ଭୟାବହ ଅଗ୍ନିକାଣ୍ଡରେ ୧୪ ମହିଳା ଓ ଶିଶୁ ଜୀବନ୍ତ ଦଗ୍ଧ, ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

major fire engulfs building and kills 14 on spot

ଓଡ଼ିଆ ଗସିପ୍ ବ୍ୟୁରୋ: ଝାଡଖଣ୍ଡର ଧାନବାଦରେ ଭୟଙ୍କର ଅଗ୍ନିକାଣ୍ଡ । ସହରର ଆଶୀର୍ବାଦ ଟାୱାରରେ ଅଗ୍ନିକାଣ୍ଡ ଘଟି ୧୪ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା, ୩ ଜଣ ଶିଶୁ ଓ ଜଣେ ବୃଦ୍ଧ ରହିଛନ୍ତି ।

ଅଗ୍ନିକାଣ୍ଡରେ ୧୨ ଜଣ ଆହତ ମଧ୍ୟ ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ହଠାତ୍ ଏହି ବହୁତଳ କୋଠାରେ ନିଆଁ ଲାଗି ଯାଇଥିଲା । ଫଳରେ ଲୋକେ ଭୟରେ ଏଣେ ତେଣେ ଦୌଡିବାକୁ ଲାଗିଥିଲେ । ଧିରେ ଧିରେ ନିଆଁ ଅନ୍ୟଆଡକୁ ବ୍ୟାପିବାରେ ଲାଗିଥିଲା ।

ଦମକଳ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅନେକ ପୁଲିସକର୍ମୀ ବି ଘଟଣାସ୍ଥଳରେ ମହଜୁଦ ଥିଲେ । ଧାନବାଦର ଡେ଼ପ୍ୟୁଟି କମିଶନର ଘଟଣାସ୍ଥଳରେ ରହି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ଅଧିକ ପଢ଼ନ୍ତୁ : ଭୁବନେଶ୍ୱରରେ ସରକାରୀ ବାବୁଙ୍କ ଯୌନ ଶୋଷଣ; ଆଲବମ ହିରୋଇନଙ୍କୁ ସେକ୍ସ ଅପିଲ, ବେଡ଼ରୁମକୁ ଆଣିବା ପାଇଁ ଜିଦ ଧରୁଥିଲେ ବାବୁ...

ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଆଁ ଲାଗିବାର କାରଣ ଏ ଯାଏଁ ଜଣାପଡିନାହିଁ । ତେବେ କୌଣସି ପୂଜା ଚାଲିଥିବା ସମୟରେ ନିଆଁ ଲାଗିଥିଲା କୁହାଯାଉଛି । ଲୋକଙ୍କୁ ଉଦ୍ଧାର ବେଳେ କିଛି ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏଭଳି ଅଘଟଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ହଜାର ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି  ।

Share this story