ବାଇକକୁ ଧକ୍କା ଦେଲା ଟ୍ରକ; ବାପ-ଝିଅ ମୃତ, ଅଳ୍ପକେ ବର୍ତ୍ତିଲା ଭଣଜା

Two died in road accident from a family

ଓଡ଼ିଆ ଗସିପ୍ ବ୍ୟୁରୋ: ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଆଜି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୧୨ ବର୍ଷର ଝିଅ ସମେତ ବାପାଙ୍କର ମୃତ୍ୟୁ ହୋଇଛି । ଆଉ ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଭଣଜା ।

ସୂଚନା ଅନୁସାରେ, ତାଳଚେର ଗୋଡ଼ିବନ୍ଧ ଅଞ୍ଚଳରେ ରହୁଥିବା ଏମଡି ଆସିଫ ଏକ ମୋଟରସାଇକେଲରେ ତାଙ୍କ ୧୨ବର୍ଷର ଝିଅ ଏବଂ ଭଣଜା ଏମଡି କ୍ଷୀରୋଦଲାଲଙ୍କ ସହ ତାଳଚେର ବଜାରକୁ ଆସିଥିଲେ ।

ଆହୁରି ପଢ଼ନ୍ତୁ: କାଳବୈଶାଖୀ ସତର୍କତା : ବିଜୁଳି-ଘଡ଼ଘଡ଼ି ସହ ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ବାର୍ନିଂ

ବଜାରରୁ ସଉଦାପତ୍ର କିଣି ସେ ଗୋଡିବନ୍ଧ ଆଡକୁ ଫେରୁଥିବା ବେଳେ ବାଙ୍କଧରା ଛକ ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାପା ଆସିଫ ଓ ଝିଅର ମୃତ୍ୟୁ ହୋଇଥିଲା ।

ଭଣଜା କ୍ଷୀରୋଦଲାଲ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଛନ୍ତି ।

Share this story

World Odia Language Conferene