ଗ୍ରାଉଣ୍ଡ୍ ଜିରୋରୁ ଇସ୍ରାଏଲ-ହମାସ ଯୁଦ୍ଧ ଖବର ସଂଗ୍ରହବେଳେ ରକେଟ୍ ମାଡରେ ସାମ୍ୱାଦିକ ମୃତ
ଓଡ଼ିଆ ଗସିପ୍ ବ୍ୟୁରୋ: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧ ଯୋଗୁଁ ଯାଉଛି ହଜାର ହଜାର ସାଧାରଣ ଲୋକଙ୍କ ଜୀବନ । ଏହାରି ଭିତରେ ଗ୍ରାଉଣ୍ଡ୍ ଜିରୋରୁ ଯୁଦ୍ଧ ଖବର ସଂଗ୍ରହବେଳେ ଜଣେ ସାମ୍ୱାଦିକଙ୍କ ଜୀବନ ଚାଲିଯାଇଛି।
ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...
ଇସ୍ରାଏଲ୍ ଆକ୍ରମଣରେ ଆଖି ବୁଜିଥିବା ସାମ୍ବାଦିକ ଜଣଙ୍କ ରୟଟର୍ସର ଭିଡିଓ ଗ୍ରାଫର ବୋଲି ଜଣାପଡ଼ିଛି । ଫଟୋ ଜର୍ଣ୍ଣାଲିଷ୍ଟ ସାମ୍ବାଦିକ ଇସାମ୍ ଆବଦାଲାହ ନାମ୍ ରହୁଥିବା ସାଉଥ୍ ଲେବାନନ ଆଲମା ଅଲ୍ ସାବ୍ ଗାଁରେ ରକେଟ୍ ମାଡ ହେବାରୁ ତାଙ୍କର ମୃତ୍ୟୁ ହୋଇଛି ।
ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ
ଦକ୍ଷିଣ ଲେବାନନରେ ଇସ୍ରାଏଲ ଡିଫେନ୍ସ ଫୋର୍ସର ଆକ୍ରମଣ ବେଳେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ଆକ୍ରମଣରେ ଅନ୍ୟ ୬ଜଣ ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଲେବାନନ୍ର ପ୍ରଧାନମନ୍ତ୍ରୀ ନାଜିବ୍ ମିକାତି ଓ ଜଣେ ହେଜ୍ବୋଲ୍ଲା ସାଂସଦ ଇସ୍ରାଏଲ୍କୁ ଦାୟୀ କରିଛନ୍ତି।
ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲଭ ଯୋଗ, ନବରାତ୍ରୀରେ ସମୟରେ ବଦଳିବ ଏହି ୩ ରାଶି ଜୀବନ...
ସାମ୍ବାଦିକଙ୍କ ମୃତ୍ୟୁ ଖବର ଶୁଣି ଏହା ଅତ୍ୟନ୍ତ ଦୁଃଖ ଦାୟକବୋଲି ରୟଟର୍ସ ପକ୍ଷରୁ କୁହାଯାଇଛି । ମୃତ୍ୟୁବରଣ କରିଥିବା ସାମ୍ବାଦିକଜଣକ ଦକ୍ଷିଣ ଲେବାନନରେ ରୟଟର୍ସ ପାଇଁ କାର୍ଯ୍ୟରତ ଥିଲେ । ସେ ଲାଇଭ୍ ଫୁଟେଜ୍ ପଠାଉଥିଲେ ।
ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ
ଇସ୍ରାଏଲ ସେନାର ଗୁଳିରେ ରୟଟର୍ସର ଆଉ ୨ ସାମ୍ବାଦିକ ଥେୟର ଅଲ୍ ସୁଡାନି ଓ ମେହର ନଜାହ ମଧ୍ୟ ଆହତ ହୋଇଛନ୍ତି । ଇସ୍ରାଏଲର ଏହି ଆକ୍ରମଣରେ ଅଲ୍ ଜଜିରା ଜି ଟିଭିର ୨ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ