ଝିଅର ବିବାହ କରିବା ପାଇଁ ବ୍ୟାଙ୍କ୍‌ ଲକର୍‌ରେ ରଖିଥିଲେ ୧୮ ଲକ୍ଷ ଟଙ୍କା, ଖୋଲିଲା ବେଳକୁ ଖାଇ ଯାଇଛି ଉଈ
 

Termites Damage UP Womans ₹18 Lakh Cash Kept In Bank Of Baroda Locker For Daughters Wedding
ବ୍ୟାଙ୍କ୍‌ ଲକର୍‌ରେ ୧୮ ଲକ୍ଷ ଟଙ୍କା ଖାଇ ଯାଇଛି ଉଈ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଉତ୍ତର ପ୍ରଦେଶର ମୋରାଦାବାଦ୍‌ ଅଞ୍ଚଳର ଏକ ବ୍ୟାଙ୍କ୍‌ ଲକ୍‌ରେ ଜଣେ ମହିଳା ଯିଏ ପ୍ରାୟ ଦେଢ଼ ବର୍ଷ ଧରି ବ୍ୟାଙ୍କର ଲକରରେ ନଗଦ ୧୮ ଲକ୍ଷ ଟଙ୍କା ରଖିଥିଲେ, କିନ୍ତୁ ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଟଙ୍କା ଉଈ ଖାଇଯାଇଛି।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ସୂଚନାମୁତାବକ ଅଲକା ପଠକ (Alka Pathak) ନାମକ ଏହି ଲକର ମାଲିକ ଅକ୍ଟୋବର ୨୦୨୨ ଟଙ୍କା  ରେ ତାଙ୍କ ଝିଅର ବିବାହ ପାଇଁ ଲକରରେ କିଛି ଅଳଙ୍କାର ସହିତ ଟଙ୍କା ରଖିଥିଲେ। ଲକର୍‌ର ବାର୍ଷିକ ଦେଖାରଖା ଓ ‘କେୱାଇସି’ ଯାଞ୍ଚ ନିମନ୍ତେ ବ୍ୟାଙ୍କ୍‌ ଅଳକାଙ୍କୁ ଡକାଇବା ପରେ ଟଙ୍କା ଉଈ ଖାଇ ଯାଇଥିବା କଥା ଜଣାପଡ଼ିଲା।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...

ଲକର୍‌ ତାଲା ଫିଟାଇବା ପରେ କାଗଜ ନୋଟ୍‌ ସବୁକୁ ଉଈ ଖାଇ ନଷ୍ଟ କରି ଦେଇଥିବା ଦେଖି ଅଳକା ଅବାକ୍‌ ହୋଇଗଲେ। ପର ମୁହୂର୍ତ୍ତରେ ସେ ତୁରନ୍ତ ବ୍ୟାଙ୍କ୍‌ ମ୍ୟାନେଜର୍‌ଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଇଲେ।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ସୂଚନାଯୋଗ୍ୟ, ଛୋଟ ବ୍ୟବସାୟ ଓ ଘରୋଇ ଟ୍ୟୁସନ୍‌ କରୁଥିବା ଅଳକା ପାଠକ ତାଙ୍କ ସଞ୍ଚିତ ଧନକୁ ନଗଦ ଟଙ୍କା ଓ ଅଳଙ୍କାର ଆକାରରେ ଉକ୍ତ ବ୍ୟାଙ୍କ୍‌ ଲକର୍‌ରେ ରଖିଥିଲେ। କିନ୍ତୁ, ଲକର୍‌ରେ ସେ ସବୁକୁ ରଖିବା ନିମନ୍ତେ ଥିବା ସତର୍କତା ବିଷୟରେ ତାଙ୍କର କୌଣସି ଧାରଣା ନ ଥିଲା। ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଏ ମୂଲ୍ୟବାନ ଗହଣା ଓ ନଗଦ ଟଙ୍କା ଝିଅ ବିଭାଘର କାମରେ ଲାଗିବ। କିନ୍ତୁ, ସବୁ ଟଙ୍କା ଉଈ ଖାଇ ଦେଲା।

ଅଧିକ ପଢ଼ନ୍ତୁ: ଜୁଇରୁ ଅଧା‌ପୋଡା ମୃତଦେହ ଉଠାଇ ଆଣିଲା ମା’, ହାତ ଓ ଗୋଡ଼ ବାନ୍ଧି ଶାଶୁଘରଲୋକ କରିଥିଲେ ହତ୍ୟା

ଘଟଣା ସଂକ୍ରାନ୍ତରେ ଔପଚାରିକ ରିପୋର୍ଟ ପାଇବା ପରେ କ୍ଷୟକ୍ଷତିର ଆକଳନ ନିମନ୍ତେ ମ୍ୟାନେଜର ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାଟି ‘ବ୍ୟାଙ୍କ୍‌ ଅଫ୍ ବରୋଦା’ ଶାଖାରେ ଘଟିଥିବା କଥା ‘ଦି ଫ୍ରି ପ୍ରେସ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି।

ଅଧିକ ପଢ଼ନ୍ତୁ: ଆର୍ଥିକ ବାଧା ସହ ଅଧିକ ଖର୍ଚ୍ଚାନ୍ତ ଯୋଗ ଯୋଗୁଁ କଠିନ ପରିସ୍ଥିତି ଦେଇ ଗତି କରିବେ, ପଢନ୍ତୁ ଆଜିର ରାଶିଫଳ
 

Share this story