ମିଳିଲାନି ମହାପ୍ରୟାଣ ଗାଡ଼ି, ଶବକୁ ଷ୍ଟ୍ରେଚରରେ ୮ କିଲୋମିଟର ବୋହିଲେ ପରିବାର ଲୋକେ

ଓଡ଼ିଆ ଗସିପ୍ ବ୍ୟୁରୋ: ଶବ ନେବାକୁ ମିଳିଲାନି ମହାପ୍ରୟାଣ ଗାଡ଼ି । ଶେଷରେ ଷ୍ଟ୍ରେଚରରେ ଶବକୁ ଧରି ୮ କିଲୋମିଟର ଯିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ନୂଆପଡ଼ା ଜିଲ୍ଲାରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜିଲ୍ଲାର ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ନୀଲଜି ପଞ୍ଚାୟତ ଗଡ଼ରାମାଲ ଗାଁରେ ଲମ୍ବୋଦର ସାଙ୍କ ସ୍ତ୍ରୀ ସରସ୍ୱତୀ ସାଙ୍କ ଅସୁସ୍ଥ ହୋଇ ପଡିିଥିଲେ ।
ଆହୁରି ପଢ଼ନ୍ତୁ: ବିଧାୟକ ପ୍ରଦୀପ ପାଣିଗ୍ରାହୀ ହାତେଇଛନ୍ତି ୯ କୋଟି ୧୮ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି , ୩ ହଜାର ପୃଷ୍ଠାର ଚାର୍ଜସିଟ୍ କଲା ଖୁଲାସା...
ଏହା ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସରସ୍ୱତୀଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକେ ଶବକୁ ଘରକୁ ନେବାପାଇଁ ମହାପ୍ରୟାଣ ଗାଡ଼ିକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ।
ଏହାପରେ ବେସରକାରୀ ଭାବେ ମଧ୍ୟ କୌଣସି ଗାଡ଼ି ଯୋଗାଡ଼ ହୋଇପାରି ନଥିଲା । ରାତି ୮ଟାରେ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସାଢ଼େ ୧୨ଟା ପର୍ଯ୍ୟନ୍ତ ଶବ ପଡ଼ି ରହିଥିଲା ।
ଶେଷରେ ନିରାଶ ହୋଇ ପରିବାର ଲୋକେ ହସ୍ପିଟାଲର ଏକ ଷ୍ଟ୍ରେଚରରେ ଆଣି ୮ କିଲୋମିଟର ଦୂର ନିଜ ଗାଁକୁ ଶବ ନେଇଥିଲେ ।