ସିକ୍କିମରେ ଅଚାନକ ଆସିଲା ପ୍ରଳୟଙ୍କରୀ ବନ୍ୟା: ୨୩ ଯବାନଙ୍କ ସମେତ ୧୨୦ ନିଖୋଜ; ୧୪ ମୃତଦେହ ଉଦ୍ଧାର
 

Sikkim Flash Floods Claim 14 Lives 22 Army Men Among 102 Missing
ସିକ୍କିମରେ ଅଚାନକ ଆସିଲା ପ୍ରଳୟଙ୍କରୀ ବନ୍ୟା
 

ଓଡ଼ିଆ ଗସିପ୍ ବ୍ୟୁରୋ: ସିକିମ୍‌ରେ ବାଦଲଫଟା ବର୍ଷାକୁ ନେଇ ଅଚାନକ ବନ୍ୟା ଆସିବା ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ହେବା ସହିତ ୧୨୦ ଜଣ ନିଖୋଜ ହୋଇଛନ୍ତି। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଭାରତୀୟ ସେନାର ୨୩ ଯବାନ ରହିଥିଲା ବେଳେ ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ରହିଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ହେଁ ନିଖୋଜ ବ୍ୟକ୍ତିମାନଙ୍କ ଖୋଜଖବର ମିଳୁ ନଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରଯାଉଛି। ନିଖୋଜ ଯବାନ ଭାରତୀୟ ସେନାରେ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପ ଗ୍ରାମର ସରୋଜ ଦାସ।

ଅଧିକ ପଢ଼ନ୍ତୁ: ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ 

ସରୋଜ ୨୦୧୨ରେ ସେନାରେ ଯୋଗ ଦେଇଥିଲେ। ଗତକାଲି ଟ୍ରେନିଂ ସାରି ୟୁନିଟକୁ ଫେରୁଥିବା ବେଳେ ଶେଷଥର ପାଇଁ ଫୋନ୍‌ରେ ଭାଇଙ୍କ ସହ କଥା ହୋଇଥିଲେ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ ଆପଣଙ୍କ ରାଶିରେ ଆଜି କଣ ଅଛି, ଚିନ୍ତାରେ ରହିବେ ଏହି ରାଶିର ଲୋକ, ପଢନ୍ତୁ ରାଶିଫଳ 

Share this story