ରାହୁଲ ଗାନ୍ଧୀଙ୍କ ହାତରୁ ଗଲା ସରକାରୀ ବାସଭବନ, ଟ୍ରକରେ ମା’ ସୋନିଆଙ୍କ ବଙ୍ଗଳାକୁ ବୁହା ହୋଇଗଲା ଆସବାବପତ୍ର

Rahul Gandhi vacates his government quarters

ଓଡ଼ିଆ ଗସିପ୍ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ୧୨ ତୁଗଲକ୍ ଲେନରେ ଥିବା ତାଙ୍କ ସରକାରୀ ବାସଭବନ ସମ୍ପୂର୍ଣ୍ଣ ରୂପେ ଖାଲି କରିଛନ୍ତି । ସାଂସଦ ଭାବରେ ତାଙ୍କୁ ଏହି ବଙ୍ଗଳା ମିଳିଥିଲା । ରାହୁଲ ପ୍ରାୟ ଦୁଇ ଦଶନ୍ଧି ଧରି ଏହି ଘରେ ରହୁଥିଲେ । ସୂଚନାନୁସାରେ, କଂଗ୍ରେସ ନେତା ଶନିବାର ସରକାରୀ ବଙ୍ଗଳାର ଚାବି ଲୋକସଭା ସଚିବାଳୟକୁ ହସ୍ତାନ୍ତର କରିବେ ।

ରାହୁଲ ଏବେ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ସରକାରୀ ବାସଭବନ ୧୦ ଜନପଥରେ ରହିବେ । ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗତ ମାସରେ ଲୋକସଭା ସାଂସଦ ଭାବେ ଅଯୋଗ୍ୟ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ୧୨ ତୁଗଲକ୍ ଲେନରେ ଥିବା ତାଙ୍କ ସରକାରୀ ବଙ୍ଗଳା ଖାଲି କରିଥିଲେ ।

ଆହୁରି ପଢ଼ନ୍ତୁ: ମିଳିଲାନି ମହାପ୍ରୟାଣ ଗାଡ଼ି, ଶବକୁ ଷ୍ଟ୍ରେଚରରେ ୮ କିଲୋମିଟର ବୋହିଲେ ପରିବାର ଲୋକେ

ରାହୁଲ ଏପ୍ରିଲ୍ ୧୪ରେ ତାଙ୍କ ଅଫିସ୍ ଏବଂ କିଛି ବ୍ୟକ୍ତିଗତ ଜିନିଷକୁ ସରକାରୀ ବଙ୍ଗଳାରୁ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସରକାରୀ ବାସଭବନକୁ ସ୍ଥାନାନ୍ତର କରିଥିଲେ । ‘ମୋଦୀ ସାଙ୍ଗିଆ’ ବୟାନ ମାମଲାରେ ଦୁଇ ବର୍ଷ କାରାଦଣ୍ଡ ପରେ ଗତ ମାସରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଥିଲା । ଏହା ପରେ ତାଙ୍କୁ ତାଙ୍କ ସରକାରୀ ଘର ଖାଲି କରିବାକୁ ନୋଟିସ୍ ଦିଆଯାଇଥିଲା ।

ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ଏପ୍ରିଲ ୨୨ ତାରିଖ ସୁଦ୍ଧା ସରକାରୀ ବାସଭବନ ଛାଡ଼ିବାକୁ ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରାଯାଇଥିଲା । ନିୟମ ଅନୁଯାୟୀ କୌଣସି କାରଣରୁ କୌଣସି ସାଂସଦଙ୍କ ସଦସ୍ୟତା ରଦ୍ଦ ହୋଇଗଲେ ସେ ଆଉ ସରକାରୀ ଘରେ ରହିପାରିବେ ନାହିଁ । ତା’ସହିତ ଘର ଛାଡ଼ିବା ପାଇଁ ତାଙ୍କୁ ମାସେ ସମୟ ଦେବାର ବ୍ୟବସ୍ଥା ରହିଛି ।

ଆହୁରି ପଢ଼ନ୍ତୁ: ବିଧାୟକ ପ୍ରଦୀପ ପାଣିଗ୍ରାହୀ ହାତେଇଛନ୍ତି ୯ କୋଟି ୧୮ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି , ୩ ହଜାର ପୃଷ୍ଠାର ଚାର୍ଜସିଟ୍ କଲା ଖୁଲାସା...

ଘର ଛାଡ଼ିବାକୁ ନୋଟିସ୍ ପାଇବା ପରେ ଏପ୍ରିଲ ୧୪ରୁ ଏହି ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ ରାହୁଲ । ସେହିଦିନ ସେ ତାଙ୍କ ଅଫିସ୍‌କୁ ସେଠାରୁ ତାଙ୍କ ମା’ଙ୍କ ଘରକୁ ଉଠାଇ ନେଇଥିଲେ । ତା’ ସହିତ କିଛି ଜିନିଷପତ୍ର ମଧ୍ୟ ନେଇଯାଇଥିଲେ । ସରକାରୀ ବଙ୍ଗଳା ଖାଲି କରିବା ପରେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର ।

ଥରୁର ଟ୍ୱିଟରରେ ଲେଖିଛନ୍ତି, “ଆଜି ଲୋକସଭା ସଚିବାଳୟର ଆଦେଶର ଜବାବରେ ରାହୁଲ ଗାନ୍ଧୀ ତାଙ୍କ ତୁଗଲକ୍ ଲେନ୍ ଘର ଖାଲି କରିଛନ୍ତି । ଅପିଲ କରିବାକୁ କୋର୍ଟ ତାଙ୍କୁ ୩୦ ଦିନ ସମୟ ଦେଇଛନ୍ତି ଏବଂ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ତାଙ୍କୁ ସାଂସଦ ଭାବେ ପୁନଃ ଅବସ୍ଥାପିତ କରିପାରିଥାନ୍ତେ । କିନ୍ତୁ ରାହୁଲ ସରକାରୀ ବାସଭବନ ଖାଲି କରି ଉଦାହରଣ ସୃଷ୍ଟି କରିଛନ୍ତି । ଏହା ନିୟମ ପ୍ରତି ତାଙ୍କର ସମ୍ମାନକୁ ଦର୍ଶାଉଛି ।”

Share this story