‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ ଭର୍ତ୍ତି ହେଲେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ 

Sonia Gandhi admitted to Ganga Ram hospital condition is stable
‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ, ସ୍ବାସ୍ଥ୍ୟାବସ୍ଥା ସ୍ଥିର 

ଓଡ଼ିଆ ଗସିପ୍ ବ୍ୟୁରୋ: ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କୁ ବୁଧବାର ଗଙ୍ଗାରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ନିୟମିତ ଯାଞ୍ଚ ପାଇଁ ଆଡମିଶନ କରାଯାଇଥିବା କୁହାଯାଉଛି। ଏହି ସମୟରେ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ତାଙ୍କ ସହ ଯାଇଥିଲେ। ତାଙ୍କ କହିବାନୁସାରେ, ସୋନିଆ ଗାନ୍ଧୀ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ଯେଉଁ କାରଣରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ସୂଚନାମୁତାବକ ବିଗତ ଦିନରେ ସୋନିଆଙ୍କୁ ବହୁ ଥର କରୋନା ପଜିଟିଭ ହେଇଥିଲା । ଜୁନରେ ସେ ପ୍ରଥମେ କୋଭିଡ ପାଇଁ ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ସେ ଆଉ ଦୁଇଥର ପଜିଟିଭ ହୋଇଛନ୍ତି । ମୌସୁମୀ ଅଧିବେଶନ ଚାଲୁଥିବା ସମୟରେ ମଧ୍ୟ ସେ କୋଭିଡ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବା ବରେ ତାଙ୍କୁ ମେଡିକାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା । 

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ତେବେ ଅଗଷ୍ଟ ମାସରେ ସେ ପୁଣି ଥରେ କୋଭିଡ ରେ ଆକ୍ରାନ୍ତ ହୋଇଛନ୍ତି ସୋନିଆ । ଏହାପରେ ସେ ସମ୍ପୂର୍ଣ ସୁସ୍ଥ ମଧ୍ୟ ହେଇଥିଲେ କିନ୍ତୁ ଆଜି ତାଙ୍କୁ ନିସ୍ୱାଶ ନେବାରେ ଅସୁବିଧା ହେବାରୁ ସେ ମେଡ଼ିକାଲ ରେ ଭର୍ତ୍ତି ହେଇଥିଲେ । ଭୂତାଣୁଜନିତ ଶ୍ବାସନଳୀ ସଂକ୍ରମଣ ଯୋଗୁଁ ଚିକିତ୍ସା ନିମନ୍ତେ ୨୦୨୩ ଜାନୁଆରି ୧୨ ତାରିଖରେ ସେ ‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଥିଲେ। ଜାନୁଆରି ୧୭ରେ ତାଙ୍କୁ ଡାକ୍ତରଖାନାରୁ ‘ଡିସ୍‌ଚାର୍ଜ’ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ଜ୍ବର ହେବାରୁ ୨୦୨୩ ମାର୍ଚ ୨ ବି ସୋନିଆ ‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୩୧ ତାରିଖ ଦିନ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ବିରୋଧୀ ଦଳମାନଙ୍କ ‘ଇଣ୍ଡିଆ’ ମେଣ୍ଟର ବୈଠକରେ ସୋନିଆ ଗାନ୍ଧୀ ଯୋଗ ଦେଇଥିଲେ। ଝିଅ ପ୍ରିୟଙ୍କା ଓ ପୁଅ ରହୁଲ୍‌ ବି ସେଠାରେ ତାଙ୍କ ସହିତ ଥିଲେ।

Share this story