ବିଧାୟକ ପ୍ରଦୀପ ପାଣିଗ୍ରାହୀ ହାତେଇଛନ୍ତି ୯ କୋଟି ୧୮ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି , ୩ ହଜାର ପୃଷ୍ଠାର ଚାର୍ଜସିଟ୍ କଲା ଖୁଲାସା...

Vigilance files chargesheet against MLA Pradeep Panigrahi

ଓଡ଼ିଆ ଗସିପ୍ ବ୍ୟୁରୋ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ । ସ୍ୱତନ୍ତ୍ର କୋର୍ଟ ସ୍ପେଶାଲ ଜଜଙ୍କ ନିକଟରେ ଚାର୍ଜସିଟ୍ ଦାଖଲ ହୋଇଛି । ପ୍ରଦୀପ ପାଣିଗ୍ରାହୀ ଏବେ ଗୋପାଳପୁର ବିଧାୟକ ଅଛନ୍ତି ।

ତାଙ୍କ ବିରୋଧରେ ୯ କୋଟି ୧୮ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ କରୁଛି ଭିଜିଲାନ୍ସ । ୨୦୨୧ ଅକ୍ଟୋବର ମାସରେ ଭିଜିଲାନ୍ସ ରେଡ୍ କରିଥିଲା ।

ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଭିଜିଲାନ୍ସ । ଲୋକାୟୁକ୍ତଙ୍କ ଅନୁମତି ପରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଗତ ୨୦୨୧ରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଥିଲା ।

ଆହୁରି ପଢ଼ନ୍ତୁ: ବାଇକକୁ ଧକ୍କା ଦେଲା ଟ୍ରକ; ବାପ-ଝିଅ ମୃତ, ଅଳ୍ପକେ ବର୍ତ୍ତିଲା ଭଣଜା

ପୂର୍ବରୁ ଇଡିରେ ହାଜର ହୋଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । ଟାଟା କମ୍ପାନୀରେ ନିଯୁକ୍ତି ନେଇ ଅର୍ଥ ହେରଫେର ମାମଲାରେ ସୁଜାତା ହାଜର ହୋଇଛନ୍ତି । ତା ପୂର୍ବରୁ ପ୍ରଦୀପଙ୍କ ଝିଅଙ୍କୁ ୭ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଏକାଧିକ ବାର ଇଡ଼ି ପଚରାଉଚରା କରିସାରିଛି ।

ବିଭିନ୍ନ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଜେଲରେ ଥିଲେ । ଠକେଇ, ଜାଲିଆତି ଭଳି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ତା ସହିତ ଅପରାଧିକ ଷଡଯନ୍ତ୍ର ନେଇ ମଧ୍ୟ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ଥିଲା । ହେଲେ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ସେ ଜୁନ 12, 2021 ରେ ଜେଲରୁ ବାହାରିଛନ୍ତି । ବହୁଦିନ ଧରି ସେ ଝାରପଡା ଜେଲ ଥିଲେ ।

Share this story

World Odia Language Conferene