ଭୟଙ୍କର ବାତ୍ୟା ‘ଡାନିଏଲ୍’ ଓ ଭୀଷଣ ବର୍ଷା ଯୋଗୁଁ ସମୁଦ୍ରକୁ ଭାସି ଯାଇ ୨୦୦୦ ମୃତ, ୫ ରୁ ୬ ହଜାର ନିଖୋଜ

ଓଡ଼ିଆ ଗସିପ୍ ବ୍ୟୁରୋ: ଭୟଙ୍କର ବାତ୍ୟା ଓ ଭୀଷଣ ବର୍ଷା ଯୋଗୁଁ ଡେର୍ନା ନଗରୀକୁ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ଅନ୍ୟୂନ ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆହୁରି ଅସଂଖ୍ୟ ଲୋକ ନିଖୋଜ ହୋଇ ଯାଇଥିବା କଥା ପୂର୍ବାଞ୍ଚଳ ଲିବ୍ୟାର ସରକାରୀ କର୍ତ୍ତୃପକ୍ଷମାନେ ସୋମବାର ଦିନ କହିଛନ୍ତି।
ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍
ଲିବ୍ୟାର ପୂର୍ବ ପ୍ରାନ୍ତକୁ ନିୟନ୍ତ୍ରଣ କରୁଥିବା ‘ଲିବ୍ୟାନ୍ ନ୍ୟାସ୍ନାଲ୍ ଆର୍ମି’ର (LNA) ମୁଖପାତ୍ର ଅହମଦ୍ ମିସ୍ମାରି (Ahmed Mismari) ଟେଲିଭିଜନ୍ରେ ପ୍ରସାରିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଡେର୍ନା ଉପର ପ୍ରାନ୍ତରେ ଥିବା ଜଳଭଣ୍ଡାର ସବୁ ଭୁଶୁଡ଼ି ପଡ଼ିବା କାରଣରୁ ଦୁର୍ବିପାକ ଆସି ଆଖପାଖ ସବୁ ଅଞ୍ଚଳକୁ ବୁଡ଼ାଇ ଦେବା ସହିତ ଲୋକମାନଙ୍କୁ ସମୁଦ୍ର ଭିତରକୁ ଭସାଇ ନେଲା। ନିଖୋଜ ବ୍ୟକ୍ତିମାନଙ୍କ ସଂଖ୍ୟା ୫୦୦୦ ରୁ ୬୦୦୦ ହଜାର ହେବ ବୋଲି ସେ ଆକଳନ କରିଛନ୍ତି।
ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ
ସୂଚନାଯୋଗ୍ୟ, ରବିବାର ଅପରାହ୍ଣରେ ଭୂମଧ୍ୟସାଗର ଉପର ଦେଇ ବାତ୍ୟା ‘ଡାନିଏଲ୍’ ପ୍ରବାହିତ ହୋଇଥିଲା। ଫଳରେ ଡେର୍ନା ନଗରୀରେ ରାସ୍ତାଘାଟ ଭସାଇ ନେବା ସହିତ କୋଠାବାଡ଼ି ନଷ୍ଟ କରି ଦେଇଥିଲା।
ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!
ଡେର୍ନା ନଗରୀର ଜଣେ ବାସିନ୍ଦା କହିଛନ୍ତି, ତହିଁ ଆର ଦିନ ସକାଳେ ଘରୁ ବାହରିଲା ବେଳକୁ ସହରରେ ରାସ୍ତା ବୋଲି କିଛି ନ ଥିଲା। ସୂଚନାଯୋଗ୍ୟ, ସୋମବାର ସକାଳେ ସେ ଅଞ୍ଚଳରେ ଥିବା ‘ରେଡ୍ କ୍ରିସେଣ୍ଟ୍’ ସହାୟତାର (ମୁସ୍ଲମାନ୍ଙ୍କ ଦେଶରେ ‘ରେଡ୍କ୍ରସ୍’ର ନାଁ) ମୁଖ୍ୟ କହିଥିଲେ ଯେ, ଡେର୍ନାରେ ୧୫୦ଜଣଙ୍କର ମୃତ୍ୟୁ ଘଟିଛି, କିନ୍ତୁ, ମୃତ୍ୟୁସଂଖ୍ୟା ୨୫୦କୁ ବୃଦ୍ଧି ପାଇପାରେ।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ