ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ ସର୍ଭର ଡାଉନ୍‌, ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ
 

Social media platform X back up after global outage
‘X’ ର ସର୍ଭର ଡାଉନ୍‌
 

ଓଡ଼ିଆ ଗସିପ୍ ବ୍ୟୁରୋ: ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ର ସର୍ଭର ଡାଉନ୍‌ ହୋଇଛି। ଗୁରୁବାର ସକାଳୁ ଢ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ସମସ୍ୟା ଉପୁଜିଛି । ସାଇଟ ଡାଉନ ହେବା ଯୋଗୁଁ ୟୁଜର୍ସ ଅନେକ ହଇରାଣ ହେଉଛନ୍ତି । ସମସ୍ୟାଟି ସମଗ୍ର ବିଶ୍ୱବ୍ୟାପୀ ଦେଖାଯାଉଥିବା ଜଣାପଡିଛି।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ ! ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ, ନଚେତ୍ ପସ୍ତେଇବେ!

ଯାହାଫଳରେ ୟୁଜର୍ସମାନେ ଅନେକ ଅସୁବିଧାର ସାମ୍ନା ହେବା ସହିତ ଏନେଇ ଅଭିଯୋଗ ମଧ୍ୟ କରୁଛନ୍ତି । ଏପରିକି ‘ଏକ୍ସ’ରେ ଟ୍ୱିଟର ଡାଉନ୍ ବୋଲି ଟ୍ରେଣ୍ଡ ହେବାରେ ମଧ୍ୟ ଲାଗିଛି । ସର୍ଭର ଡାଉନ୍ ହେବା କାରଣରୁ ୟୁଜର୍ସମାନେ ‘ଏକ୍ସ’ରେ ପୋଷ୍ଟ ସେୟାର କରିପାରୁନାହାଁନ୍ତି । ‘ଏକ୍ସ’ ଖୋଲିଲେ କେବଳ ‘ୱେଲକମ୍ ଟୁ ଏକ୍ସ’ ଲେଖା ହେଇଥିବା ନଜର ଆସୁଛି । ଉଭୟ ଫୋନ୍ ଏବଂ ୱେବରେ ୟୁଜର୍ସମାନେ ଏହି ଅସୁବିଧାର ସାମ୍ନା କରୁଛନ୍ତି ।

ଅଧିକ ପଢନ୍ତୁ :୩୦ ବର୍ଷ ପରେ ଡିସେମ୍ବରରେ ୩ଟି ବିରଳ ଯୋଗ, ଏହି ୩ ରାଶିଙ୍କୁ ମିଳିବ ପ୍ରବଳ ଲାଭ !

ସୂଚନାଯୋଗ୍ୟ ଆଜି ସକାଳ ୧୦.୪୯ ମିନିଟରୁ X ସାଇଟ ଡାଉନ ରହିଛି । X ଖୋଲିବା ସମୟରେ, Welcome ଲେଖା ହୋଇଛି କିନ୍ତୁ ଏହା ପରେ କୌଣସି ପୋଷ୍ଟ ଦେଖାଯାଉନି । ଉଭୟ ମୋବାଇଲ୍ ଏବଂ ଡେସ୍କଟପ୍ ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉଭୟ ଭେରିଫାଇଡ ଓ ନନ୍ ଭେରିଫାଇଡ ଉଭୟଙ୍କ ପାଇଁ ଅସୁବିଧା ହୋଇଛି ।

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌
 

Share this story