ମହିଳା ଶିଷ୍ୟଙ୍କୁ ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ, କାରାଗାରରେ କଟିବ ଆଧ୍ୟାତ୍ମିକ ଗୁରୁଙ୍କ ଜୀବନ...

spiritual leader Asharam Bapu sentenced life imprisonment in rape case

ଓଡ଼ିଆ ଗସିପ୍ ବ୍ୟୁରୋ: ଜାନୁଆରୀ ୩୦ ତାରିଖ ସୋମବାର କୋର୍ଟ ଜଣେ ମହିଳା ଶିଷ୍ୟଙ୍କୁ ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଜାନୁଆରୀ ୩୧ ତାରିଖ ମଙ୍ଗଳବାର ଗାନ୍ଧୀନଗରସ୍ଥିତ ସେସନ୍ସ କୋର୍ଟ ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଗତ ୨୦୧୩ରେ ଘଟିଥିବା ଦୁଷ୍କର୍ମ ମାମଲାରେ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କୁ ଆଜବୀନ କାରାଦଣ୍ଡ ଦଣ୍ଡିତ କରିଛନ୍ତି କୋର୍ଟ । ଗୁଜୁରାଟ ରାଜଧାନୀ ଗାନ୍ଧୀନଗରସ୍ଥିତ ସେସନ୍ସ କୋର୍ଟ ଜାନୁଆରୀ ୩୧ ତାରିଖ ମଙ୍ଗଳବାର ଜଣେ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହା ସହିତ କୋର୍ଟ ତାଙ୍କ ଉପରେ ୨୩ ହଜାର ଟଙ୍କାର ଜରିମାନା ମଧ୍ୟ ଲଗାଇଥିଲେ ।

ଅଧିକ ପଢ଼ନ୍ତୁ : ପୁଣି ଇଜ୍ଜତ ଲୁଟି ଖାଇଲେ ମାନବ ରୂପି ରାକ୍ଷସ, ନାବାଳିକାଙ୍କୁ ୧୦ ମାସ ଧରି ଦୁଷ୍କର୍ମ କଲେ ଦୁର୍ବୃତ୍ତ

ଜାନୁଆରୀ ୩୦ ତାରିଖ ସୋମବାର କୋର୍ଟ ଜଣେ ମହିଳା ଶିଷ୍ୟଙ୍କୁ ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଅନ୍ୟ ଏକ ବଳାତ୍କାର ମାମଲାରେ ଆଶାରାମ ବାପୁ ଏବଂ ତାଙ୍କ ପୁଅ ନାରାୟଣ ସାଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କ ବିରୋଧରେ ଏହି ଦୁଷ୍କର୍ମ ମାମଲା ଗତ ୨୦୧୩ ବର୍ଷରେ ପଞ୍ଜୀକୃତ ହୋଇଥିଲା ।

ହେଲେ ପ୍ରମାଣ ଅଭାବରୁ ଆଶାରାମ ବାପୁଙ୍କ ପତ୍ନୀଙ୍କ ସମେତ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ । ପ୍ରାୟ ୧୦ ବର୍ଷ ତଳେ ଏହି ଦୁଷ୍କର୍ମ ମାମଲାରେ ଅହମ୍ମଦାବାଦସ୍ଥିତ ଚାନ୍ଦଖେଡା ଥାନାରେ ଦାଏର ହୋଇଥିବା ଏଫଆଇଆର ଅନୁଯାୟୀ, ଗତ ୨୦୦୧-୦୬ ମଧ୍ୟରେ ଆଶାରାମ ବାପୁ ମହିଳ ଶିଷ୍ୟଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ । ଯେତେବେଳେ ପୀଡ଼ିତା ସହର ଉପକଣ୍ଠରେ ଅବସ୍ଥିତ ତାଙ୍କ ଆଶ୍ରମରେ ରହୁଥିଲେ ।

ସୁରଟ ଅଞ୍ଚଳର ମହିଳା ୨୦୧୩ ଅକ୍ଟୋବରରେ ଦୁଷ୍କର୍ମ ଏବଂ ବେଆଇନ ଭାବେ ବନ୍ଧକ ରଖିବା ଅଭିଯୋଗରେ ଆଶାରାମ ବାପୁ ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ମାମଲା ଦାଏର କରିଥିଲେ । ଏହି ମାମଲାର ବିଚାର ଚାଲିଥିବା ସମୟରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି ।

ଗତ ୨୦୧୪ ଜୁଲାଇରେ ଦୁଷ୍କର୍ମ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଅନ୍ୟ ଏକ ବଳାତ୍କାର ମାମଲାରେ ଆଶାରାମ ବାପୁ ବର୍ତ୍ତମାନ ରାଜସ୍ଥାନସ୍ଥିତ ଯୋଧପୁର କାରାଗାରରେ ଅଛନ୍ତି । ପୀଡିତାଙ୍କ ସାନ ଭଉଣୀ ସହ ଅଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୁଷ୍କର୍ମ କରିବା ସହ ତାଙ୍କୁ ବେଆଇନ ଭାବେ ବନ୍ଧକ ରଖିଥିବାର ଅଭିଯୋଗ ହୋଇଥିଲେ ।

ଅଧିକ ପଢ଼ନ୍ତୁ : ଭୁବନେଶ୍ୱରରେ ସରକାରୀ ବାବୁଙ୍କ ଯୌନ ଶୋଷଣ; ଆଲବମ ହିରୋଇନଙ୍କୁ ସେକ୍ସ ଅପିଲ, ବେଡ଼ରୁମକୁ ଆଣିବା ପାଇଁ ଜିଦ ଧରୁଥିଲେ ବାବୁ...

ଗତ ୨୦୧୯ ଅପ୍ରେଲରେ ନାରାୟଣ ସାଇଙ୍କୁ ସୁରଟ ସେସନ୍ସ କୋର୍ଟ ୨୦୧୩ ବର୍ଷରେ ପଞ୍ଜୀକୃତ ହୋଇଥିବା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ୨୦୧୩ ଅଗଷ୍ଟରେ ଆଶାରାମ ବାପୁଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିବା ପରେ ପୀଡିତା ଏବଂ ତାଙ୍କ ଭଉଣୀ ଏହି ପ୍ରଭାବଶାଳୀ ଆଧ୍ୟାତ୍ମିକ ଗୁରୁ ଏବଂ ତାଙ୍କ ପୁଅ ନାରାୟଣ ସାଇଙ୍କ ବିରୋଧ ସାମ୍ନାକୁ ଆସିବାକୁ ସାହସ ଜୁଟାଇଥିଲେ ।

୨୦୧୮ଅପ୍ରେଲରେ ଯୋଧପୁର କୋର୍ଟ ଆଶାରାମଙ୍କୁ ୨୦୧୩ ବର୍ଷରେ ନିଜ ଆଶ୍ରମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ୨୦୨୧ ଡିସେମ୍ବରରେ ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କ ଜାମିନ ଆବେଦନକୁ ଗୁଜୁରାଟ ହାଇକୋର୍ଟ ଖାରଜ କରି ଦେଇଥିଲେ । ଯାହାକୁ ସେ ସୁପ୍ରିମକୋର୍ଟ ଠାରେ ଚ୍ୟାଲେଞ୍ଜ କରିଥିଲେ ।

Share this story