ଫେଲ୍‌ ମାରିଲା ଚନ୍ଦ୍ରରେ ପହଞ୍ଚିବାର ସ୍ବପ୍ନ, ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ ପୂର୍ବରୁ କ୍ରାସ୍ ହେଲା ଲୁନା-୨୫

Russian Spacecraft Luna-25 Crashes Into Moon s Surface
ଫେଲ୍‌ ମାରିଲା ଚନ୍ଦ୍ରରେ ପହଞ୍ଚିବାର ସ୍ବପ୍ନ, ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ ପୂର୍ବରୁ କ୍ରାସ୍ ହେଲା ଲୁନା-୨୫

ଓଡ଼ିଆ ଗସିପ୍ ବ୍ୟୁରୋ: ରୁଷର ମୁନ୍ ମିଶନକୁ ଝଟକା । ଫେଲ୍‌ ମାରିଛି ରୁଷର ଚନ୍ଦ୍ରରେ ପହଞ୍ଚିବାର ସ୍ବପ୍ନ। ଚନ୍ଦ୍ରପୃଷ୍ଠର ଲ୍ୟାଣ୍ଡିଂର ମାତ୍ର ୨୪ ଘଣ୍ଟା ପୂର୍ବରୁ ରୁଷ ମହାକାଶ ଯାନ ଲୁନା-୨୫ କ୍ରାସ୍‌ ହୋଇଛି।

ଅଧିକ ପଢନ୍ତୁ : କ୍ୟାନସର ରୋଗୀଙ୍କ ଚିକିତ୍ସା ବେଳ କେଶ ଝଡେ କାହିଁକି, ଜାଣନ୍ତୁ ଏହା ପଛର ଅସଲ କାରଣ

ରୁଷ ଏହାର ଏହି ଲୁନା-୨୫କୁ ଅଗଷ୍ଟ-୧୦ରେ ଲଞ୍ଚ କରିଥିଲା। ଏହାର ଲ୍ୟାଣ୍ଡିଂ ଭାରତର ଚନ୍ଦ୍ରଯାନ-୩ର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୨୧ରେ ହେବାର ଥିଲା । କିନ୍ତୁ ଏହା ପୂବର୍ରୁ ଆଜି ରବିବାର ଲୁନା-୨୫ କ୍ରାସ୍‌ ହୋଇଛି। 

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଗତ କାଲି ଏହି ମହାକାଶ ଯାନରେ କିଛି ତ୍ରୁଟି ଦେଖାଦେଇଥିବା ନେଇ ସୂଚନା ଦିଆଯାଇଥିଲା। ରୁଷ ସ୍ପେଶ ଏଜେନ୍ସୀ ରୋସ୍କୋମୋସ ରବିବାର ଏନେଇ ସୂଚନା ଦେଇଛି।

Share this story