‘ତେଜସ’ରେ ଉଡିଲେ ପ୍ରଧାନମନ୍ତ୍ରୀ ମୋଦି, ଉଡ଼ାଣ ପରେ ଜାଣନ୍ତୁ କଣ କହିଲେ 
 

PM Modi takes sortie on Tejas aircraft in Bengaluru
‘ତେଜସ’ରେ ଉଡିଲେ ପ୍ରଧାନମନ୍ତ୍ରୀ ମୋଦି
 

ଓଡ଼ିଆ ଗସିପ୍ ବ୍ୟୁରୋ: ଫାଇଟର୍‌ ପ୍ଲେନ୍‌ ‘ତେଜସ’ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବେଙ୍ଗାଲୁରୁ ହାଲ୍ ଏୟାରବେସରୁ ତେଜସରେ ଉଡ଼ାଣ ଭରିଲେ ମୋଦି । ଉଡ଼ାଣ ପରେ ହାଲ୍, DRDO ଏବଂ ବାୟୁସେନାକୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । 

ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା! ଓଡିଶାରେ ପ୍ରଭାବ ନେଇ ଜାଣନ୍ତୁ କଣ କହୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ୍ ଲିମିଟେଡ୍’ର ଉତ୍ପାଦନ କାରଖାନାରେ ଚାଲିଥିବା କାର୍ଯ୍ୟ ସମୀକ୍ଷା କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁରୁ ଯାଇଥିଲେ। ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନେଟିକସ ଲିମିଟେଡ ପରିଦର୍ଶନ କରିବା ଅବସରରେ ତେଜସରେ ଉଡାଣ ଭରିଛନ୍ତି ପିଏମ ମୋଦି।

ଅଧିକ ପଢନ୍ତୁ : ନଭେମ୍ବର ୨୭ ରେ ବୁଧ ଗୋଚର ଫଳରେ ବଦଳିଯିବ ଏହି ୨ଟି ରାଶି ଲୋକଙ୍କ ଭାଗ୍ୟ !

ଉଡ଼ାଣ ପରେ ମୋଦି କହିଛନ୍ତି- ସ୍ବଦେଶୀ ଜ୍ଞାନ କୌଶଳ ଓ ସାମର୍ଥ୍ୟ ଉପରେ ତାଙ୍କର ପୂର୍ଣ୍ଣ ଆସ୍ଥା ରହିଛି। ଟୁ-ସିଟର ତେଜସ ଟ୍ରେନର ଭାରିଆଣ୍ଟରେ ସେ ଉଡାଣ ଭରିଥିଲେ। ବାୟୁସେନା ଓ ନୌସେନା ଦ୍ବାରା ତେଜସ ପରିଚାଳିତ ହୋଇଥାଏ। ୪ ପଏଣ୍ଟ ୪ ଜେନେରେସନର ମଲ୍ଟିରୋଲ ଫାଇଟର ଏୟାରକ୍ରାଫ୍ଟ ତେଜସକୁ ଗ୍ରାଉଣ୍ଡ ଅପରେସନରେ ବ୍ୟବହାର କରାଯାଇଥାଏ।

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ

ଚଳିତ ବର୍ଷ ପ୍ରାରମ୍ଭରେ ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ ବିମାନରେ ଉଡାଣ ଭରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଅଧିକ ପଢନ୍ତୁ :ଜଙ୍ଗଲରେ ଉଲଗ୍ନ ଅବସ୍ଥାରେ ବିଧବା ମହିଳାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା
 

Share this story