ପୁଣି ଇଜ୍ଜତ ଲୁଟି ଖାଇଲେ ମାନବ ରୂପି ରାକ୍ଷସ, ନାବାଳିକାଙ୍କୁ ୧୦ ମାସ ଧରି ଦୁଷ୍କର୍ମ କଲେ ଦୁର୍ବୃତ୍ତ

miscreant raped minor girl for 10 months

ଓଡ଼ିଆ ଗସିପ୍ ବ୍ୟୁରୋ: ବାଲିପାଟଣା ଅଞ୍ଚଳର ଜଣେ ନାବାଳିକାଙ୍କୁ ଜୋର୍ ଜବରଦସ୍ତ ଉଠାଇ ନେଇ ଦୀର୍ଘ ୧୦ ମାସ ହେବ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକକୁ ବାଲିପାଟଣା ଥାନା ପୁଲିସ୍‌ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛି ପିପିଲି ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମର ବ୍ରଜ କିଶୋର ମାଳି ( ୨୬) ।

ସୂଚନା ଅନୁଯାୟୀ ବାଲିପାଟଣା ଥାନା ଅଞ୍ଚଳର ଏକ ୧୬ ବର୍ଷୀୟ ନାବାଳିକାଙ୍କୁ ବ୍ରଜ ଗତ ବର୍ଷ ମାର୍ଚ୍ଚ ମାସରୁ ଉଠାଇ ନେଇ ତାଙ୍କ ଘରେ ରଖି ଜୀବନରୁ ମାରିଦେବାର ଧମକ ଦେବା ସହ ବାରମ୍ବାର ଦୁଷ୍କର୍ମ କରିଆସୁଥିଲେ ।

ଅଧିକ ପଢ଼ନ୍ତୁ : ଭୟାବହ ଅଗ୍ନିକାଣ୍ଡରେ ୧୪ ମହିଳା ଓ ଶିଶୁ ଜୀବନ୍ତ ଦଗ୍ଧ, ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଏମିତିକି ନାବାଳିକାଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ଏଥିରେ ବ୍ରଜକୁ ସହଯୋଗ କରୁଥିବାର ଉକ୍ତ ନାବାଳିକା ଲିଖିତ ଅଭିଯୋଗ କରିଛନ୍ତି । ମଉକା ପାଇ ପଡୋଶୀଙ୍କ ଘରୁ ନାବାଳିକା ଜଣଙ୍କ ନିଜ ବାପାଙ୍କୁ ଫୋନ୍‌ ଦ୍ବାରା ଜଣାଇଥିଲେ ।

ଫଳରେ ତାଙ୍କ ବାପା ବାଲିପାଟଣା ଥାନାରେ ଅଭିଯୋଗ କରିବା ପରେ ବାଲିପାଟଣା ଥାନା ପୁଲିସ୍ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ବ୍ରଜକୁ ଗିରଫ୍ କରିଛି ।

ଆସନ୍ତା କାଲି ବ୍ରଜର ଡ଼ାକ୍ତରୀ ମଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଏହାର ତଦନ୍ତକାରୀ ଅଧିକାରୀ ସବ୍ ଇନ୍ସପେକ୍ଟର ରାକେଶ କୁମାର ସାମଲ ସୂଚନା ଦେଇଛନ୍ତି ।

Share this story