ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲା : ରାଜ୍ୟ ସଂଯୋଜକ ଓ ବ୍ରାଞ୍ଚ ମ୍ୟାନେଜରଙ୍କୁ ୫ବର୍ଷର ଜେଲଦଣ୍ଡ

Saradha Chitfund scam Two officials awarded 5-year jail term
ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲା

ଓଡ଼ିଆ ଗସିପ୍ ବ୍ୟୁରୋ: ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ବାଲେଶ୍ୱରର ସ୍ୱତନ୍ତ୍ର ଓପିଆଇଡି କୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ଼ କମ୍ପାନିର ରାଜ୍ୟ ସଂଯୋଜକ ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ଵର ଶାଖାର ମ୍ୟାନେଜର ବାସୁଦେବ ସାମଲଙ୍କୁ ୫ ବର୍ଷ ଲେଖାଏଁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ସ୍ୱତନ୍ତ୍ର ଓପିଆଇଡି କୋର୍ଟର ଜଜ ବିଶ୍ୱଜିତ ଦାସ।

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ସହ ଉଭୟଙ୍କୁ ୨ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଯଦି ଜମିମାନା ଅନାଦେୟ ହେବ ତେବେ ୨ବର୍ଷ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ସୂଚନାଅନୁସାରେ ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ଼ କମ୍ପାନି ବିଭିନ୍ନ ସ୍କିମ୍‌ରେ ଅଧିକ ସୁଧ ଦେବାର ଲୋଭ ଦେଖାଇ ୨୭୩୫ ଜଣ ଜମାକାରୀଙ୍କଠାରୁ ଠକି ନେଇଥିଲା ୪ କୋଟି ୧୬ ଲକ୍ଷ ଟଙ୍କା। ଏହି ଠକେଇ ନେଇ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁରେ ମାମଲା ରୁଜୁ ହୋଇଥିଲା। ୬୫ ଜଣ ସାକ୍ଷୀ ଓ ୧୪୪ଟି ଦଲିଲ ଏବଂ ଦସ୍ତାବିଜକୁ ଭିତ୍ତିକରି ଦଣ୍ଡ ଶୁଣାଇଛନ୍ତି ମାନ୍ୟବର କୋର୍ଟ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

Share this story