କର୍ମଚାରୀଙ୍କ ପାଇଁ ନୂତନ ଯୋଜନା, ପିଲା ଜନ୍ମ କଲେ ମିଳିବ ୬୨ ଲକ୍ଷ ଟଙ୍କା! 
 

South Korean Firm Offers Rs 62 Lakh To Employees For Having A Child
ପିଲା ଜନ୍ମ କଲେ ମିଳିବ ୬୨ ଲକ୍ଷ ଟଙ୍କା! 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବେ ବି ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠାରେ କମ୍ ଜନ୍ମ ହାର ଏକ ସମସ୍ୟା ହୋଇ ରହିଛି। ଏପରି ଏକ ଦେଶ ମଧ୍ୟରେ ରହିଛି ଦକ୍ଷିଣ କୋରିଆ । ଏଠାରେ ସନ୍ତାନ ଜନ୍ମ ହାର ବୃଦ୍ଧି କରିବା ପାଇଁ ନୂତନ ଯୋଜନା ଅଣାଯାଇଛି ।

ଅଧିକ ପଢନ୍ତୁ :ସମାନ ଗୋତ୍ରରେ ବିବାହ କଲେ କି ସମସ୍ୟା ଭୋଗିବେ? ଜାଣନ୍ତୁ ବିଜ୍ଞାନରେ ରହିଛି ଏହାର ଉତ୍ତର

୨୦୨୧ ପରେ ଜନ୍ମ ହୋଇଥିବା ପ୍ରତି ପିଲାଙ୍କ ପାଇଁ ଆର୍ଥିକ ସହାୟତା

ଦକ୍ଷିଣ କୋରିଆର ଏକ ନିର୍ମାଣକାରୀ କମ୍ପାନୀ ବୋଇଙ୍ଗ ଗ୍ରୁପ୍ ନିଜ କର୍ମଚାରୀଙ୍କୁ ଏକ ବହୁତ ଭଲ ଅଫର ଦେଉଛି । ବୋଇଙ୍ଗ ଗ୍ରୁପ୍ କର୍ମଚାରୀମାନଙ୍କୁ ୨୦୨୧ ପରେ ଜନ୍ମ ହୋଇଥିବା ପ୍ରତ୍ୟେକ ପିଲାଙ୍କ ପାଇଁ ୧୦୦ ମିଲିୟନ୍ ୱନ୍ (S $ 101,000) ତଥା ଭାରତୀୟ ମୁଦ୍ରାରେ ୬୨.୧୨ ଲକ୍ଷ ଟଙ୍କା ପ୍ରଦାନ କରୁଛି । 

ଅଧିକ ପଢନ୍ତୁ :ଅଧିକ ଖର୍ଚ୍ଚାନ୍ତ ହେବା ସହ ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିେବ! ପଢନ୍ତୁ ଆଜିର ରାଶିଫଳ 

କମ୍ପାନୀର ସିଇଓ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ କମ୍ ଜନ୍ମ ହାର ରହିଛି ଏବଂ ଏହାକୁ ବଢାଇବା ପାଇଁ ଏପରି ପଦକ୍ଷପ ନିଆଯାଇଛି । ମିଳୁଥିବା ଟଙ୍କାରେ କର୍ମଚାରୀ ଏବଂ ସେମାନଙ୍କର ନୂଆ ପରିବାର ସଦସ୍ୟଙ୍କ ପାଇଁ ସମସ୍ତ ଚିକିତ୍ସା ଖର୍ଚ୍ଚ ଏବଂ ପିଲାମାନଙ୍କ ଭବିଷ୍ୟତ ପାଇଁ ପ୍ରଦାନ କରାଯାଉଛି । 

ଅଧିକ ପଢନ୍ତୁ :କନ୍ୟା ରାଶିରେ ବର୍ଷେ ରହିବେ କେତୁ ଫଳରେ ଏହି ୩ ରାଶି ହେବେ ମାଲାମାଲ  

ଫେବୃଆରୀ ୫ରେ ହୋଇଥିବା ଏକ ବୈଠକରେ ବୁୟୋଙ୍ଗ୍ ଗ୍ରୁପ୍ ଚେୟାରମ୍ୟାନ୍ ଲି ଜୋଙ୍ଗ-କ୍ୟୁନ୍ କହିଛନ୍ତି ଯେ, ୨୦୨୧ ପରେ ଜନ୍ମ ହୋଇଥିବା ପ୍ରତ୍ୟେକ ପିଲାଙ୍କ ପାଇଁ କମ୍ପାନୀ ପକ୍ଷରୁ ୧୦୦ ମିଲିୟନ୍ ୱନ୍ (S $ 101,000) ପ୍ରଦାନ କରାଯିବ । କୋରିଆ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ କେବଳ ୭୦ କର୍ମଚାରୀଙ୍କୁ ଏଥିପାଇଁ ଯୋଗ୍ୟ ବିବେଚିତ କରାଯାଇଛି । ଯେଉଁଥିପାଇଁ କମ୍ପାନୀକୁ ସମୁଦାୟ ୭ ବିଲିୟନ ୱନ୍ ($ 7.08 ମିଲିୟନ୍) ଖର୍ଚ୍ଚ ବହନ କରିବାକୁ ପଡିବ । ଭବିଷ୍ୟତରେ ମଧ୍ୟ କମ୍ପାନୀ ପକ୍ଷରୁ ଏହି ଅଫର ଜାରି ରହିବ ବୋଲି ସୂଚନା ମିଳିଛି । 

ଲି ଚେତାବନୀ ଦେଇଛନ୍ତି ଯେ, ଯେଉଁପରି ଭାବରେ ବର୍ତ୍ତମାନ ଜନ୍ମ ହାର ହ୍ରାସ ପାଉଛି, ତେବେ ଦେଶ ୨୦ ବର୍ଷ ମଧ୍ୟରେ ଜାତୀୟ ଅସ୍ତିତ୍ୱର ସଙ୍କଟ ଦେଇ ଗତି କରିବ। ତେଣୁ ଆମେ ଏକ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆରମ୍ଭ କରିଛୁ ।ଏବେ ସେ ଦ୍ୱିତୀୟ ସନ୍ତାନ ପାଇଁ ଯୋଜନା କରିବେ ବୋଲି ସେ କହିଛନ୍ତି । 

ଅଧିକ ପଢନ୍ତୁ :ଗଜଲକ୍ଷ୍ମୀ ରାଜଯୋଗ, ଆସୁଛି ଭଲ ସମୟ, ଏହି ୩ ରାଶି ହେବେ ମାଲେମାଲ୍
 

Share this story