ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଟୋକା ବରକୁ ବୁଢ଼ୀ କନିଆ, ବିବାହ ପରେ ସନ୍ତାନ ପାଇଁ ଜିଦି
ଓଡ଼ିଆ ଗସିପ୍ ବ୍ୟୁରୋ: ଗଣମାଧ୍ୟମରେ ବେଳେ ବେଳେ ଏମିତି ଖବର ଆସେ, ଯାହା ଅନେକ ସମୟରେ ଆମକୁ ଆଶ୍ଚର୍ଯ୍ୟ କରିଦିଏ । ଏମିତି ଏକ ଖବର ଆସିଛି ଆମେରିକାର ଜାଁର୍ଜିୟାରୁ, ଏଠାରେ ଜଣେ ୨୬ ବର୍ଷୀୟ ଯୁବକ ୬୩ ବର୍ଷୀୟା ବୃଦ୍ଧାଙ୍କୁ ବିବାହ କରିଛନ୍ତି ।
ଅଧିକ ପଢ଼ନ୍ତୁ: ପାଗ ବଦଳୁଛି, ବର୍ଷାରେ ଶକ୍ତି ବଢ଼ାନ୍ତୁ, ରୋଗ ସହ ଲଢ଼ନ୍ତୁ, ଜାଣନ୍ତୁ କେମିତି ବଢ଼ାଇବେ ରୋଗ ପ୍ରତିରୋଧକ ଶକ୍ତି
ସୂଚନାମୁତାବକ ୬୩ ବର୍ଷୀୟା ମହିଳା ଏବଂ ତାଙ୍କ ୨୬ ବର୍ଷୀୟ ସ୍ୱାମୀ ସୋସିଆଲ ମିଡିଆରେ ନିଜର ଅନନ୍ୟ ପ୍ରେମ କାହାଣୀ ବାଣ୍ଟିବା ସହ ସମାଜର ଆଦର୍ଶ ତଥା ଅନଲାଇନ୍ ସମାଲୋଚନାକୁ ଅବମାନନା କରିଛନ୍ତି। ଆମେରିକାର ଜର୍ଜିଆର ଚେରିଲ ଏବଂ କୁରାନ ମ୍ୟାକକେନ୍,୩୭ ବର୍ଷ ବୟସ ବ୍ୟବଧାନ ହେତୁ ଚର୍ଚ୍ଚାରେ ଅଛନ୍ତି |
ତଥାପି, ସେମାନେ କହିଛନ୍ତି ଯେ ସେମାନଙ୍କର ପ୍ରେମ ପ୍ରକୃତ ଅଟେ, ଏବଂ ସମାଲୋଚନାର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେମାନେ ନିଜ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେବାକୁ ପ୍ରସ୍ତୁତ - ଏକ ପରିବାର ବା ନିଜର ସନ୍ତାନ କରିବାକୁ ଚାହୁଁଛନ୍ତି।
ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ
ପୂର୍ବରୁ କୁରାନ ଚୋରିଲଙ୍କ ରେଷ୍ଟୁରାଣ୍ଟରେ ୱେଟର୍ ଭାବେ କାମ କରୁଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ସେମାନେ ଏବେ ସେମାଙ୍କ ପରିବାରକୁ ବଢାଇବାକୁ ଚାହୁଁଚନ୍ତି । ହେଲେ ଚୋରିଲଙ୍କ ବୟସ ଅଧିକ ହୋଇଥିବାରୁ ସନ୍ତାନ ହେବା କଷ୍ଟକର ।
ସନ୍ତାନ ଲାଗି ସେମାନେ ଯଦି ଅସଫଳ ହୁଅନ୍ତି ତେବେ ସେମାନେ ସରୋଗେସୀ ପ୍ରକ୍ରିୟାର ସହଯୋଗ ନେବେ । ତାଙ୍କୁ ଜଣେ ମହିଳା ମିଳିଛନ୍ତି ଯିଏ ଏଥି ପାଇଁ ରାଜି ହୋଇଥିଲେ । ହେଲେ କାରଣ ବସତଃ ସେ ଦମ୍ପତିଙ୍କ ଠାରୁ ୭ଲକ୍ଷ ଟଙ୍କା ନେଇ କୁଆଡେ ପଳାଇଛନ୍ତି ଯାହା ତାଙ୍କୁ ଚିନ୍ତାରେ ପକାଇଛି ।
ଅଧିକ ପଢ଼ନ୍ତୁ: ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ
