ ସେ ନିଜ ପତ୍ନୀଙ୍କୁ କାହିଁକି ହତ୍ୟା କରିଥିଲା ତା’ର କୌଣସି କାରଣ କହିନି ମେଟସନ୍‌। ତେବେ ପୋଲିସକୁ ହୋଲିଙ୍କ ହାତ ଏବଂ ମୁଣ୍ଡ ହସ୍ତଗତ ହୋଇଥିବା ବେଳେ ଏବେ ବି ମୃତଦେହର ଏକାଧିକ ଅଂଶ ମିଳିପାରିନାହିଁ।

ଆଧିକ ପଢନ୍ତୁ : କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ଦେଖା ଦେବା ସହ ଅଧିକ ବିଶ୍ବାସ କରି ଠକାମିର ଶିକାର ହେବେ! ପଢନ୍ତୁ ସାପ୍ତାହିକ ରାଶିଫଳ
 

Share this story