ଭାରତରେ ପୋକ ମାଛି ଭଳି ଜୀବନ ନେବ କରୋନା ମହାମାରୀ ନୂଆ ଭ୍ୟାରିଆଣ୍ଟ!, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରାଜ୍ୟମାନଙ୍କୁ ଚିଠି...

the new variant of corona virus will prove fatal in India be aware

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ଚୀନରେ କରୋନା ସ୍ଥିତି ସଙ୍ଗୀନ । ଚୀନରେ କରୋନା ମହାମାରୀ ଏବେ ହୁ ହୁ ହୋଇ ବଢିବାକୁ ଆରମ୍ଭ କରିଛି । କଠୋର କୋଭିଡ୍ ପ୍ରତିବନ୍ଧକକୁ ହଟାଇ ଦେବା ପରେ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପକ ଭାବେ ବଢ଼ିବାରେ ଲାଗିଛି । ଏହା ସହିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି ।

ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଆସନ୍ତା ମାସରେ ଚୀନ୍‌ର ଅବସ୍ଥା ଆହୁରି ଖରାପ ହେବାକୁ ଯାଉଛି । ଆସନ୍ତା ତିନିମାସ ମଧ୍ୟରେ ଚୀନ୍‌ର ୬୦% ରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇପାରନ୍ତି ଏବଂ ଏହା ସହିତ ଲକ୍ଷ ଲକ୍ଷ ମୃତ୍ୟୁ ମଧ୍ୟ ହୋଇପାରେ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚୀନରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଏବଂ ଅନ୍ତିମ ସଂସ୍କାର ପାଇଁ ଅପେକ୍ଷା କରିବାକୁ ପଡୁଥିବା ଚିତ୍ର ସାମ୍ନାକୁ ଆସିଛି । ଆସନ୍ତା ତିନି ମାସ ମଧ୍ୟରେ ଚୀନରେ ୩ଟି ଲହର ଆସିପରେ ବୋଲି ବଶେଷଜ୍ଞ ମାନେ ଆକଳନ କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଚୀନରେ ବେକାବୁ କରୋନା ଭାଇରସ, ସ୍ମଶାନରେ ମିଳୁନି ଜାଗା; ଚଳିତ ଶୀତ ଋତୁରେ ୮୦ କୋଟି ଲୋକେ କରୋନା କବଳିତ ହୋଇପାରନ୍ତି...

ଏହି ଲହରରେ ୧୦ ଲକ୍ଷରୁ ଅଧିକ ମୃତ୍ୟୁ ଆଶଙ୍କା ରହିଛି । ଏହି କାରଣରୁ ସମଗ୍ର ବିଶ୍ୱର ମୁଣ୍ଡା ବିନ୍ଧା ପୁଣି ଆରମ୍ଭ ହୋଇଛି। କିନ୍ତୁ ମୃତ୍ୟୁ ସଂଖ୍ୟା ଲୁଚାଉଛି ଡ୍ରାଗନ୍‌ । ଦୁଇ ସପ୍ତାହ ହେଲା ଚୀନ୍‌ ସରକାରୀ ଖାତାରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇନି । ଶେଷ ମୃତ୍ୟୁ ରିପୋର୍ଟ ଡିସେମ୍ବର ୭ ରେ ହୋଇଥିଲା । ଏପଟେ ଶବଦାହ ପାଇଁ ଶ୍ମଶାନରେ ଲମ୍ବା ଲାଇନ ଲାଗୁଥିବା ଚିତ୍ର ସାମ୍ନାକୁ ଆସିଛି ।

କେବଳ ଚୀନ ନୁହେଁ ଜାପାନ, ଆମେରିକା, କୋରିଆ ଓ ବ୍ରାଜିଲରେ ମଧ୍ୟ ସଂକ୍ରମଣ ବଢ଼ୁଛି । ଏହି ସବୁକୁ ଦୃଷ୍ଟିରେ ରଖି ଭାରତ ସରକାର ଆଗୁଆ ସତର୍କ ହୋଇଯାଇଛନ୍ତି । ଭାରତର ସ୍ଥିତି ବର୍ତ୍ତମାନ ଭଲ ରହିଛି । ଗତ ୫ ମାସ ହେଲା ଦେଶରେ ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି ।

ଗତ ସପ୍ତାହ ମଧ୍ୟରେ ଭାରତେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୩୬ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୩ ଦିନ ମଧ୍ୟରେ ଦେଶରେ କୋଭିଡରେ ଜଣଙ୍କର ମଧ୍ୟ ମୃତ୍ୟୁ ଘିଟିନି କିନ୍ତୁ ଅନ୍ୟ ଦେଶରେ ବଢୁଥିବା ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ଦେଶର ସ୍ବାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛି । ଯଦି ଲୋକେ ସତର୍କ ନ ରୁହନ୍ତି ତେବେ ଭୋଗିବେ ଭୟାବହ ଦଶା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କରୋନା ମହାମାରୀ ନୂଆ ଭ୍ୟାରିଆଣ୍ଟ ଏତେ ଭୟାନକ ହବ ଯେ ପୁରା ଦେଶକୁ ଆକ୍ରାନ୍ତ କରିଚାଳିବ । ତେଣୁ ସମୟ ଥାଉ ଥାଉ ଦେଶବାସୀ ସତର୍କ ରହିବା ଆବଶ୍ୟକ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ପ୍ରିୟଙ୍କାଙ୍କ ତଳି ପେଟରେ ତିମି ଟାଟୁ; ଦିଶୁଛି ଖୁବ୍ ସୁନ୍ଦର, ଭିତରେ ଆହୁରି ନଜର ପକାନ୍ତୁ...

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି:

ଏକାଧିକ ଦେଶରେ ପୁଣିଥରେ ମହାମାରୀ କରୋନା ତା’ର କାୟା ବିସ୍ତାର କରିବା ଆରମ୍ଭ କରିବାକୁ ଦେଖି ଆଜି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି । କରୋନାର ଭ୍ୟାରିଏଣ୍ଟ ଗୁଡ଼ିକ ଉପରେ ନଜର ରଖିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି ।

ଏଥିସହ ଜେନୋମ ସିକ୍ୱେନ୍ସିଂ ପାଇଁ ତତ୍କାଳ ଭାବେ ପଜିଟିଭ ଚିହ୍ନଟ ହେଉଥିବା ଲୋକଙ୍କ ନମୁନା ଲ୍ୟାବକୁ ପଠାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ସରକାରମାନଙ୍କୁ କହିଛନ୍ତି ।

ଜାପାନ, ଆମେରିକା ଏବଂ ଚାଇନାରେ କରୋନା ବୃଦ୍ଧି ପାଇବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜିନୋମ ସିକ୍ୱେନ୍ସିଂ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିନୋମ ସିକ୍ୱେନ୍ସିଂ ବୃଦ୍ଧି ପଛରେ ସବୁଠାରୁ ବଡ କାରଣ ହେଉଛି ନୂତନ ପ୍ରକାର ଏବଂ ଏହାର ବିସ୍ତାର ସଠିକ ସମୟରେ ଚିହ୍ନଟ ହୋଇପାରିବ ।

Share this story

World Odia Language Conferene