ଥରେ ନୁହେଁ ୫୦ ଥର ଶାରୀରିକ ସମ୍ପର୍କ ରଖିଲେ ପୋଲିସ ବାବୁ, ଯୁବତୀ ଜଣକ ବାହା ହବା ପାଇଁ କହିବାରୁ ତାଙ୍କ ସହ କଲେ ଏପରି କାମ...

police personnel ditch woman by keeping 50 times physical relation with her

ଓଡ଼ିଆ ଗସିପ ବ୍ୟୁରୋ: ୟୁପିର ଲକ୍ଷ୍ନୌରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ପୋଲିସ କର୍ମଚାରୀ ଜଣକ ୫୦ ଥର ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ଜଣେ ଯୁବତୀ । ଅଭିଯୁକ୍ତ ଜଣକ କାନପୁର ଦେହାତ ପୋଲିସ ଲାଇନରେ କାର୍ଯ୍ୟ କରୁଛନ୍ତି ।

ପୀଡିତାଙ୍କ ଅଭିଯୋଗ ଉପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଲକ୍ଷ୍ନୌ ଅଞ୍ଚଳରେ ରହୁଥିବା ଜଣେ ଯୁବତୀ କୃଷ୍ଣନଗର ଥାନାରେ ଏଫ୍ଆଇଆର୍ ଦାଖଲ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ସେ ପ୍ରତିଷ୍ଠାନରେ କାମ କରନ୍ତି । ଏହି ସମୟରେ ଯୁବତୀ ଜଣଙ୍କ ପ୍ରୟାଗର ବାସିନ୍ଦା କନଷ୍ଟେବଳ ସୁନୀଲ କୁମାର ସିଂଙ୍କୁ ଭେଟିଥିଲେ ଯିଏ ଏବେ କାନପୁର ଦେହାତରେ ପୋଲିସ ଲାଇନରେ ଜଣେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ନୁଆ ଖୁଲାସା ପରେ ଭଉଣୀ ପିଏମ ମୋଦୀଙ୍କୁ କଲେ ଏହି ନିବେଦନ, କହିଲେ କପୁର୍ ହସ୍ପିଟାଲ୍ ର...

ଯୁବତୀଙ୍କୁ ସୁନୀଲ ଅବିବାହିତ ବୋଲି କହିଥିଲେ ଆଉ ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ପ୍ରଥମ ଦେଖାରେ ଉଭୟଙ୍କ ମଧ୍ୟରେ ହ୍ୱାଟ୍ସ ଆପ୍ ରେ ବାର୍ତ୍ତାଳାପ ଆରମ୍ଭ ହେଲା ଏବଂ ରୁମକୁ ଯିବା ଆସିବା ମଧ୍ୟ ଆରମ୍ଭ କଲେ । ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀ ଜଣଙ୍କ ପୋଲିସ ବାବୁଙ୍କୁ ବାହା ହବା ପାଇଁ କହିଥିଲେ ।

ଯୁବତୀଙ୍କ କଥା ଶୁଣିବା ପରେ ବିବାହ ପାଇଁ ହଁ କରିଥିଲେ ପୋଲିସ ବାବୁ । ଏହା ପରେ ପୋଲିସ ବାବୁ ପ୍ରାୟତଃ ତାଙ୍କ ଘରକୁ ଯିବା ଆସିବା କଲେ ଏବଂ ରାତିରେ ମଧ୍ୟ ରହିଲେ । ତା’ପରେ ବିଭିନ୍ନ ଉପାୟରେ ପ୍ରଲୋଭନ ଦେଖାଇ, ଜବରଦସ୍ତ ସମ୍ପର୍କ ସ୍ଥାପନ କଲେ । ଶାରୀରିକ ସମ୍ପର୍କ ରଖିବାକୁ ରାଜି ନହୋଇ ସେ ବିବାହ ପାଇଁ କାନ୍ଦୁଥିଲେ ଏବଂ ଧମକ ମଧ୍ୟ ଦେଇଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବଲିଉଡ ଜଗତରେ ବଢ଼ିଚାଲିଛି ଆତ୍ମହତ୍ୟା ମାମଲା, ଗଲାଣି ୪ ଯୁବ ପ୍ରତିଭାଙ୍କ ଜୀବନ, ଟେର ପାଉନି ତଦନ୍ତକାରୀ ସଂସ୍ଥା...

ଏହା ମଧ୍ୟ ଜଣାପଡିଛି ଯେ ଆରାକ୍ଷୀ ଜଣକ ରୁମକୁ ଆସି ୫୦ ରୁ ଅଧିକ ଥର ଶାରୀରିକ ସମ୍ପର୍କ ରଖିଥିଲେ । ଏହା ସହିତ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ କଥା ହୋଇଥିଲେ । ତାଙ୍କ ବଡ଼ ଭାଇ ଅଜୟ ସିଂ ଗୁଜୁରାଟରେ କାମ କରନ୍ତି । ଏହାର ସୁଯୋଗ ନେଇ ପୋଲିସ ବାବୁ ଜଣଙ୍କ ଯୁବତୀଙ୍କ ପାଖକୁ ଅଧିକ ଆସୁଥିଲେ ଆଉ ତାଙ୍କ ବିଶ୍ୱାସ ବଢିଥିଲା ହେଲେ ପରେ ଯେତେବେଳେ ଯୁବତୀ ସୁନୀଲଙ୍କୁ ବିବାହ କରିବାକୁ କହିଲା ସେତେବେଳେ ସେ ମନା କରିଦେଲେ ।

ପୀଡିତା କହିଛନ୍ତି ଯେ ସେ ସୁନୀଲଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ କଥା ହୋଇଥିଲେ କିନ୍ତୁ ସମସ୍ତେ ମନା କରି ଦେଇଥିଲେ । ଏହା ସହିତ ସୁନୀଲ ପୋଲିସରେ ଅଛନ୍ତି ବୋଲି ଧମକ ଦେଉଥିଲେ ।

Share this story