World Odia Language Conferene

ଚୀନରେ ବେକାବୁ କରୋନା ଭାଇରସ, ସ୍ମଶାନରେ ମିଳୁନି ଜାଗା; ଚଳିତ ଶୀତ ଋତୁରେ ୮୦ କୋଟି ଲୋକେ କରୋନା କବଳିତ ହୋଇପାରନ୍ତି...

corona virus surge in china Crematoriums overburdened, million deaths forecast

ଓଡ଼ିଆ ଗସିପ୍ ବ୍ୟୁରୋ: ଗୋଟେ ପଟେ ଚୀନ ଯୁଦ୍ଧ ପାଇଁ ଭାରତ ସୀମାରେ ନିଜ ତୟାରୀ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ପୁଣି ଥରେ ଚୀନରେ କରୋନା ମହାମାରୀ ତାର ଆତଙ୍କ ଖେଳେଇବା ଆରମ୍ଭ କରିଛି । ପରିସ୍ଥିତି ଏପରି ହୋଇଛି ଯେ ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି । ଚୀନରେ କୋଭିଡ ଗାଇଡଲାଇନ କୋହଳ ହେବା ପରେ ପରିସ୍ଥିତି ଅଧିକ ସଙ୍ଗୀନ ରୂପ ଧାରଣ କରିଛି ।

ଖାଲି ଏତିକି ନୁହେଁ ନିଜକୁ ବଂଚେଇବା ପାଇଁ ଲୋକେ ପଦାକୁ ଗୋଡ କାଢୁ ନାହାନ୍ତି । ବିଭିନ୍ନ ସହରରେ ହଜାର ହଜାର ଲୋକେ ହସ୍ପିଟାଲରେ ଭିଡ ଜମାଉଛନ୍ତି । ବର୍ତ୍ତମାନ ଚୀନରେ କରୋନା ସ୍ଥିତି ସଙ୍ଗୀନ ରହିଛି । କୋଭିଡ କଟକଣାରେ କୋହଳ ହେବା କାରଣରୁ ପୁଣି ଚୀନରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାର ହେବାର ସମ୍ଭାବନା ରହିଛି। ତେବେ ଭାରତର ସ୍ଥିତି ଭଲ ରହିଛି ।

ଗତ ୫ ମାସ ହେଲା ଦେଶରେ ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ଗତ ସପ୍ତାହ ମଧ୍ୟରେ ଭାରତେ ୧୨ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ୭୩୬ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୩ ଦିନ ମଧ୍ଯରେ ଦେଶରେ କୋଭିଡରେ ଜଣଙ୍କର ମଧ୍ଯ ମୃତ୍ଯୁ ଘିଟିନି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ପ୍ରେମୀଯୁଗଳ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚୀନରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଏବଂ ଅନ୍ତିମ ସଂସ୍କାର ପାଇଁ ଅପେକ୍ଷା କରିବାକୁ ପଡୁଥିବା ଚିତ୍ର ସାମ୍ନାକୁ ଆସିଛି । ଆସନ୍ତା ତିନି ମାସ ମଧ୍ୟରେ ଚୀନରେ ୩ଟି ଲହର ଆସିପରେ ବୋଲି ବଶେଷଜ୍ଞ ମାନେ ଆକଳନ କରିଛନ୍ତି ।


ଏହି ଲହରରେ ୧୦ ଲକ୍ଷରୁ ଅଧିକ ମୃତ୍ୟୁ ଆଶଙ୍କା ରହିଛି । ଏହି କାରଣରୁ ସମଗ୍ର ବିଶ୍ୱର ମୁଣ୍ଡା ବିନ୍ଧା ପୁଣି ଆରମ୍ଭ ହୋଇଛି। କିନ୍ତୁ ମୃତ୍ୟୁ ସଂଖ୍ୟା ଲୁଚାଉଛି ଡ୍ରାଗନ୍‌ । ଦୁଇ ସପ୍ତାହ ହେଲା ଚୀନ୍‌ ସରକାରୀ ଖାତାରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇନି । ଶେଷ ମୃତ୍ୟୁ ରିପୋର୍ଟ ଡିସେମ୍ବର ୭ ରେ ହୋଇଥିଲା । ଏପଟେ ଶବଦାହ ପାଇଁ ଶ୍ମଶାନରେ ଲମ୍ବା ଲାଇନ ଲାଗୁଥିବା ଚିତ୍ର ସାମ୍ନାକୁ ଆସିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ବିବାହିତ ଦମ୍ପତିଙ୍କ ଜୀବନ ନଷ୍ଟ କରୁଛି ସ୍ମାର୍ଟଫୋନ୍, ଆସିଲା ଏହି ସାଇବର ମିଡିଆ ରିପୋର୍ଟ...

ଏଥିସହ ଚଳିତ ଶୀତ ଋତୁରେ ୮୦ କୋଟି ଲୋକେ କରୋନା କବଳିତ ହୋଇପାରନ୍ତି । ଅକ୍ଟୋବର ପର୍ଯ୍ୟନ୍ତ ଚୀନରେ କୋଭିଡ କଟକଣା ରହିଥିଲା । ଏହି ପ୍ରତିବନ୍ଧକକୁ ସାଧାରଣଲୋକେ ବିରୋଦ୍ଧ କରିଥିଲେ । ଫଳରେ କଟକଣା ହଟାଇ ଦିଆଯାଇଥିଲା । ସେବେଠାରୁ ଚୀନ ପରିସ୍ଥିତି ଦ୍ରୁତ ଗତିରେ ଖରାପ ହେବାକୁ ଲାଗିଛି । ତିନି ବର୍ଷ ପୂର୍ବେ ଡିସେମ୍ବରରୁ ହଁ ଚାଇନାରେ ବିଶ୍ୱର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା । ସେହି ଦିନଠାରୁ ହଁ ଚୀନ ଏହାର ମୁକାବିଲା କରିଆସୁଛି ।

ମହାମାରୀ ବିଶେଷଜ୍ଞ ଏରିକ୍ ଫେଗଲ-ଡିଙ୍ଗ ଏକ ଭିଡିଓ ସେୟାର କରି ଚେତାବନୀ ଦେଇଛନ୍ତି ଯେ, ଚାଇନାରେ କରୋନା ପରିସ୍ଥିତି ବିଗିଡିବାରେ ଲାଗିଛି । ଚୀନରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଡିଙ୍ଗ ଜଣେ ଆମେରିକୀୟ ଜନସ୍ୱାସ୍ଥ୍ୟ ବୌଜ୍ଞାନିକ । ସେ ବର୍ତ୍ତମାନ ନ୍ୟୁ ଇଂଲଣ୍ଡ କମ୍ପ୍ଲେକ୍ସ ସିଷ୍ଟମ ଇନଷ୍ଟିଚ୍ୟୁଟରେ କୋଭିଡ ଟାସ୍କ ଫୋର୍ସର ମୁଖ୍ୟ ଅଟନ୍ତି । ତେଣୁ ଭାରତରେ କିଛି ଏପରି ସ୍ଥିତି ଉପୁଜିବା ପୂର୍ବରୁ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ବୋଲି ମତ ଆସୁଛି ।

Share this story