ସଚିନ୍-ସୀମାଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଧର୍ମଗୁରୁ ଆସ୍ଥା ମା’, କହିଲେ ପର ପୁରୁଷ ସହ ସୀମା...

ଓଡ଼ିଆ ଗସିପ୍ ବ୍ୟୁରୋ: କିଛି ଦିନ ପୂର୍ବରୁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର କ୍ରମାଗତ ଖୁବ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମେ ସଚିନଙ୍କ ସହ ପ୍ରେମ, ତା’ପରେ ବେଆଇନ ଭାବେ ଭାରତରେ ପ୍ରବେଶ ଏବଂ ଏହାପରେ ପାକିସ୍ତାନୀ ଏଜେଣ୍ଟ ସନ୍ଦେହରେ ଏଟିଏସର ଯାଞ୍ଚରେ ସୀମା ଛନ୍ଦି ହୋଇ ରହିଛନ୍ତି। ନିକଟରେ ସୀମାଙ୍କୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଥିଲା।
ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...
ଚର୍ଚ୍ଚା ହେଉଥିଲା ଯେ, ଚାରି ସନ୍ତାନର ମା’ ସୀମା ହାଇଦର ପୁଣି ଖୁସିଖବର ଦେବାକୁ ଯାଉଛନ୍ତି। ଅର୍ଥାତ ସେ ପଞ୍ଚମ ଥର ମା’ ହେବେ। ଏମଧ୍ୟରେ ଧର୍ମଗୁରୁ ଆସ୍ଥା ମା’ ଦେଇଥିବା ବୟାନ ସୀମାଙ୍କୁ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆଣିଛି। ଧର୍ମଗୁରୁ ଆସ୍ଥା ମା’ ସଚିନଙ୍କୁ ସୀମାଙ୍କ ସନ୍ତାନମାନଙ୍କ ବଡ଼ ଭାଇ ବୋଲି କହି ଏବେ ଚର୍ଚ୍ଚାକୁ ଆସିଛନ୍ତି।
ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ
ଜାତୀୟ ଗଣମାଧ୍ୟମ ଆଜ୍ ତକ୍ ଅନୁଯାୟୀ, ସୀମାଙ୍କ ସନ୍ତାନମାନେ ସଚିନଙ୍କୁ ବାପା ବୋଲି ଡାକୁଛନ୍ତି। ହେଲେ ପ୍ରକୃତରେ ସଚିନ ସେମାନଙ୍କ ବଡ଼ ଭାଇ ଭଳି। ସଚିନ ଓ ସୀମାଙ୍କ ବୟସ ମଧ୍ୟରେ ବହୁତ ତାରତମ୍ୟ ରହିଛି। ତେଣୁ ସେ ସୀମାଙ୍କ ସନ୍ତାନର ବାପା ହୋଇପାରିବେ ନାହିଁ। ସେମାନଙ୍କ ପ୍ରକୃତ ବାପା ହେଲେ ଗୁଲାମ ହାଇଦର। ସୀମା ସଚିନଙ୍କୁ ଭଲପାଉନାହାନ୍ତି। ସୀମାଙ୍କୁ ଭଲପାଇବାର ଅର୍ଥ ଜଣାନାହିଁ। ଭଲପାଇବାର ଅର୍ଥ ଜଣାଥିଲେ ସେ ଗୁଲାମଙ୍କୁ ଛାଡ଼ି ପର ପୁରୁଷ ସହ ଭାରତ ଆସିନାହାନ୍ତି।
ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା
ଏହା ପୂର୍ବରୁ ସୀମା, ସଚିନଙ୍କ ପିଲାର ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଥିଲା। ଏନେଇ ସୀମା କହିଥିଲେ, ‘‘ମୋ ଗର୍ଭଧାରଣ ବିଷୟରେ ମୋତେ ସମସ୍ତେ ପ୍ରଶ୍ନ ପଚାରୁଛନ୍ତି। ମୁଁ ସେ ବିଷୟରେ କହିବାକୁ ଚାହୁଁନି। ମୁଁ ଗର୍ଭବତୀ ଅଛି କି ନାହିଁ ତାହା ମୋର ବ୍ୟକ୍ତିଗତ କଥା। ଏପରି କଥା ବାହାରେ କୁହାଯାଏନି, ନଜର ଲାଗିଯାଏ। ମୁଁ ସେ ବିଷୟରେ କିଛି କହିବି ନାହିଁ।’’