World Odia Language Conferene

ପ୍ରିୟଙ୍କାଙ୍କ ତଳି ପେଟରେ ତିମି ଟାଟୁ; ଦିଶୁଛି ଖୁବ୍ ସୁନ୍ଦର, ଭିତରେ ଆହୁରି ନଜର ପକାନ୍ତୁ...

actress Priyanka sizzles with whale tattoo on her stomach

ଓଡ଼ିଆ ଗସିପ୍ ବ୍ୟୁରୋ: ଏକ ଓଡ଼ିଆ ଫିଲ୍ମରେ ଗୀତଟେ ଅଛି, ହାଏରେ ଟାଟୁ ବାଲି...ହାଏ ହାଏରେ ଟାଟୁବାଲି । ଏବେ ଆପଣ ଭାବୁଥିବେ ଆମେ କାହିଁକି ଏହି ଟାଟୁବାଲି ଗୀତ ଆପଣଙ୍କୁ ଶୁଣାଉଛୁ । ହଁ ଆଜି ଏମିତି ଜଣେ ଅଭିନେତ୍ରୀଙ୍କ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଧୂଆଁ ଉଠିବା ପରେ ନିଆଁ ଲାଗି ଯାଇଛି ।

ଏହି ନିଆଁ ଜଣଙ୍କ ଟାଇମଲାଇନରୁ ଅନ୍ୟଜଣଙ୍କ ଟାଇମଲାଇନକୁ ସେୟାର ହେଉଛି । ଏପରିକି ସେହି ଫଟୋ ସବୁ ବି ହ୍ୱାଟ୍ସଅପ୍ ଗ୍ରୁପରେ ବି ସେୟାର ହେଉଛି । ଗୋଟିଏ ଦୁଇଟି ନୁହେଁ ଏକାଧିକ ଗ୍ରୁପରେ ଏବେ ଏହି ଫଟୋ ସବୁ ଡିଆଁ ମାରୁଛି । କାହିଁକି କହିଲେ, କାହିଁକିନା ସଂପୃକ୍ତ ଅଭିନେତ୍ରୀଙ୍କ ତଳିପେଟରେ ଥିବା ତିମି ଟାଟୁ । ଏବେ ଆସନ୍ତୁ ଜାଣିବା କିେ ସେହି ଅଭିନେତ୍ରୀ ଯାହାଙ୍କ ତଳିପେଟର ଟାଟୁକୁ ନେଇ ଆଜି କାଲି ଭାରି ଚର୍ଚ୍ଚା ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଚୀନରେ ବେକାବୁ କରୋନା ଭାଇରସ, ସ୍ମଶାନରେ ମିଳୁନି ଜାଗା; ଚଳିତ ଶୀତ ଋତୁରେ ୮୦ କୋଟି ଲୋକେ କରୋନା କବଳିତ ହୋଇପାରନ୍ତି...

ଏହି ଅଭିନେତ୍ରୀଙ୍କ ନାଁ ହେଉଛି ପ୍ରିୟଙ୍କା ମହାପାତ୍ର ଓରଫ ପିହୁ । ଓଡ଼ିଶା ଟେଲିଭିଜନ ଜଗତରେ ନିଜ ପାଇଁ ପରିଚୟ ଖୋଜୁଥିବା ଜଣେ ନବାଗତ ଅଭିନେତ୍ରୀ । ପାର୍ଶ୍ୱ ଅଭିନେତ୍ରୀ ଭାବରେ ପିହୁ  କାମ କରନ୍ତି । ସୋସିଆଲ ମିଡିଆରେ ମଧ୍ୟ ବେଶ ସକ୍ରୀୟ ।

priyanka

ଫେସବୁକ, ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମରେ ବେଶ୍ ଲୋକପ୍ରିୟ ଏହି ଅଭିନେତ୍ରୀ । ହଟ୍, ବୋଲ୍ଡ ଆଉ ସେକ୍ସି ଫଟୋ ସେୟାର କରି ନିଆଁ ଲଗାନ୍ତି । ଏହା ପୂର୍ବରୁ ପିହୁ ଏକ ନିର୍ଦ୍ଧିଷ୍ଟ ୱେବ୍ ପୋକ୍ଟାଲତୁ ସାକ୍ଷାତକାର ଦେଇଥିଲେ ଯାହା ରାତାରାତି ଭାଇରାଲ ହୋଇଥିଲା । ପ୍ରିୟଙ୍କାଙ୍କ ସ୍ୱର ସେତେବେଳେ ଏତେ ଲୋକପ୍ରିୟ ହୋଇଥିଲା ଯେ, ଏବେ ବି ପ୍ରିୟଙ୍କା ଓରଫ୍ ପିହୁଙ୍କ ଭାଇରାଲ କ୍ଲିପ୍ ପ୍ରବୂଳ ମାତ୍ରାରେ ସେୟାର ହେଉଛି ।

priyanka2

ଆପଣ ବି ଯଦି ପିହୁଙ୍କ ହଟ ଲୁକ୍, ସେକ୍ସି ଆନ୍ଦାଜ ଏବେ ମନକୁ ଛୁଇଁଲା ଭଳି ରିଲ୍ସ ଦେଖିବାକୁ ଚାହିଁବେ ତେବେ ଆପଣ ପିହୁଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଯାଇ ଭିଜିଟ କରିପାରିବେ । ଆଉ ହଁ ତଳିପେଟର ଟାଟୁ ହିଁ କାହିଁକି ମନଲୋଭା ଡ୍ରେନ୍ସ ସେନ୍ସ ଆକ୍ଟିଂ ସ୍କିଲ ମଧ୍ୟ ଦେଖିପାରିବେ ।

Share this story