୨ ମାଲ୍ ଗାଡ଼ି ସହ ମୁହାଁମୁହିଁ ଧକ୍କା ହେଲା ପାସେଞ୍ଜର ଟ୍ରେନ୍: ୨ ଲୋକ ପାଇଲଟଙ୍କ ସମେତ...
 

Two loco pilots injured as goods train hits another in Punjab
୨ ମାଲ୍ ଗାଡ଼ି ସହ ପାସେଞ୍ଜର ଟ୍ରେନ୍ ମୁହାଁମୁହିଁ ଧକ୍କା 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି  ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ବର୍ଷେ ପୂରିଛି । ସେ କଥା ମନେ ପଡି଼ଲେ ଆଜିବି ଲୋକ ଟାଙ୍କୁରି ଉଠିଛି। କିନ୍ତୁ ଆଜି ସକାଳୁ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ପଞ୍ଜାବର ଫତେହଗଡ ସାହିବରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। 

ରବିବାର ଭୋର୍ ପ୍ରାୟ ସାଢ଼େ ୩ଟାରେ ସରହିନ୍ଦ ରେଳ ଷ୍ଟେସନଠାରୁ କିଛି ଦୂରରେ ଥିବା ମାଧୋପୁର ଚୌକି ନିକଟରେ ଏକ ଟ୍ରେନ ଦୁର୍ଘଟଣା ଘଟିଛି। ୨ ମାଲ୍ ଗାଡ଼ି ସହ ପାସେଞ୍ଜର ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଯୋଗୁ ଏକ ମାଲ୍ ଗାଡ଼ିର ଇଞ୍ଜିନ୍ ଓଲଟି ପଡିଥିଲା। ଏହା ଯୋଗୁ ପାସେଞ୍ଜର ଟ୍ରେନ୍ ସହିତ ମଧ୍ୟ ଧକ୍କା ହୋଇଥିଲା।

ଅଧିକ ପଢନ୍ତୁ : ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଦରକାର? ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ..

ଏହି ଦୁର୍ଘଟଣାରେ ଦୁଇ ଜଣ ଲୋକ ପାଇଲଟ ଆହତ ହୋଇଛନ୍ତି। ସେମାନେ ସାହାରନପୁର ୟୁପିର ବିକାଶ କୁମାର ଏବଂ ହିମାଂଶୁ କୁମାର ବୋଲି ଚିହ୍ନଟ କରାଯାଇଛି। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ସିଭିଲ ହସ୍ପିଟାଲ ଫତେହଗଡ ସାହିବରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ପଟିଆଲାର ରାଜୀନ୍ଦ୍ର ଡାକ୍ତରଖାନାକୁ ପଠାଇଥିଲେ।

ସିଭିଲ୍ ହସ୍ପିଟାଲ୍ ଫତେହଗଡ ସାହିବରେ ଥିବା ଡାକ୍ତର ଇଭେନପ୍ରୀତ କୌର କହିଛନ୍ତି ଯେ ବିକାଶ କୁମାରଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କ ପିଠିରେ ଆଘାତ ଲାଗିଛି, ତାଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁଯାୟୀ, ମାଲ୍ ଗାଡ଼ି ପାଇଁ ନିର୍ମିତ ଡିଏଫସିସି ଟ୍ରାକର ନ୍ୟୁ ସରହିନ୍ଦ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। କୋଇଲା ଭର୍ତ୍ତି ଦୁଇଟି ମାଲ୍ ଗାଡ଼ି ଏଠାରେ ଛିଡ଼ା ହୋଇଇଥିଲା। ଗୋଟିଏ ମାଲ୍ ଗାଡ଼ିର ଇଞ୍ଜିନ୍ ଖୋଲି ହୋଇ ଅନ୍ୟଟି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଏବଂ ପରେ ଇଞ୍ଜିନଟି ଓଲଟି ପଡି ଅମ୍ବାଲା ଠାରୁ ଜମ୍ମୁ ତାୱି ଯାଉଥିବା ଯାତ୍ରୀବାହୀ ଟ୍ରେନ୍ ସମର ସ୍ପେଶାଲ ସହ ଧକ୍କା ହୋଇଥିଲା।

ଅଧିକ ପଢନ୍ତୁ : ହୃଦଘାତର ସୂଚନା ଦିଏ ଶରୀରର ଏହି ସବୁ ଲକ୍ଷଣ! ଜାଣନ୍ତୁ ଏବଂ ସତର୍କ ହୋଇଯାଆନ୍ତୁ...

ଏହି ଦୁର୍ଘଟଣାରେ ମାଲ୍ ଗାଡ଼ିର ବଗି ପରସ୍ପର ଉପରେ ଚଢ଼ି ଯାଇଥିଲା। ପାସେଞ୍ଜା ଟ୍ରେନ୍ ଧକ୍କା ହେବା ମାତ୍ରେ ଏଥିରେ ଯାତ୍ରା କରୁଥିବା ଶହ ଶହ ଯାତ୍ରୀ ଭୟରେ ଚିତ୍କାର କରିବା ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ବହୁ ଲୋକ ଆହତ ହୋଇଥିବା କୁହାଯାଉଛି। 

ଏହି ଦୁର୍ଘଟଣା ପରେ ଅମ୍ବାଲା ଡିଭିଜନର ଡିଆରଏମ୍ ସମେତ ଜିଆରପି ଏବଂ ଆପରିଏଫର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ, ଦୁର୍ଘଟଣା ଯୋଗୁ ସେହି ଲାଇନ୍‌‌ରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିବା ଜଣାପଡ଼ିଛି। ରେଲୱେ ପକ୍ଷରୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଟ୍ରେନ ଲାଇନ ମରାମତି କରି ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି।

ଅଧିକ ପଢନ୍ତୁ : ଛୋଟ ଛୋଟ କଥାକୁ ନେଇ ଚିନ୍ତାରେ ରହିବା ସହ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ

Share this story