ବଲିଉଡ ଜଗତରେ ବଢ଼ିଚାଲିଛି ଆତ୍ମହତ୍ୟା ମାମଲା, ଗଲାଣି ୪ ଯୁବ ପ୍ରତିଭାଙ୍କ ଜୀବନ, ଟେର ପାଉନି ତଦନ୍ତକାରୀ ସଂସ୍ଥା...

These celebrities of Bollywood have committed suicide reason still unknown

ଓଡ଼ିଆ ଗସିପ ବ୍ୟୁରୋ: ବଲିଉଡରେ ଦିନକୁ ଦିନ ବଢ଼ିଚାଲିଛି ଆତ୍ମହତ୍ୟା ମାମଲା । ହେଲେ ଆତ୍ମହତ୍ୟା କରିବା ପଛରେ କଣ ଲୁକାୟିତ ରହସ୍ୟ ରହିଛି ତାହା ପଦାକୁ ବାହାରି ପାରୁନି । ଆଉ ଏମିତି ଗୋଟେ ପରେ ଗୋଟେ ଅଭିନେତା ଆତ୍ମହତ୍ୟା କରି ନିଜର ଶତାଧିକ ଫ୍ୟାନଙ୍କୁ ନିରାଶ କରି ଚାଲିଛନ୍ତି ।

ସେପଟେ ଲୋକେ ବି ନିଜର ପ୍ରିୟ ଅଭିନେତା ଅଭିନେତ୍ରୀଙ୍କୁ ହରାଉଛନ୍ତି ଆଉ କିଛି ଦିନ ନିରବି ଗଲା ପରେ ପୁଣି ଆଉ କେହି ସେମାନଙ୍କ ସ୍ଥାନ ନେଇଯାଉଛନ୍ତି । ଏଭଳି ପୂର୍ବରୁ ଅଭିନେତା ଅଭିନେତ୍ରୀ ମଧ୍ୟ ଆତ୍ମହତ୍ୟା କରିଛନ୍ତି ଯେଉଁଥିରେ ସେମାନଙ୍କ ପାର୍ଟନର ମାନେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ।

ତେବେ ଏଭଳି ମୃତ୍ୟୁରେ ରୋକ ଲାଗୁନି । ଗତ ୨୪ ତାରିଖରେ ଟେଲି ଅଭିନେତ୍ରୀ ତୁନିଶା ଶର୍ମା ସୁଟିଂ ସେଟରେ ଆତ୍ମହତ୍ୟା କରିଛନ୍ତି ।  ଘଟଣା ଏବେ ହଇଚଇ ସୃଷ୍ଟି କରିଛି । ତୁନିଶାଙ୍କ ମା’ ତୁନିଶାଙ୍କ ବୟଫ୍ରେଣ୍ଡ ସିଜାନ ମହମ୍ମଦ ଖାନ ନାଁରେ ଅଭିଯୋଗ କରିବା ପରେ ସିଜାନ ଏବେ ପୋଲିସ କଷ୍ଟଡିରେ ଅଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ସୁଶାନ୍ତଙ୍କ ଗୋଡ଼, ହାତ ଭଙ୍ଗା ଯାଇଥିଲା, ଦେହରେ ଥିଲା ୩ଟା କ୍ଷତାକ୍ତ ଚିହ୍ନ, ପୋଷ୍ଟ୍ ମର୍ଟମ କରିଥିବା କୁପର୍ ହସ୍ପିଟାଲ୍ ର କର୍ମଚାରୀଙ୍କ ସାଙ୍ଘାତିକ ବୟାନ

ସେହିପରି ୨୦୨୦ ଜୁନରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରେ ଫ୍ୟାନରେ ଝୁଲୁ୍ଥିବା ଅବସ୍ତାରେ ପୋଲିସ ମୃତ ଦେହକୁ ଉଦ୍ଧାର କରିଥିଲା । ଏଥିପାଇଁ ସୁଶାନ୍ତଙ୍କ ଫ୍ୟାମିଲି ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାଁରେ ମାମଲା ରୁଜୁ କରିଥିଲେ ।

ମାମଲା ଏତେ ଜଟିଳ ହୋଇଗଲା ଯେ ସିବିଆଇ, ନାର୍କୋ ଟିମ ଏହି କେସରେ ତଦନ୍ତ କରୁଥିଲା । ପରେ ଡ୍ରଗ କେସରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଥିଲେ । ପରେ ତାଙ୍କ ଭାଇକୁ ବି ତଦନ୍ତକାରୀ ସଂସ୍ଥା ଗିରଫ କରିଥିଲା । ଏବେ ସେମାନେ ବେଲରେ ଅଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷ ସନ୍ତାନଙ୍କ ପାଇଁ ଚିନ୍ତାରେ ରହିବେ

୨୦୧୬ ମସିହା ଏପ୍ରିଲ ୧ରେ `ବାଳିକାବଧୁ’ ଫେମ ପ୍ରତ୍ୟୁଷା ବାର୍ନାଜୀ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁ ପାଇଁ ଉସକାଇଥିବା ତାଙ୍କ ବୟଫ୍ରେଣ୍ଡ ଓ ଟେଲିଭିଜିନ ପ୍ରଡ୍ୟୁସର ରାହୁଲ ରାଜ ସିଂଙ୍କ ଉପରେ ପ୍ରତ୍ୟୁଷାଙ୍କ ପରିବାର ଲୋକ କେସ୍ କରିଥିଲେ ।

୨୦୧୩ ଜୁନ ୩ରେ ଅଭିନେତ୍ରୀ ଜିୟା ଖାନଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ତାଙ୍କ ଫ୍ଲାଟରୁ ଉଦ୍ଧାର କରିଥିଲା । ଜିୟାଙ୍କ ମା’ ରାବିୟା ଖାନ୍ ଝିଅର ମୃତ୍ୟୁ ପାଇଁ ଅଭିନେତା ସୁରଜ ପାଞ୍ଚୋଲିଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଥିଲେ ।

Share this story